Rajasthan Railway Blast / ଭାରତ-ପାକ୍ ସୀମା ନିକଟରେ ଟ୍ରେନ୍ ଟ୍ରାକରେ ଭୟଙ୍କର ବିସ୍ଫୋରଣ, ଟଳିଲା ବଡ଼ ରେଳ ଦୁର୍ଘଟଣା
·1 hour ago·2 min read

Key Points
ରେଳ ଟ୍ରାକ୍ରେ ଭୟଙ୍କର ବିସ୍ଫୋରଣ
ବଡ଼ ରେଳ ଦୁର୍ଘଟଣା ଟଳିଲା !
ଟ୍ରେନ୍ ଯିବା ପରେ ରେଳ ଧାରଣାରେ ବ୍ଲାଷ୍ଟ
ବଡ଼ ରେଳ ଦୁର୍ଘଟଣା ଟଳିଲା !
ଟ୍ରେନ୍ ଯିବା ପରେ ରେଳ ଧାରଣାରେ ବ୍ଲାଷ୍ଟ
ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ରେଳ ଧାରଣାରେ ବିସ୍ଫୋରଣ ଘଟିଛି । ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ରାମସିଂହପୁର ଥାନା ଅଞ୍ଚଳରେ ଅନୁପଗଡ଼-ସୁରତଗଡ଼ ରେଳଖଣ୍ଡର ୫୦ ଜିବି ନିକଟରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ରେଳ ଧାରଣା ତଳେ ଥିବା ସିମେଣ୍ଟର ଦୁଇଟି ପିଲାର କ୍ଷତିଗ୍ରସ୍ତ ହୋଇଛି ।
ତେବେ ଆଶ୍ୱସ୍ତିର କଥା ହେଉଛି, ବିସ୍ଫୋରଣ ସମୟରେ କୌଣସି ଟ୍ରେନ୍ ଏହାର ସଂସ୍ପର୍ଶରେ ଆସିନଥିଲା । ସୂଚନା ଅନୁସାରେ, ଅନୁପଗଡ଼ରୁ ସୁରତଗଡ଼ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଏହି ସ୍ଥାନ ଦେଇ ଯିବାର କିଛି ସମୟ ପରେ ବିସ୍ଫୋରଣ ଘଟିଥିଲା। ଠିକ୍ ସମୟରେ ଘଟଣା ସମ୍ପର୍କରେ ସୂଚନା ମିଳିବାରୁ ଏକ ବଡ଼ ରେଳ ଦୁର୍ଘଟଣା ଟଳିଯାଇଛି ।
ଘଟଣାସ୍ଥଳରେ ATS, CID ଓ ବମ୍ ସ୍କ୍ୱାଡ୍
ଭାରତ-ପାକିସ୍ତାନ ସୀମା ନିକଟର ଏକ ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ବିସ୍ଫୋରଣ ହୋଇଥିବାରୁ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଲର୍ଟ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ATS, CID, ଡଗ୍ ସ୍କ୍ୱାଡ୍ ଏବଂ ବମ୍ ନିରୋଧକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଏହା ସହ ଗୁଇନ୍ଦା ସଂସ୍ଥା ଏବଂ ରେଳବାଇର ବୈଷୟିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଘଟଣାସ୍ଥଳରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରାଯାଉଛି ।
ବିସ୍ଫୋରଣ ପଛରେ କାହାର ହାତ ?
ଏହି ବିସ୍ଫୋରଣ କେଉଁ ପ୍ରକାରରେ କରାଯାଇଛି ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଫରେନ୍ସିକ୍ ବିଶେଷଜ୍ଞମାନେ ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀ ଏବଂ ବିସ୍ଫୋରଣର ପ୍ରକ୍ରିୟା ଯାଞ୍ଚ କରୁଛନ୍ତି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ।
ଅନୁପଗଡ଼-ସୁରତଗଡ଼ ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ
ବିସ୍ଫୋରଣ ପରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନୁପଗଡ଼-ସୁରତଗଡ଼ ରେଳଖଣ୍ଡରେ ଟ୍ରେନ୍ ଚଳାଚଳ ବନ୍ଦ କରିଦିଆଯାଇଛି । ଏହି ରୁଟ୍ରେ ଯାତାୟାତ କରୁଥିବା ସମସ୍ତ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍କୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି ।

Sri Ganganagar, Rajasthan: Two cement pillars supporting railway tracks damaged in a suspected blast near 50 GB village on the Anupgarh-Suratgarh railway line. An FSL team is being called to the spot to examine the evidence. It is too early to ascertain the exact nature of the incident. There is no established link with the 7.5 kg RDX recently recovered in the border region. An investigation is underway: SP Sri Ganganagar, Harishankar (Picture: Sri Ganganagar Police)
— ANI (@ANI) November 4, 2026
ଏହା ସହ ଗୁଇନ୍ଦା ସଂସ୍ଥା ଏବଂ ରେଳବାଇର ବୈଷୟିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଘଟଣାସ୍ଥଳରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରାଯାଉଛି ।
ବିସ୍ଫୋରଣ ପଛରେ କାହାର ହାତ ?
ଏହି ବିସ୍ଫୋରଣ କେଉଁ ପ୍ରକାରରେ କରାଯାଇଛି ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଫରେନ୍ସିକ୍ ବିଶେଷଜ୍ଞମାନେ ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀ ଏବଂ ବିସ୍ଫୋରଣର ପ୍ରକ୍ରିୟା ଯାଞ୍ଚ କରୁଛନ୍ତି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ।
ଅନୁପଗଡ଼-ସୁରତଗଡ଼ ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ
ବିସ୍ଫୋରଣ ପରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଅନୁପଗଡ଼-ସୁରତଗଡ଼ ରେଳଖଣ୍ଡରେ ଟ୍ରେନ୍ ଚଳାଚଳ ବନ୍ଦ କରିଦିଆଯାଇଛି । ଏହି ରୁଟ୍ରେ ଯାତାୟାତ କରୁଥିବା ସମସ୍ତ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍କୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories