Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପରୀକ୍ଷାବେଳେ କପି କରି ଧରାପଡ଼ିଲେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ

Jitendra Dash
Browse all articles by Jitendra Dash
·2 years ago·1 min read
ପରୀକ୍ଷାବେଳେ କପି କରି ଧରାପଡ଼ିଲେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ

ଅର୍ଗସ ବ୍ୟୁରୋ : ପରୀକ୍ଷାବେଳେ କପି କରି ଧରାପଡ଼ିଲେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ । ଉତ୍ତରପ୍ରଦେଶର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ରାଜେଶ କୁମାରଙ୍କ ନାଁରେ କପି କରିଥିବା ଅଭିଯୋଗ ଆସିଛି । ଲକ୍ଷ୍ନୌର କେଏମସି ଭାଷା ବିଶ୍ବବିଦ୍ୟାଳୟରେ ଏଲଏଲବି ପ୍ରଥମ ସେମିଷ୍ଟାର ପରୀକ୍ଷା ଦେବା ସମୟରେ ସେ ଦୁଇଥର ନକଲ କରିଥଲେ। ସେ ଦୁଇଥର କପି କରୁଥିବାବେଳେ ଧରାପଡ଼ିଛନ୍ତି ।

ଏଲଏଲବି ପରୀକ୍ଷାର ପ୍ରଥମ ସେମିଷ୍ଟାରରେ ରାଜେଶ କୁମାର ପୂର୍ବରୁ ପ୍ରସ୍ତୁତ ଚିଟ୍ ବ୍ୟବହାର କରି ନକଲ କରୁଥିଲେ । ସେ ଉତ୍ତର ଖାତାରେ ଚିଟରେ ଲେଖାଯାଇଥିବା ଉତ୍ତର ମଧ୍ୟ ଲେଖିଥିଲେ । ପରୀକ୍ଷାରେ ନିୟୋଜିତ ଅଧିକାରୀମାନେ କୁମାରଙ୍କ ନକଲ ବାବଦରେ ପ୍ରକାଶ କରିଥିଲେ । କେଏମସି ଭାଷା ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଭାବନା ମିଶ୍ର କହିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର କପି ଜବତ କରାଯାଇଥିଲା ଓ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ତାଙ୍କୁ ଏକ ନୂଆ ଉତ୍ତର ଖାତା ଦିଆଯାଇଥିଲା । ଗୁରୁବାର ଯାଞ୍ଚ ବେଳେ ତାଙ୍କଠାରୁ ଏକ ସମାନ ଧରଣର ନକଲ ଜବତ କରାଯାଇଥିଲା । ସେ କ୍ରମାଗତ ଭାବରେ କପି କରିବାକୁ ଚେଷ୍ଟା କରୁଥିବାରୁ ପୂର୍ବତନ ଆଇପିଏସକୁ କଲେଜ କର୍ତ୍ତୃପକ୍ଷ କଡା ଚେତାବନୀ ଦେଇଛନ୍ତି ।

Sponsored
Retired IPS Officer Caught Cheating Twice In LLB Exam At KMC Language University In Lucknow | Argus News