Videos
|
National

RBI New ATM Rules / ATMରୁ ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ RBIର ନୂଆ ନିୟମ...

Santosh Kumar Sahoo
Browse all articles by Santosh Kumar Sahoo
·Updated on: 29 Nov 2026, 13:36:39 IST·2 min read
ATMରୁ ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ RBIର ନୂଆ ନିୟମ...
RBI New ATM Rules

Key Points

ATM ବ୍ୟବହାର କରୁଥିବା ଲୋକେ ସାବଧାନ
RBI ଆଣିଲା ନୂଆ ନିୟମ
ଏଣିକି ATMରୁ ଟଙ୍କା ଉଠାଇବା ହେବ ମହଙ୍ଗା ?
ଦିଲ୍ଲୀ: ବାରମ୍ବାର ATMରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଚେକ୍ କରିବା ଏବେ ଗ୍ରାହକଙ୍କ ପାଇଁ ମହଙ୍ଗା ପଡ଼ିପାରେ। କାରଣ ପ୍ରତି ମାସରେ ମିଳୁଥିବା ମାଗଣା ATM ଟ୍ରାଞ୍ଜାକ୍ସନ୍ ସୀମା ଶେଷ ହେବା ପରେ ବ୍ୟାଙ୍କ ଗ୍ରାହକଙ୍କଠାରୁ ଅତିରିକ୍ତ ଚାର୍ଜ ନେଇଥାଏ । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି RBI ଆଣିଛି ନୂଆ ନିର୍ଦ୍ଦେଶ ।
RBI ପକ୍ଷରୁ ନଭେମ୍ବର ୨୭ ତାରିଖରେ ATM ଏବଂ Point of Sale (PoS) ଟର୍ମିନାଲରୁ ଟଙ୍କା ଉଠାଣ ସମ୍ପର୍କରେ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହେବ । ଏହା ସହିତ ୨୦୦୮ରୁ ୨୦୨୨ ମଧ୍ୟରେ ଜାରି ହୋଇଥିବା ୧୭ଟି ପୁରୁଣା ସର୍କୁଲାରକୁ ଏକାଠି କରାଯାଇଛି । ଗ୍ରାହକଙ୍କୁ ଟ୍ରାଞ୍ଜାକ୍ସନ୍ ଚାର୍ଜ ଏବଂ ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

RBIର ନୂଆ ନିୟମ ଅନୁସାରେ, ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ଶେଷ ହେବା ପରେ ବ୍ୟାଙ୍କ ପ୍ରତି ଅତିରିକ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ସର୍ବାଧିକ ୨୩ ଟଙ୍କା ଚାର୍ଜ ନେଇପାରିବେ । ଏହା ସହିତ ୧୮ ପ୍ରତିଶତ GST ଯୋଡ଼ିଲେ ଗ୍ରାହକଙ୍କୁ ସର୍ବାଧିକ ୨୭.୧୪ ଟଙ୍କା ଦେବାକୁ ପଡ଼ିପାରେ ।

ଯଦି କୌଣସି ଗ୍ରାହକ ପ୍ରତି ମାସରେ ୫ଟି ଅତିରିକ୍ତ ଚାର୍ଜଯୁକ୍ତ ଟ୍ରାଞ୍ଜାକ୍ସନ୍ କରନ୍ତି, ତେବେ ମାସକୁ ୧୩୫.୭୦ ଟଙ୍କା ଏବଂ ବର୍ଷକୁ ୧,୬୨୮.୪୦ ଟଙ୍କା ଖର୍ଚ୍ଚ ହୋଇପାରେ । ସେହିପରି ମାସକୁ ୧୦ଟି ଅତିରିକ୍ତ ଟ୍ରାଞ୍ଜାକ୍ସନ୍ କଲେ ବାର୍ଷିକ ଖର୍ଚ୍ଚ ୩,୨୫୬.୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।
ଏଥି ସହ ପଢନ୍ତୁ:  RBIର ବଡ଼ ଆକ୍ସନ୍; ବାତିଲ୍ ହେଲା Paytm ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌ର ଲାଇସେନ୍ସ
କେଉଁ କ୍ଷେତ୍ରରେ କଟିବନି ATM ଚାର୍ଜ ?

RBIର ନୂଆ ନିର୍ଦ୍ଦେଶ ଅନୁସାରେ, ATMରେ ଟେକ୍ନିକାଲ୍ ସମସ୍ୟା, ଟଙ୍କା ନଥିବା, ଭୁଲ୍ PIN କିମ୍ବା ବ୍ୟାଙ୍କ ସମ୍ବନ୍ଧୀୟ କିଛି ନିର୍ଦ୍ଦିଷ୍ଟ ସମସ୍ୟା ଯୋଗୁଁ ବିଫଳ ହୋଇଥିବା ଟ୍ରାଞ୍ଜାକ୍ସନ୍ ପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ଏହି ଟ୍ରାଞ୍ଜାକ୍ସନ୍‌ଗୁଡ଼ିକୁ ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ମଧ୍ୟରେ ମଧ୍ୟ ଗଣାଯିବ ନାହିଁ ।

ଏହା ସହିତ ବ୍ୟାଙ୍କଗୁଡ଼ିକୁ ଏକ ଏପରି ବ୍ୟବସ୍ଥା କରିବାକୁ କୁହାଯାଇଛି, ଯାହା ମାଧ୍ୟମରେ ଗ୍ରାହକ କେତୋଟି ମାଗଣା ଟ୍ରାଞ୍ଜାକ୍ସନ୍ ବ୍ୟବହାର କରିସାରିଛନ୍ତି ଏବଂ ପରବର୍ତ୍ତୀ ଟ୍ରାଞ୍ଜାକ୍ସନ୍ ପାଇଁ କେତେ ଚାର୍ଜ ଲାଗିବ, ତାହା ଜାଣିପାରିବେ । ବ୍ୟାଙ୍କଗୁଡ଼ିକୁ ଟଙ୍କା ଉଠାଣ ସୀମା, ଲାଗୁ ହେଉଥିବା ଚାର୍ଜ ଏବଂ ମାଗଣା ଟ୍ରାଞ୍ଜାକ୍ସନ୍ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ଦେବାକୁ ପଡ଼ିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିପରି ବଞ୍ଚାଇପାରିବେ ନିଜ ଟଙ୍କା ?

ATM ଚାର୍ଜରୁ ବଞ୍ଚିବା ପାଇଁ ଗ୍ରାହକମାନେ କିଛି ସତର୍କତା ଅବଲମ୍ବନ କରିପାରିବେ। ନିଜ ବ୍ୟାଙ୍କର ATMକୁ ଅଧିକ ପ୍ରାଥମିକତା ଦିଅନ୍ତୁ । ବାରମ୍ବାର ଟଙ୍କା ନଉଠାଇ ଆବଶ୍ୟକତା ଅନୁସାରେ ଏକାଥରକେ ଟଙ୍କା ଉଠାନ୍ତୁ । ବାଲାନ୍ସ ଚେକ୍ ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ପାଇଁ ମୋବାଇଲ୍ ବ୍ୟାଙ୍କିଂର ବ୍ୟବହାର କରନ୍ତୁ ।

ଏହା ବ୍ୟତୀତ ଯୋଗ୍ୟ PoS ଟର୍ମିନାଲ୍ ମାଧ୍ୟମରେ ମଧ୍ୟ ଟଙ୍କା ଉଠାଇବାର ସୁବିଧା ରହିଛି । ଏଥିରେ ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ସର୍ବାଧିକ ୨,୦୦୦ ଟଙ୍କା ଏବଂ ମାସକୁ ସର୍ବାଧିକ ୧୦,୦୦୦ ଟଙ୍କା ଉଠାଇହେବ। ଯଦି ଏଥିପାଇଁ ଚାର୍ଜ ଲାଗେ, ତେବେ ତାହା ଉଠାଯାଇଥିବା ରାଶିର ୧ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ।
ତେଣୁ ଏଣିକି ATM ବ୍ୟବହାର କରିବା ସମୟରେ ନିଜର ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ଉପରେ ନଜର ରଖନ୍ତୁ। ନଚେତ୍ ଛୋଟ ଛୋଟ ଟ୍ରାଞ୍ଜାକ୍ସନ୍ ପାଇଁ ଆପଣଙ୍କୁ ବର୍ଷକୁ ହଜାର ହଜାର ଟଙ୍କା ଅତିରିକ୍ତ ଦେବାକୁ ପଡ଼ିପାରେ ।