AI Generated Fake Bail Order / ବାପାଙ୍କୁ ବଞ୍ଚାଇବାକୁ AIରେ ତିଆରି କଲେ ନକଲି ଜାମିନ ଆଦେଶ, ଶେଷରେ ଜେଲ୍ ଗଲେ ବାପା-ପୁଅ!
·41 mins ago·2 min read

Key Points
ରାଜସ୍ଥାନର ଯୋଧପୁରରେ ବାପାଙ୍କୁ ଗିରଫଦାରୀରୁ ବଞ୍ଚାଇବା ପାଇଁ AI ସାହାଯ୍ୟରେ ନକଲି ହାଇକୋର୍ଟ ଜାମିନ ଆଦେଶ ତିଆରି କରିଥିଲେ ପୁଅ ମନପ୍ରୀତ ସିଂହ। ନକଲି ଆଦେଶ କୋର୍ଟରେ ଦାଖଲ କରିବା ସହ ହାଇକୋର୍ଟ ୱେବସାଇଟ୍ରେ ମଧ୍ୟ ଅପଲୋଡ୍ କରିଥିଲେ। ନ୍ୟାୟିକ ଯାଞ୍ଚରେ ଠକେଇ ଧରାପଡ଼ିବା ପରେ ପୋଲିସ ଉଭୟ ବାପା-ପୁଅଙ୍କୁ ଗିରଫ କରିଛି।
ପିତାଙ୍କୁ ଗିରଫଦାରୀରୁ ରକ୍ଷା କରିବା ପାଇଁ ଅପରାଧି ପାଲଟି ଯାଇଛି ଜଣେ ପୁଅ। ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଘଟିଚି ଏହି ଘଟଣା। NDPS ମାମଲାରେ ପିତାଙ୍କୁ ଗିରଫଦାରୀରୁ ରକ୍ଷା କରିବା ପାଇଁ, ଏକ ବିଦେଶୀ କମ୍ପାନୀରେ କାମ କରୁଥିବା ପୁଅ, ହାଇକୋର୍ଟ ନାମରେ ଏକ ନକଲି ଜାମିନ ଆଦେଶ ପ୍ରସ୍ତୁତ କରି ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ନିକଟରେ ଦାଖଲ କରିଥିଲେ। ହେଲେ ତଥାପି ନ୍ୟାୟିକ ରେକର୍ଡ଼ ତଦନ୍ତରୁ ତାଙ୍କର ଠକେଇ ଜଣାପଡି଼ଥିଲା। ସେ ବର୍ତ୍ତମାନ ତାଙ୍କ ପିତାଙ୍କ ସହିତ ପୋଲିସ ହେପାଜତରେ ଅଛନ୍ତି।
ପିତା କୁଲବିନ୍ଦର ସିଂହ ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ଏକ NDPS ମାମଲାରେ ୱାଣ୍ଟେଡ୍ (Wanted) ରହିଥିଲେ। ୩୦ ଦିନର ପାରୋଲ୍ ଅବଧି ଶେଷ ହେବା ପରେ ସେ ପୁନର୍ବାର ଜେଲ୍ ଫେରି ନଥିଲେ। ହେଲେ ତାଙ୍କ ପିତାଙ୍କୁ ପୁଣି ଥରେ ଗିରଫ ନ କରିବା ପାଇଁ, ପୁଅ ଏକ ନକଲି ଜାମିନ ଆଦେଶ ପ୍ରସ୍ତୁତ କରିଥିଲା।
କିପରି ନକଲି ଜାମିନ କାଗଜପତ୍ର ତିଆରି କରିଥିଲା ପୁଅ?
କାନାଡାରେ ଏକ ଆଇଟି କମ୍ପାନୀ (IT Company) ରେ କାମ କରୁଥିବା ମନପ୍ରୀତ ସିଂହ, ନକଲି ହାଇକୋର୍ଟ ଜାମିନ ଆଦେଶ ତିଆରି କରିବା ପାଇଁ ହଜାର ହଜାର କୋର୍ଟ ଆଦେଶ ଅଧ୍ୟୟନ କରିଥିଲେ। ଏଆଇ (AI) ସାହାଯ୍ୟରେ ନକଲି ଜାମିନ ଆଦେଶ ତିଆରି କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଠକେଇ କରିବା ସମୟରେ ସେ ସାମାନ୍ୟତମ ଭୟ ମଧ୍ୟ ଅନୁଭବ କରିନଥିଲେ। ଧରାପଡ଼ିଲେ ତାଙ୍କ ଏବଂ ତାଙ୍କ ବାପାଙ୍କ ଅବସ୍ଥା କ’ଣ ହେବ ସେ ବିଷୟରେ ସେ ଥରେ ମଧ୍ୟ ଚିନ୍ତା କରିନଥିଲେ।
ଏହା ସହ ପଢନ୍ତୁ: ନକଲି କୋର୍ଟ ଆଦେଶ ଦେଖାଇ ବ୍ଲକ୍ କରିଦେଲେ ୧୨୯ ୱେବସାଇଟ୍, ସାମ୍ନାକୁ ଆସିଲା ବଡ଼ ସାଇବର ଠକେଇ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାଇକୋର୍ଟ ୱେବସାଇଟ୍ ରେ ଅପଲୋଡ୍ ହୋଇଥିଲା ନକଲି କାଗଜପତ୍ର
ପରିଣାମ ବିଷୟରେ ଚିନ୍ତା ନକରି ଅଭିଯୁକ୍ତ ଗତ ଅକ୍ଟୋବର ମାସ ୧୨, ୧୫, ୨୬ ତାରିଖରେ ରାଜସ୍ଥାନ ହାଇକୋର୍ଟ ୱେବସାଇଟ୍ ହ୍ୟାକ୍ କରି ସେଠାରେ ତିନୋଟି ନକଲି ନିର୍ଦ୍ଦେଶ ଅପଲୋଡ୍ କରିଥିଲେ। ସେ ଏହାକୁ ସୁରତଗଡ଼ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ କୋର୍ଟ ଠାରେ ମଧ୍ୟ ଦାଖଲ କରିଥିଲେ। ହେଲେ ତଥାପି, ନ୍ୟାୟିକ ରେକର୍ଡ଼ ତଦନ୍ତ ସମୟରେ ତାଙ୍କର ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ହାଇକୋର୍ଟ ରେଜିଷ୍ଟ୍ରାର (ନ୍ୟାୟିକ) ଙ୍କ ଅଭିଯୋଗ ପରେ, କୁଡି ଭଗତସୁନି ଥାନାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଗଠନ କରାଯାଇଥିଲା।
କାନାଡ଼ାରେ ଆଇଟି କମ୍ପାନୀରେ କାମ କରନ୍ତି ଅଭିଯୁକ୍ତଙ୍କ ପୁଅ
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୋଲିସ ଅଭିଯୁକ୍ତ ମନପ୍ରୀତ ସିଂହ ଏବଂ ତାଙ୍କ ବାପା କୁଲବିନ୍ଦର ସିଂହଙ୍କୁ ପଞ୍ଜାବ ଲୁଧିଆନା ଅଞ୍ଚଳରୁ ଗିରଫ କରିଥିଲା। ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ନଭେମ୍ବର ୧୯ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା। ପୋଲିସ ବର୍ତ୍ତମାନ ଏହି ଠକେଇର ଅନ୍ୟାନ୍ୟ ଦିଗ ସମ୍ପର୍କରେ ତଦନ୍ତ କରୁଛି।