Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦମ ଦେଖାଉଛନ୍ତି ବିଜେପିର ହେବିୱେଟ୍ ନେତା

National

ଦମ ଦେଖାଉଛନ୍ତି ବିଜେପିର ହେବିୱେଟ୍ ନେତା

Jitendra Dash
Browse all articles by Jitendra Dash
·2 years ago·1 min read
ଦମ ଦେଖାଉଛନ୍ତି ବିଜେପିର ହେବିୱେଟ୍ ନେତା

ଅର୍ଗସ ବ୍ୟୁରୋ : ୨୪ ସାଧାରଣ ନିର୍ବାଚନ ପାଇଁ ସରିଲାଣି ପ୍ରଥମ ପର୍ଯ୍ୟାୟ ମତଦାନ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ନସରୁଣୁ ଏବେ ୨ୟ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ବିଶାଳ ରୋଡ ସୋ’ କରି ଭୋଟ ଭିକ୍ଷା କରିଛନ୍ତି ରାମାୟଣର ରାମ-ସୀତା । 

ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲେ । ଯାହାଙ୍କୁ ଦେଖିବାକୁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ ରାଜନୀତି ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି । ହନୁମାନ ଜୟନ୍ତୀ ଅବସରରେ ଯୋଗୀ ଗୋଭିଲଙ୍କ ପାଇଁ ଏକ ବିରାଟ ରୋଡ ସୋରେ ଯୋଗ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମିରଟ ସମେତ ଉତରପ୍ରଦେଶର ୮ଟି ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ ହେବ । ଏଥସହିତ ୧୩ଟି ରାଜ୍ୟର ୮୮ଟି ଆସନରେ ଭୋଟ ଦେବେ ମତଦାତା । ତେବେ ୟୁପିରେ ଏଥର ପୁଣି ବିଜେପି ସତ୍ତା ହାତେଇବା ଲକ୍ଷ୍ୟରେ । 

Argus Whatsapp Channel Mobile Top
Sponsored
'Ramayan' actors to campaign for Arun Govil in UP’s Meerut | Argus News