Carry Bag Charge / ଶପିଂ ପରେ ବ୍ୟାଗ୍ ପାଇଁ ୩୦ ଟଙ୍କା ନେଇଥିଲା ଶୋରୁମ୍, କୋର୍ଟ ଲଗାଇଲେ ୨୬ ହଜାର ଫାଇନ୍
·2 weeks ago·2 min read

Key Points
କ୍ୟାରି ବ୍ୟାଗ୍ ପାଇଁ ଗ୍ରାହକଙ୍କ ଠାରୁ ଫ୍ୟାଶନ କମ୍ପାନୀ ରେଡ୍ ଟେପ୍ ୩୦ ଟଙ୍କା ନେଇିଲା । ଏହି ମାମଲାରେ ଖାଉଟି ଅଦାଲତ କମ୍ପାନୀକୁ ଦୋଷୀ ମାନିବା ସହ ୩୦ ଟଙ୍କା ଫେରାଇବା ଏଥିସହ ଗ୍ରାହକଙ୍କୁ ମୋଟ ୨୬ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: କ'ଣ ଶୋରୁମ୍ରେ ସପିଂ ବେଳେ ଆପଣଙ୍କୁ ମଧ୍ୟ ବ୍ୟାଗ୍ ପାଇଁ ଅତିରିକ୍ତ ଟଙ୍କା ମଗା ଯାଉଛି ? ତାହେଲେ ଆପଣ ଖାଉଟି ଅଦାଲତରର ଦ୍ଵାରସ୍ଥ ହୋଇ ଆପଣଙ୍କ ଅଧିକାରର ସୁରକ୍ଷା କରିପାରିବେ ।
ହରିୟାଣାରେ ଏଭଳି ଏକ ମାମଲାରେ ଖାଉଟି ଅଦାଲତଙ୍କ ରାୟ ଆସିଛି । କ୍ୟାରି ବ୍ୟାଗ୍ ପାଇଁ ଗ୍ରାହକଙ୍କ ଠାରୁ ଫ୍ୟାଶନ କମ୍ପାନୀ ରେଡ୍ ଟେପ୍ ୩୦ ଟଙ୍କା ନେଇିଲା । ଏହି ମାମଲାରେ ଖାଉଟି ଅଦାଲତ କମ୍ପାନୀକୁ ଦୋଷୀ ମାନିବା ସହ ୩୦ ଟଙ୍କା ଫେରାଇବା ଏଥିସହ ଗ୍ରାହକଙ୍କୁ ମୋଟ ୨୬ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅପରେସନ୍ ସିନ୍ଦୂର ଉପରେ ଡୋଭାଲଙ୍କ ବଡ଼ ଖୁଲାସା ! 'ଭାରତର ସହନଶୀଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ'
ଏହି ମାମଲା ହେଉଛି ୨୦୨୫ ଅଗଷ୍ଟ ୩୧ ତାରିଖର । ଜଣେ ଗ୍ରାହକ ଗୁରୁଗ୍ରାମରେ ଥିବା ରେଡ୍ ଟେପ୍ ଶୋରୁମରୁ ସାମଗ୍ରୀ କଣିବା ପାଇଁ ଯାଇଥିଲେ । ସେଠାରୁ ୪ ହଜାର ୭୧୩ ଟଙ୍କାର ସାମଗ୍ରୀ କିଣିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାମଗ୍ରୀ ବିଲ୍ ବେଲେ ଶୋରୁମ୍ ୩ଟି କ୍ୟାରି ବ୍ୟାଗ୍ ଲାଗି ଅଲଗା ଭାବେ ୩୦ ଟଙ୍କା ଅତିରିକ୍ତ ଭାବେ ନେଇଥିଲା । ଯାହା ପରେ ଗ୍ରାହକ ଜଣଙ୍କ ମାଗଣାରେ କ୍ୟାରି ବ୍ୟାଗ୍ ଦେବାକୁ ଦାବି କରିଥିଲେ । କାରଣ କିଣିଥିବା ସାମଗ୍ରୀ ହାତରେ ନେବା ସହଜ ନଥିଲା । କିନ୍ତୁ ଶୋରୁମ୍ କର୍ତ୍ତୃପକ୍ଷ ଶୁଣିନଥିଲେ ।
ଖାଉଟି ଅଦାଲତ ଗଲେ ଗ୍ରାହକ
ଯାହାପରେ ଗ୍ରାହକ ଜଣଙ୍କ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ଆଦାୟକୁ ଭୁଲ୍ ଦର୍ଶାଇ ଖାଉଟି ଅଦାଲତର ଦ୍ଵାରସ୍ଥ ହୋଇଥିଲେ । ଗ୍ରାହକ କହିଥିଲେ, ସାମଗ୍ରୀ କିଣିବା ପରେ ବ୍ୟାଗ୍ ଦେବା ଦୋକାନର ଦାୟିତ୍ଵ ହେବା ଦରକାର । କୋର୍ଟ ମଧ୍ୟ ଏହି ମାମଲାରେ ପୁରୁଣା ମାମଲାର ଉଦାହରଣ ଦେଇ ଶୋରୁମ୍ କ୍ୟାରି ବ୍ୟାଗ୍ ପାଇଁ ଟଙ୍କା ନେବା ଉପରେ ପ୍ରଶ୍ନ ଉଠାଇଥିଲେ ।
କୋର୍ଟ କହିଥିଲେ, ଗ୍ରାହକଙ୍କୁ କ୍ୟାରି ବ୍ୟାଗ ଦେବା ନାଁରେ ଶୋରୁମ୍ ନିୟମିତ ଟଙ୍କା ନେଇ ପାରିବ ନାହିଁ । ଏପରିକି ଗ୍ରାହକଙ୍କ ନିକଟରେ ସାମଗ୍ରୀ ପହଞ୍ଚିବା ପାଇଁ ପ୍ୟାକେଜିଂ ଶୋରୁମ୍ର ଦାୟିତ୍ଵ ହେବା ଦରକାର ବୋଲି କୋର୍ଟ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀକୁ ବୋମା ଧମକ; ଆଲର୍ଟରେ ସୁରକ୍ଷାକର୍ମୀ
୨୬ ହଜାର ଟଙ୍କା ଜରିମାନା
ମାମଲାରେ କୋର୍ଟ, ରେଡ୍ ଟେପ୍କୁ ୩୦ ଟଙ୍କା ଫେରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କାକୁ ୨୦୨୫ ଅଗଷ୍ଟ ୩୧ରୁ ଫେରସ୍ତ ତାରିଖ ପର୍ଯ୍ୟନ୍ତ ବାର୍ଷିକ ୯ ପ୍ରତିଶତ ସୁଧ ସହ ଦେବାକୁ କୁହାଯାଇଛି । ଏଥିସହ ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ପାଇଁ ୧୫ ହଜାର ଓ ମାମଲାର ଖର୍ଚ୍ଚ ପାଇଁ ଆଉ ୧୧ ହଜାର ଟଙ୍କା ଦେବାକୁ ଶୋ ରୁମ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଭଳି ଭାବେ ମୋଟ ୨୬ ହଜାର ଟଙ୍କା ୪୫ ଦିନ ମଧ୍ୟରେ ଦେବାକୁ ଶୋରୁମ୍କୁ ନିର୍ଦ୍ଦେଶ ରହିଛି ।

Related Topics
Explore more stories