Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୋକଙ୍କ ପାଖରେ ଏବେ ବି ଅଛି ୨୦୦୦ ଟଙ୍କିଆ ନୋଟ୍‌

National

ଲୋକଙ୍କ ପାଖରେ ଏବେ ବି ଅଛି ୨୦୦୦ ଟଙ୍କିଆ ନୋଟ୍‌

Jitendra Dash
Browse all articles by Jitendra Dash
·2 years ago·1 min read
ଲୋକଙ୍କ ପାଖରେ ଏବେ ବି ଅଛି ୨୦୦୦ ଟଙ୍କିଆ ନୋଟ୍‌

ଅର୍ଗସ ବ୍ୟୁରୋ : ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ରିଜର୍ଭ ବ୍ୟାଙ୍କକୁ ଫେରିଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି ବୈଧ ରହିଛି, ଅର୍ଥାତ ତାହା ଅଚଳ ହୋଇନାହିଁ । ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ୨୦୨୩ ମେ’ ୧୯ ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା କି ନଭେମ୍ବର ୩୦, ୨୦୨୩ରେ କାରବାର ଶେଷ ହେବା ବେଳକୁ ୯,୭୬୦ କୋଟି ଟଙ୍କାକୁ ହ୍ରାସ ପାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ତେଣୁ ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗତ ୧୯ ମେରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ସଂପର୍କରେ ଘୋଷଣା କରାଯାଇଥିଲା । ଏଥିପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ଥିଲା । ପରେ ତାହାକୁ ଅକ୍ଟୋବର ୯କୁ ବୃଦ୍ଧି କରାଯାଇଥିଲା । ଶେଷ ତାରିଖ ପରେ ଏବେ ବି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖାମାନଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RBI says ₹2000 notes worth ₹9760 crore not deposited, exchanged | Argus News