Rajya Sabha Poll 2026 November / ବିଧାନସଭା ପୂର୍ବରୁ ହେବ ରାଜ୍ୟସଭା ନିର୍ବାଚନ; କିଏ ମାରିବ ବାଜି?
·57 mins ago·2 min read

Key Points
ଉତ୍ତର ପ୍ରଦେଶର ୧୦ ଏବଂ ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଘୋଷଣା କରାଯାଇଛି।
ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ନିର୍ବାଚନ କମିଶନ ଉଭୟ ରାଜ୍ୟର ୧୧ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। ଯେଉଁଥିରେ ଉତ୍ତର ପ୍ରଦେଶର ୧୦ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ଅନ୍ତର୍ଭୁକ୍ତ ରହିଛି। ଏହି ନିର୍ବାଚନ ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବ।
ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇ ପାରିବ। ଅରୁଣ ସିଂହ, ଗୀତା ଓରଫ ଚନ୍ଦ୍ରପ୍ରଭା, ନୀରଜ ଶେଖର, ବ୍ରିଜଲାଲ, ପ୍ରଫେସର ରାମ ଗୋପାଳ ଯାଦବ, ରାମଜୀ ଗୌତମ, ବିଏଲ ବର୍ମା, ସୀମା, ଦିନେଶ ଶର୍ମା ଏବଂ ହରଦୀପ ସିଂହ ପୁରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଉତ୍ତର ପ୍ରଦେଶରୁ ପୂରଣ କରୁଛନ୍ତି। ସେହିପରି ନରେଶ ବଂଶଲଙ୍କ କାର୍ଯ୍ୟକାଳ ଉତ୍ତରାଖଣ୍ଡରେ ଶେଷ ହେଉଛି।
ଏହା ସହ ପଡନ୍ତୁ: ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷିତ; ଅକ୍ଟୋବର ୨୩ ତାରିଖରେ ହେବ ଭୋଟ୍
କେବେ ହେବ ରାଜ୍ୟସଭା ନିର୍ବାଚନ
ଉତ୍ତର ପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୬ ରାଜ୍ୟସଭା ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ଆସନ ମଧ୍ୟରୁ ପ୍ରାୟ ୬-୭ ସିଟ୍ ଏବେ ଶାସକ ବିଜେପି ଭାଗରେ ରହିଛି। ଏଥରର ନିର୍ବାଚନରେ ଦଳର କିଛି ପ୍ରାର୍ଥୀଙ୍କୁ ବଦଳା ଯାଇପାରେ। ପୂର୍ବତନ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଦିନେଶ ଶର୍ମା ଦଳର (ବିଜେପି) ଜଣେ ପ୍ରମୁଖ ବ୍ରାହ୍ମଣ ନେତା। ତାଙ୍କୁ ସମ୍ପ୍ରତି ଆଣ୍ଡମାନ ଏବଂ ନିକୋବର ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ନୀରଜ ଶେଖର ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜନନାୟକ ଚନ୍ଦ୍ରଶେଖରଙ୍କ ପୁଅ। ଓବିସି ନେତା ବ୍ରିଜଲାଲ ବର୍ମା ଉତ୍ତର ପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଥିଲେ। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ବରିଷ୍ଠ ସମାଜବାଦୀ ପାର୍ଟି ନେତା ଏବଂ ଅଖିଳେଶ ଯାଦବଙ୍କ ଚାଚା ପ୍ରଫେସର ରାମ ଗୋପାଳ ଯାଦବ ଦୀର୍ଘ ସମୟ ଧରି ରାଜ୍ୟସଭା ସାଂସଦ ଅଛନ୍ତି।
ରାଜ୍ୟସଭା ନିର୍ବାଚନ ଗଣିତ
ଏହି ରାଜ୍ୟସଭା ଆସନର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୫ ତାରିଖରେ ଶେଷ ହେଉଛି। ଶାସକ ବିଜେପି ନେତୃତ୍ୱାଧିନ ଏନଡ଼ିଏ ମେଣ୍ଟ ପାଖରେ ପ୍ରାୟ ୨୯୪ ବିଧାୟକ ଅଛନ୍ତି। ସଂଖ୍ୟାବଳ ଆଧାରରେ ଶାସକ ମେଣ୍ଟ ୭ ରାଜ୍ୟସଭା ଆସନ ଜିତିପାରେ। ବିଏସପି ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି। ହେଲେ ବିଏସପି ପାଖରେ ବର୍ତ୍ତମାନ କୌଣସି ବିଧାୟକ ନାହାନ୍ତି। ଏଥିପାଇଁ ଦଳ କୌଣସି ଗୋଟିଏ ଆସନ ଜିତିପାରିବ ନାହିଁ। ଉତ୍ତର ପ୍ରଦେଶ ବିଧାନସଭାରେ ମୋଟ ୪୦୩ ଆସନ ମଧ୍ୟରୁ ୬ ସିଟ୍ ଖାଲି ପଡ଼ିଛି। ବର୍ତ୍ତମାନ ୩୯୭ ବିଧାୟକଙ୍କ ସଂଖ୍ୟା ଆଧାରରେ, ଗୋଟିଏ ରାଜ୍ୟସଭା ଆସନ ପାଇଁ ସର୍ବନିମ୍ନ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories