Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖରାରେ ପାର୍କିଂ ହୋଇଥିଲା କାର; ଖେଳୁଖେଳୁ ଚାଲିଗଲେ ୨ ଭଉଣୀ, ଏକା ହୋଇଗଲେ ବାପା ରମେଶ

National

Parked Car Tragedy / ଖରାରେ ପାର୍କିଂ ହୋଇଥିଲା କାର; ଖେଳୁଖେଳୁ ଚାଲିଗଲେ ୨ ଭଉଣୀ, ଏକା ହୋଇଗଲେ ବାପା ରମେଶ

Debashree Debasmita Sahoo
Browse all articles by Debashree Debasmita Sahoo
·5 hours ago·3 min read
ଖରାରେ ପାର୍କିଂ ହୋଇଥିଲା କାର; ଖେଳୁଖେଳୁ ଚାଲିଗଲେ ୨ ଭଉଣୀ, ଏକା ହୋଇଗଲେ ବାପା ରମେଶ
Parked Car Tragedy

Key Points

ଆପଣଙ୍କ କାରକୁ ଖରାରେ ପାର୍କ କରୁଛନ୍ତି କି ?
ସାବଧାନ ରୁହନ୍ତୁ, କାରକୁ ଖୋଲା ରଖନ୍ତୁନି
ଅକାଳରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
ଦୁଇ ଝିଅଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ବାପା ରମେଶ
ଏବେ ସାରା ଭାରତରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଘରୁ ବାହାରିଲେ ହେଉଛି ନିଆଁ ବର୍ଷା । ଶରୀର ପୋଡ଼ି ଗଲା ପରି ଲାଗୁଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ପାଣିପାଗ ବିଭାଗ ବାରଣ କରିଛି । ଏହାରି ମଧ୍ୟରେ ରାଜସ୍ଥାନ ଅଲୱାରରୁ ଆସିଛି ଦୁଃଖଦ ଖବର । ଏକାବେଳେ ଚାଲିଯାଇଛନ୍ତି ଦୁଇ ଭଉଣୀ । ଡହଡହ ଖରାରେ ପାର୍କ ହୋଇଥିବା କାରରେ ଖେଳୁଥିବା ସମୟରେ ଶ୍ଵାସରୁଦ୍ଧ ହୋଇ ଚାଲିଯାଇଛି ଟୀନା ଓ ଲକ୍ଷ୍ମୀର ଜୀବନ । ପୂର୍ବରୁ ସ୍ତ୍ରୀକୁ ହରାଇଥିବା ରମେଶ ଏବେ ଦୁଇ ଝିଅଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

ଉତ୍ତର ଭାରତରେ ମଧ୍ୟ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଅଧା ଭାରତରେ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗୁରୁବାର ରାଜସ୍ଥାନର ବୈଶାଳୀ ନଗର ପୋଲିସ ଷ୍ଟେସନ ଖୁଦାନପୁରୀର ଏହି ଘଟଣା ଜଣେ ବାପାକୁ ଏକା କରିଦେଇଛି । କାରଣ ଟୀନା ଓ ଲକ୍ଷ୍ମୀକୁ ଏକାକୀ ପାଳୁଥିଲେ ତାଙ୍କ ବାପା । ଗୁରୁବାର ଦିନ ଅଲୱାରରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।

  • କଣ ପୂରା ଘଟଣା ?
ପୋଲିସର କହିବାନୁସାରେ, ମୃତ ଦୁଇ ଭଉଣୀ ହେଉଛନ୍ତି ୮ ବର୍ଷର ଝିଅ ଟୀନା ଓ ୫ ବର୍ଷର ଝିଅ ଲକ୍ଷ୍ମୀ । ସେମାନେ ବୁଧବାର ଅପରାହ୍ନରେ ଖେଳିବା ପାଇଁ ଘର ବାହାରକୁ ଯାଇଥିଲେ । ଖେଳୁ ଖେଳୁ ଦୁହେଁ ଖରାରେ ପାର୍କ ହୋଇଥିବା କାର ନିକଟରେ ପହଞ୍ଚିଥିଲେ । ଏହାପରେ ସେମାନେ କାର ଡୋର୍ ଖୋଲି ଭିତରକୁ ଯାଇଥିଲେ । ଖେଳୁଥିବା ସମୟରେ ହଠାତ୍ କାର ଡୋର୍ ବନ୍ଦ ହୋଇ ଲକ୍ ହୋଇଯାଇଥିଲା । ଏହାପରେ ପ୍ରଚଣ୍ଡ ଖରାରେ କାର ଭିତର ଉତ୍ତପ୍ତ ହୋଇଯାଇଥିଲା ଓ ଦୁହେଁ ଶ୍ଵାସରୁଦ୍ଧ ହୋଇଯାଇଥିଲେ ।


  • ଅଚେତ ଅବସ୍ଥାରେ ପାଇଥିଲା ପରିବାର
ବହୁ ସମୟ ଧରି ଦୁଇ ଭଉଣୀ ଦେଖାନଯିବା ପରେ ପରିବାରକୁ ସନ୍ଦେହ ହୋଇଥିଲା ଏବଂ ସେମାନେ ଦୁଇ ଭଉଣୀକୁ ଖୋଜିବା ଆରମ୍ଭ କରିଥିଲେ । ଏହାପରେ ଦୁଇ ଭଉଣୀ କାର ଭିତରେ ଅଚେତ ଅବସ୍ଥାରେ ମିଳିଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ଶବ ବ୍ୟବଚ୍ଛେଦ ଲାଗି ଦୁଇ ଭଉଣୀଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲା ଓ ତଦନ୍ତ ଆରମ୍ଭ କରିଥିଲା ।

  • 'ହିଟ୍ ଚାମ୍ଵର'ରେ ପରିଣତ ହୋଇଥିଲା କାର
କାର ଡୋର୍ ବନ୍ଦ ହୋଇଯିବା ପରେ ଗାଡ଼ି ଭିତରର ତାପମାତ୍ରା ବଢି ଯାଇଥିଲା । ଏହାପରେ କାରଟି ଯେପରି ହିଟ୍ ଚାମ୍ଵରରେ ପରିଣତ ହୋଇଥିଲା । ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଦୁଇ ଭଉଣୀ କିପରି କାର ଭିତରେ ପ୍ରବେଶ କରିଥିଲେ ଓ କାର ଡୋର୍ ଆପେ ଆପେ ଲକ୍ ହୋଇଯାଇଥିଲା, ତାହା ଦେଖିବାକୁ ମିଳିଛି । କାର ଭିତରେ ଦୁଇ ଭଉଣୀ ପ୍ରାୟ ୩୦ ମିନିଟ୍ ଫସିଯାଇଥିଲେ, ଏହି ଅଧ ଘଣ୍ଟା ଭିତରେ ହିଁ ଉଭୟ ଶ୍ଵାସରୁଦ୍ଧ ହୋଇପଡ଼ିଥିଲେ ।

ପଢନ୍ତୁ ଏହି ଖବର: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍‌ୱେଭ ଆଲର୍ଟ ଜାରି
 
  • ଟୀନା-ଲକ୍ଷ୍ମୀ ଏକା ପାଳୁଥିଲେ ବାପା
ଦୁଇ ଝିଅ ଟୀନା ଓ ଲକ୍ଷ୍ମୀଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ରମେଶ । ସେମାନଙ୍କ ପ୍ରକୃତ ଘର ବେଦାମ ଅଞ୍ଚଳରେ ହୋଇଥିବାବେଳେ ସେମାନେ ଖୁଦାନପୁରୀରେ ଭଡ଼ା ଘରେ ରହୁଥିଲେ । ରମେଶଙ୍କ ପତ୍ନୀ ପ୍ରାୟ ୪ ବର୍ଷ ପୂର୍ବେ ଚାଲିଯାଇଥିଲେ । ଏଥିଲାଗି ଦୁଇ ଝିଅଙ୍କୁ ଏକାକୀ ପାଳୁଥିଲେ ବାପା ରମେଶ । ଦୁଇ ଝିଅ ରମେଶଙ୍କ ପାଇଁ ଏକମାତ୍ର ସାହାରା ଥିବାବେଳେ ଏବେ ପୁରା ଭାଙ୍ଗିପଡ଼ିଛନ୍ତି ରମେଶ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajasthan Tragedy: Two Sisters Suffocate To Death After Getting Trapped Inside Parked Car | Argus News