Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Question Paper / ସ୍କୁଲ୍ ପରୀକ୍ଷା ପ୍ରଶ୍ନପତ୍ରରେ କୁକୁର ନାଁ ଭାବେ 'ରାମ' ବିକଳ୍ପ; ତେଜିଲା ବିବାଦ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ସ୍କୁଲ୍ ପରୀକ୍ଷା ପ୍ରଶ୍ନପତ୍ରରେ କୁକୁର ନାଁ ଭାବେ 'ରାମ' ବିକଳ୍ପ; ତେଜିଲା ବିବାଦ
Question Paper Sparks Row Over ‘Ram’ as Dog Name

Key Points

କୁକୁର ନାଁ ଭାବେ 'ରାମ' ବିକଳ୍ପକୁ ନେଇ ତେଜୁଛି ଅସନ୍ତୋଷ । ବିଦ୍ୟାଳୟ ଷାଣ୍ମାସିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ 'ରାମ'ଙ୍କ ନାଁ କୁକୁର ବିକଳ୍ପ ଭାବେ ଲେଖା ଯାଇଛି ।
ରାୟପୁର: ବିବାଦରେ ପ୍ରଶ୍ନପତ୍ର । କୁକୁର ନାଁ ଭାବେ 'ରାମ' ବିକଳ୍ପକୁ ନେଇ ତେଜୁଛି ଅସନ୍ତୋଷ । ବିଦ୍ୟାଳୟ ଷାଣ୍ମାସିକ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ 'ରାମ'ଙ୍କ ନାଁ କୁକୁର ବିକଳ୍ପ ଭାବେ ଲେଖା ଯାଇଛି ।

ଏଭଳି ଦେଖିବକୁ ମିଳିଛି ପଡ଼ୋଶୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ । ପରୀକ୍ଷା ପ୍ରଶ୍ନପତ୍ରରେ ପଚାରା ଯାଇଛି, ମୋନାଙ୍କ କୁକୁରର ନାଁ କଣ ? ବିକଳ୍ପ ଭାବେ- ବାଲା, ଶେରୁ ଏବଂ ରାମଙ୍କ ନାଁ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଶବଦାହ ପାଇଁ ସ୍ଵର୍ଗଦ୍ଵାର ଆସିଥିଲେ; ବଚସାରୁ ତଣ୍ଟି କାଟି ମାରି ଦେଲେ

ଯାହାକୁ ନେଇ ଏବେ ଧର୍ମୀୟ ଭାବନାକୁ ଆଘାତ ଲାଗିଛି, ବିବାଦ ତେଜିଛି । ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିଛନ୍ତି । କହିଛନ୍ତି, ରାମ ନାଁ ଭଗବାନଙ୍କ ପାଇଁ ସଂରକ୍ଷିତ ରହିଛି ।

ସେହିଭଳି ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଏହାକୁ କଡ଼ା ବିରୋଧ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ୍ ଆଗରେ ପ୍ରତିବାଦ କରିବା ସହ ଡିଇଓଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ହିନ୍ଦୁ ସଂଗଠନ ।

ପ୍ରଶ୍ନପତ୍ରରେ କୁକୁର ନାଁ ଭାବେ 'ରାମ' ବିକଳ୍ପ ଦିଆଯିବାକୁ ନେଇ ବିବାଦ ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସେ କହିଛନ୍ତି, "ଏନେଇ ଗଣମାଧ୍ୟମରୁ ଜାଣିବାକୁ ପାଇଲି । କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ହୋଇଛି ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ସୂଚନା ଅନୁସାରେ, ମହାସମୁନ୍ଦ ଠାରୁ ୧୫୦ କିଲୋମିଟର ଦୂର ରାଜନନ୍ଦଗାଓଁରେ ଏହି ପ୍ରଶ୍ନପତ୍ର ପ୍ରିଣ୍ଟି ହୋଇଛି । ଡିଇଓଙ୍କ ଦାବି ପ୍ରକୃତ ପ୍ରଶ୍ନ ଠାରୁ ଭିନ୍ନ ପ୍ରିଣ୍ଟିଂ କରାଯାଇଛି । ପ୍ରଶ୍ନପତ୍ରରେ ହୋଇଥିବା ପରିବର୍ତ୍ତନ ପାଇଁ ଶିକ୍ଷା ବିଭାଗ ଦାୟୀ ନୁହେଁ ବୋଲି କହିଛନ୍ତି ଡିଇଓ ।

ଏଥିସହ ପଢ଼ନ୍ତୁ: ଗାଡ଼ି ଭିତରେ ଯାତ୍ରୀଙ୍କୁ ଅଟକ ରଖିଲେ 'ଆମ ବସ୍' ଡ୍ରାଇଭର; ଗେଟ୍ ଖୋଲିଲେନି କି ଝରକା ଦେଇ ଛାଡ଼ିଲେନି

ଏନେଇ ସମ୍ପୃକ୍ତ ପ୍ରିଣ୍ଟରକୁ କାରଣ ଦର୍ଶାଅ ନୋଟିସ୍ ପଠାଯିବ ବୋଲି ଡିଇଓ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ପ୍ରଶ୍ନପତ୍ର ପ୍ରିଣ୍ଟିଂ ପାଇଁ ପଠାଇବା ପରେ ଯାଞ୍ଚ କରିଥିଲା ତ ଶିକ୍ଷା ବିଭାଗ ? ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ଯାଞ୍ଚ କରିଥିଲେ, ତାହେଲେ କେମିତି ଧରି ପାରିଲେନି ତ୍ରୁଟି ?

ପ୍ରଶ୍ନପତ୍ରରେ କୁକୁର ନାଁ ରାମ ବିକଳ୍ପକୁ ନେଇ ଅଭିଭାବକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ଆମେ ରାମଙ୍କୁ ଭଗବାନ ଭାବେ ପୂଜା କରୁ । ପ୍ରଶ୍ନପତ୍ରରେ ଏଭଳି ଲେଖିବା ଠିକ୍ ନୁହେଁ । ଏଭଳି ଲେଖିବା ଦ୍ଵାରା ଛୋଟ ଛୁଆ କ'ଣ ଶିଖିବେ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
School Exam Paper Row Over Dog Name ‘Ram’ | Argus News | Argus News