Videos
|
National

Online Cab Safety / Rapido ରାଇଡ୍ କ୍ୟାନ୍ସେଲ ପରେ ଉତକ୍ଷିପ୍ତ ଡ୍ରାଇଭର; ଯୁବତୀଙ୍କୁ ପଠାଇଲା ଅଶ୍ଳୀଳ ଫଟୋ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
Rapido ରାଇଡ୍ କ୍ୟାନ୍ସେଲ ପରେ ଉତକ୍ଷିପ୍ତ ଡ୍ରାଇଭର; ଯୁବତୀଙ୍କୁ ପଠାଇଲା ଅଶ୍ଳୀଳ ଫଟୋ
Rapido Driver Harassment Case

Key Points

ରାପିଡୋ କ୍ୟାନ୍ସେଲ ପରେ ନାରାଜ ଡ୍ରାଇଭର
ହିନ୍ଦୁ ଝିଅ କହି ଦେଲା ଯୁବତୀଙ୍କୁ ଦେଲା ଗାଳି
ମୋବାଇଲକୁ ପଠାଇଲା ଅଶ୍ଳୀଳ ଫଟୋ
ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବାଗସେବନିଆରୁ ଆସିଛି ଅଜବ ଘଟଣା । ଯୁବତୀ ଜଣକ ରାପିଡୋ ରାଇଡ୍ କ୍ୟାନ୍ସେଲ କରିବା ପରେ ଉତକ୍ଷିପ୍ତ ହୋଇଉଠିଲା ଡ୍ରାଇଭର । ରାଇଡ୍ ବୁକ୍ କରିଥିବା ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକାଇବା ଓ ମୋବାଇଲକୁ ଅଶ୍ଳୀଳ ଫଟୋ ପଠାଇବା ପରି ଅଭିଯୋଗ ହୋଇଛି । ରାପିଡୋ ଡ୍ରାଇଭର ଯୁବତୀଙ୍କୁ ଅତିରିକ୍ତ ଟଙ୍କା ମାଗିଥିଲା, ଏହାପରେ ଯେତେବେଳେ ଯୁବତୀ ରାଇଡ୍ କ୍ୟାନ୍ସେଲ୍ କରିଥିଲେ, ସେତେବେଳେ ଡ୍ରାଇଭର ଚାଟ୍ ମାଧ୍ୟମରେ ଯୁବତୀଙ୍କ ସହ ଅଭଦ୍ର ଆଚରଣ କରିଥିଲା ।

  • ଅତିରିକ୍ତ ଟଙ୍କାକୁ ନେଇ ବିବାଦ
ଯୁବତୀଙ୍କ କହିବାନୁସାରେ, ସେ ନିଜର କିଛି ଜିନିଷପତ୍ର ପଠାଇବା ଲାଗି ରାପିଡୋ ପାର୍ସଲ ବୁକ୍ କରିଥିଲେ । ଡ୍ରାଇଭର ଜଣକ ଅନ୍ୟ କୌଣସି ସ୍ଥାନରେ ପହଞ୍ଚିଥିଲା । ନିଜର ଭୁଲ୍ ପାଇଁ ସେ ଯୁବତୀଙ୍କଠାରୁ ପେଟ୍ରୋଲ ଖର୍ଚ୍ଚ ଆଦାୟ କରିବାକୁ ଚାହିଁଥିଲା । ଏଥିଲାଗି ସେ ଯୁବତୀଙ୍କୁ ଅତିରିକ୍ତ ଟଙ୍କା ମାଗିଥିଲା । ଯେତେବେଳେ ଯୁବତୀ ଜଣକ ରାଇଡ୍ କ୍ୟାନ୍ସେଲ କରିଥିଲେ, ସେତେବେଳେ ଡ୍ରାଇଭର ମହମ୍ମଦ ମୁସ୍ତକିନ୍ ତାଙ୍କୁ ଫୋନ୍ କରି ଗାଳିଗୁଲଜ ଆରମ୍ଭ କରିଦେଇଥିଲା ।

ଡ୍ରାଇଭର ଜଣକ ଯୁବତୀଙ୍କୁ ଗାଳି ଦେଇ କହିଥିଲା, "ତୁମେ ହିନ୍ଦୁ ଝିଅ ସବୁ ଏମିତି ।" ଏହାପରେ କିଛି ଅଶ୍ଳୀଳ ଫଟୋ ଯୁବତୀଙ୍କୁ ପଠାଇଥିଲା । ଏହାପରେ ଡ୍ରାଇଭର ଜଣକ ତାଙ୍କୁ ଲଗାତାର ଫୋନ କରିବା ସହ ଧମକ ମଧ୍ୟ ଦେଇଥିଲା । ଏହାପରେ ଯୁବତୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

  • ୫ଦିନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ
ଯୁବତୀ ଜଣକ କହିଛନ୍ତି ଯେ ଏହି ଘଟଣା ପରେ ବାଗସେବନିଆ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା, ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାପରେ ଯୁବତୀ ଜଣକ ବଜରଙ୍ଗ ଦଳକୁ ଘଟଣା ସମ୍ପର୍କରେ କହିଥିଲେ । ସଂଗଠନ କାର୍ଯ୍ୟକର୍ତ୍ତା ଥାନାରେ ପହଞ୍ଚିଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: Ola, Uber, Rapido ରାଇଡ୍ ଆରମ୍ଭ ପୂର୍ବରୁ ମାଗି ପାରିବେନି ଟିପ୍

  • କଣ କହିଲା ପୋଲିସ ?
ବାଗସେବନିଆ ଥାନା ଅଧୀକ୍ଷକ ଅମିତ ସୋନି କହିଛନ୍ତି ଯେ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ପୋଲିସ ଉପଲବ୍ଧ ଡିଜିଟାଲ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇନାହିଁ । ସେପଟେ ଏହି ଘଟଣା ଏବେ ଅନଲାଇନ ପରିବହନ ସେବାରେ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ।