Fraudsters Blocked 129 Websites / ନକଲି କୋର୍ଟ ଆଦେଶ ଦେଖାଇ ବ୍ଲକ୍ କରିଦେଲେ ୧୨୯ ୱେବସାଇଟ୍, ସାମ୍ନାକୁ ଆସିଲା ବଡ଼ ସାଇବର ଠକେଇ
·1 hour ago·3 min read

Key Points
ନକଲି କୋର୍ଟ ଆଦେଶ ଓ ସରକାରୀ ସିଲ୍ ବ୍ୟବହାର କରି ଭାରତରେ ୧୨୯ ବେଟିଂ ୱେବସାଇଟ୍ ବ୍ଲକ୍ କରାଯାଇଥିବା ବଡ଼ ସାଇବର ଠକେଇ ସାମ୍ନାକୁ ଆସିଛି। ରାଜସ୍ଥାନ ଓ ଆହ୍ଲାବାଦ ହାଇକୋର୍ଟଙ୍କ ନାମରେ ଜାଲ୍ ଆଦେଶ ପଠାଇ DoTକୁ ବିଭ୍ରାନ୍ତ କରାଯାଇଥିଲା। ଏହି ଘଟଣାରେ ପ୍ରୟାଗରାଜ ପୋଲିସ ତଦନ୍ତ ଜାରି ରଖିଛି।
ପ୍ରୟାଗରାଜ (12/11): ସାଇବର ଅପରାଧ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ନକଲି କୋର୍ଟ ଆଦେଶ ଏବଂ ନକଲି ସରକାରୀ ସିଲ୍ ବ୍ୟବହାର କରି ପ୍ରାୟ ୧୨୯ ୱେବସାଇଟ୍ ବ୍ଲକ୍ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ରାଜସ୍ଥାନ ହାଇକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟ ନାମରେ ପ୍ରସ୍ତୁତ ହୋଇଥିବା କଥିତ କୋର୍ଟ ଆଦେଶ ବ୍ୟବହାର କରି ଟେଲିକମ୍ୟୁନିକେସନ୍ ବିଭାଗ (DoT) କୁ ବିଭ୍ରାନ୍ତ କରାଯାଇଥିଲା। ଏହି ଦସ୍ତାବିଜ ଆଧାରରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ୱେବସାଇଟ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ପରବର୍ତ୍ତୀ କୋର୍ଟ ତଦନ୍ତରୁ ଜଣାପଡିଥିଲା ଯେ ଉଭୟ ଆଦେଶ ନକଲି ଥିଲା। ସେମାନଙ୍କ ରେକର୍ଡ଼ ଆଧାରରେ ଏପରି କୌଣସି ମାମଲା କିମ୍ବା ନିର୍ଦ୍ଦେଶ ମହଜୁଦ ନଥିଲା।
ଦୁଇଟି ନକଲି ଆଦେଶ ଆଧାରରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ
ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଦୂରସଞ୍ଚାର ବିଭାଗ ୨୧ ଜୁଲାଇ ଏବଂ ୨ ସେପ୍ଟେମ୍ବରରେ ୱେବସାଇଟ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା। କୋର୍ଟ ଆଦେଶ ବୋଲି ଦାବି କରି, ଇମେଲ୍ ମାଧ୍ୟମରେ ପଠାଯାଇଥିବା ଦଲିଲ୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଉଭୟ ଦଲିଲ୍ ରେ ସମ୍ପୃକ୍ତ ହାଇକୋର୍ଟ ନାମ, ନ୍ୟାୟିକ ଫର୍ମ ଏବଂ ଭାରତର ଜାତୀୟ ପ୍ରତୀକ ବହନ କରୁଥିବା ନୀଳ ସିଲ୍ ରହିଥିଲା। ଯାହା ସେମାନଙ୍କୁ ପ୍ରକୃତ କୋର୍ଟ ଆଦେଶ ବୋଲି ମନେ କରୁଥିଲା। ହେଲେ ପରେ ଯେତେବେଳେ ଏହାର ତଦନ୍ତ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ସେଗୁଡ଼ିକ ନା କୋର୍ଟ ଦ୍ୱାରା ଜାରି କରାଯାଇଥିଲା ନା କୌଣସି ସରକାରୀ ଦସ୍ତାବିଜରେ ରେକର୍ଡ଼ କରାଯାଇଥିଲା।
ରାଜସ୍ଥାନ ହାଇକୋର୍ଟ ନାମରେ ପ୍ରସ୍ତୁତ ହୋଇଛି ନକଲି ଆଦେଶ
ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ହାଇକୋର୍ଟ ନାମରେ ଏକ କଥିତ ଆଦେଶ ଜୁଲାଇ ୧୯ ତାରିଖ ରାତି ପ୍ରାୟ ୦୮:୫୯ ସମୟରେ DoT ପାଖକୁ ପଠାଯାଇଥିଲା। ଯାହା ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଦସ୍ତାବିଜରେ "ଆର୍ଯ୍ୟନ ଚୌଧୁରୀ" ନାମକ ଜଣେ ବ୍ୟକ୍ତି ସ୍ୱାକ୍ଷର କରିଥିଲେ। ଯାହାକୁ "ଆଡଭୋକେଟ୍-ଅନ୍-ରେକର୍ଡ" (Advocate-on-Record) ଭାବରେ ବର୍ଣ୍ଣନା କରାଯାଇଥିଲା। ରାଜସ୍ଥାନ ହାଇକୋର୍ଟ ପରେ ସ୍ପଷ୍ଟ କରିଥିଲେ ଯେ ଏହାର ରେକର୍ଡ଼ କିମ୍ବା ସର୍ଭର୍ ରେ ଏପରି କୌଣସି ଆଦେଶ ନାହିଁ। କୋର୍ଟ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରିଛି। ଏହି କଥିତ ଆଦେଶ ଆଧାରରେ, DoT ଜୁଲାଇ ୨୧ ତାରିଖରେ ୩୪ ବେଟିଂ ୱେବସାଇଟ୍ ବ୍ଲକ୍ କରିବା ପାଇଁ ଏକ ଆଦେଶ ଜାରି କରିଥିଲା।
ଏହା ସହ ପଢନ୍ତୁ: ମହାଦେବ ଆପ୍ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ସ୍ୱଦେଶ ଆଣିଲା ସିବିଆଇ; ଓମାନ୍ ରେ ହୋଇଥିଲେ ଗିରଫ
ଆହ୍ଲାବାଦ ହାଇକୋର୍ଟଙ୍କ ନାମରେ ମଧ୍ୟ ହୋଇଥିଲା ଠକେଇ
ଦ୍ୱିତୀୟ ମାମଲା ଆହ୍ଲାବାଦ ହାଇକୋର୍ଟ ସହିତ ଜଡି଼ତ। ଗତ ଅଗଷ୍ଟ ୧୪ ତାରିଖର ଏକ ଆଦେଶ DoT ପାଖକୁ ପଠାଯାଇଥିବା ଅଭିଯୋଗ ହୋଇଛି। ଯେଉଁଥିରେ ୯୫ ବେଟିଂ ୱେବସାଇଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଯେତେବେଳେ ଏହି ଡକ୍ୟୁମେଣ୍ଟ ସମ୍ପର୍କରେ କୋର୍ଟ ପ୍ରଶାସନ ଠାରୁ ସୂଚନା ମଗାଯାଇଥିଲା, ସେତେବେଳେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଦୃଷ୍ଟିକୁ ଆସିବା ପରେ, ରେଜିଷ୍ଟ୍ରାର ଜେନେରାଲ ଏବଂ କମ୍ପ୍ୟୁଟର ଶାଖାକୁ ଏହି ଦସ୍ତାବିଜ (କୋର୍ଟ ଆଦେଶ) ର ସତ୍ୟତା ଯାଞ୍ଚ କରିବାର ଦାୟିତ୍ୱ ଦିଆଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତ ବେଳେ ସାମ୍ନାକୁ ଆସିଲା ଠକେଇ
ସିଷ୍ଟମ ମ୍ୟାନେଜର ଅରିନ୍ଦମ ଲାହିରୀ କୋର୍ଟ ଡିଜିଟାଲ୍ ସର୍ଭର ଏବଂ ଡାଟାବେସ୍ ଯାଞ୍ଚ କରିଥିଲେ। ଗତ ୨୦୨୬ ନଭେମ୍ବର ୩ ତାରିଖରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ସ୍ପଷ୍ଟ ଜଣାପଡିଛି ଯେ ଅଭିଯୋଗ ହୋଇଥିବା ଆଦେଶରେ ଉଲ୍ଲେଖ କରାଯାଇଥିବା ରିଟ୍ ପିଟିସନ୍ ନମ୍ବର 30480/2026 ଭଳି କୌଣସି ମାମଲା କୋର୍ଟରେ କେବେ ଦାୟର ହୋଇନାହିଁ। ତଦନ୍ତରୁ ହୋଇଛି ଯେ ୨୦୨୬ ଅଗଷ୍ଟ ୧୪ ତାରିଖରେ କୋର୍ଟ ୱେବସାଇଟ୍ କିମ୍ବା ପୋର୍ଟାଲ୍ ରେ ଏପରି କୌଣସି ଆଦେଶ ଅପଲୋଡ୍ କରାଯାଇ ନଥିଲା। ସମ୍ପୃକ୍ତ ବିଚାରପତିଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଲିଖିତ ଭାବରେ ନିଶ୍ଚିତ କରିଛନ୍ତି ଯେ ବିଚାରପତି କେବେ ଏପରି ଆଦେଶ ଦେଇନାହାଁନ୍ତି।
ଓକିଲ ଭାବରେ ପରିଚୟ ଦେଇ ଇମେଲ୍ ପଠାଯାଇଛି
ଏକ ତଦନ୍ତରୁ ଜଣାପଡିଛି ଯେ ଜଣେ ଓକିଲ ଭାବରେ ପରିଚୟ ଦେଇ ୯୫ ୱେବସାଇଟ୍ ବ୍ଲକ୍ କରିବାକୁ ଦାବି କରି DoT ପାଖକୁ ଏକ ଇମେଲ୍ ପଠାଇଥିଲେ। କୋର୍ଟ ଦ୍ୱାରା ହୋଇଥିବା ଆଭ୍ୟନ୍ତରୀଣ ତଦନ୍ତ ପରେ, ମୁଖ୍ୟ ବିଚାରପତି ନଭେମ୍ବର ୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ନଭେମ୍ବର ୬ ତାରିଖରେ ପ୍ରୟାଗରାଜ କ୍ୟାଣ୍ଟ ଥାନାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।
ଏହା ସହ ପଢନ୍ତୁ: ମହାଦେବ ବେଟିଂ ଆପ୍ ପ୍ରୋତ୍ସାହନ ମାମଲା; ଟିଭି ହୋଷ୍ଟ ଶେଫାଳି ବାଗାଙ୍କୁ ଇଡ଼ି ପକ୍ଷରୁ ଜେରା
ପୋଲିସ କରୁଛି ସାଇବର ଅପରାଧର ତଦନ୍ତ
ପ୍ରୟାଗରାଜ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (IT ACT) ର ବିଭିନ୍ନ ଧାରା ଅନୁଯାୟୀ ଠକେଇ, ଜାଲିଆତି ଏବଂ ଜାଲ କାଗଜପତ୍ର ବ୍ୟବହାର ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ଡିସିପି (ନଗର) ସାଗର ଜୈନଙ୍କ ଅନୁଯାୟୀ, ସାଇବର ଅପରାଧ ଏବଂ ବୈଷୟିକ ତଦନ୍ତ ଦଳ ଏହି ଠକେଇ ପାଇଁ ବ୍ୟବହୃତ ଆଇପି ଆଡ୍ରେସ୍ (IP Address) ଏବଂ କମ୍ପ୍ୟୁଟର ସିଷ୍ଟମ (Computer System) କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛି।