Lift Horror in Hospital / ମେଡିକାଲ୍ ଲିଫ୍ଟରେ ଫସି ଭାଙ୍ଗିଲା ପଞ୍ଜରା ହାଡ଼, ଫାଟିଗଲା ହୃତପିଣ୍ଡ; ମୁହୂର୍ତ୍ତକରେ ଚାଲିଗଲା ଜୀବନ
·3 months ago·2 min read

Key Points
ସ୍ତ୍ରୀ ଓ ପୁଅ ଆଗରେ ପ୍ରାଣ ହରାଇଛି ସ୍ଵାମୀ । ଖବର ଅନୁସାରେ, ଗୁରୁବାର ଆର୍ଜି କର୍ ମେଡିକାଲ୍ରେ ଲିଫ୍ଟରେ ଫସି ଯାଇଥିଲେ ସ୍ଵାମୀ, ସ୍ତ୍ରୀ ଓ ପୁଅ । ଆଉ ସ୍ତ୍ରୀ ଓ ପୁଅ ଆଗରେ ସ୍ଵାମୀ ଆଖି ବୁଜିଛନ୍ତି ।
କୋଲକାତା: ପୁଣି ଚର୍ଚ୍ଚାରେ ଆର୍ଜି କର୍ ମେଡିକାଲ୍ । ଯେଉଁଠି ସ୍ତ୍ରୀ ଓ ପୁଅ ଆଗରେ ପ୍ରାଣ ହରାଇଛି ସ୍ଵାମୀ । ଖବର ଅନୁସାରେ, ଗୁରୁବାର ଆର୍ଜି କର୍ ମେଡିକାଲ୍ରେ ଲିଫ୍ଟରେ ଫସି ଯାଇଥିଲେ ସ୍ଵାମୀ, ସ୍ତ୍ରୀ ଓ ପୁଅ । ଆଉ ସ୍ତ୍ରୀ ଓ ପୁଅ ଆଗରେ ସ୍ଵାମୀ ଆଖି ବୁଜିଛନ୍ତି ।
ଲିଫ୍ଟରେ ଫସିବାର କେଇ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୪୦ ବର୍ଷୀୟ ଅରୂପ ବନ୍ଦୋପାଧ୍ୟାୟ । ସ୍ତ୍ରୀ ସୋନାଲି ଓ ପୁଅ ଆୟୁଷ ମଧ୍ୟ ଲିଫ୍ଟରେ ଫସି ଆହତ ହୋଇଛନ୍ତି । ଅଘଟଣ ପରେ ଲିଫ୍ଟରୁ ଉଦ୍ଧାର ହୋଇଛି ଅରୂପଙ୍କ ମୃତଦେହ ।
ଅଟୋସ୍ପାଏ ସର୍ଜନଙ୍କ ଅନୁସାରେ, "ଅରୂପଙ୍କ ମୃତ୍ୟୁର କାରଣ ପଲି ଟ୍ରମା ୟ କାନ୍ଥରେ ଛାତି ଚାପି ହୋଇ ଯିବାରୁ ହୃତ୍ପିଣ୍ଡ, ଫୁସ୍ଫୁସ୍ ଓ ଯକୃତ ଫାଟି ଯାଇଛି । ପଞ୍ଜରା ହାଡ଼ ସହ ହାତ ଓ ଗୋଡ଼ ଭାଙ୍ଗି ଯାଇଛି ।"
ଏଥିସହ ପଢ଼ନ୍ତୁ: ପୋଷା ବିଲେଇର ମୃତ୍ୟୁକୁ ସହି ନ ପାରି ଜଣେ ୨୦ବର୍ଷୀୟା ଛାତ୍ରୀଙ୍କ ଆତ୍ମହତ୍ୟା
ପୋଲିସ ଅନୁସାରେ, "ଆର୍ଜି କର୍ ଟ୍ରମା କେୟାର ବିଲ୍ଡିଂରେ ୨ ଜଣ ସୁରକ୍ଷାକର୍ମୀ ଓ ୩ ଜଣ ଲିଫ୍ଟ ଅପରେଟର ମୁତୟନ ଥିଲେ । ସେମାନଙ୍କୁ ଶୁକ୍ରବାର ଗିରଫ କରାଯାଇଛି ।"
ତେବେ ମୃତକଙ୍କ ପରିବାରର ଅଭିଯୋଗ ହେଲା, ଲିଫ୍ଟଟିରେ ଯାନ୍ତ୍ରିକ ତ୍ରୁଟି ରହିଛି । ମୃତ ଅରୂପଙ୍କ ଭଉଣୀ ପିଙ୍କି କହିଛନ୍ତି, "ଲିଫ୍ଟଟି ଏକାଧିକଥର ତଳୁ ଉପରକୁ, ଉପରୁ ତଳକୁ କୌଣସି ମହଲାରେ ନ ଅଟକି ଖସିବାରେ ଲାଗିଥିଲା । ମେଡିକାଲ୍ କର୍ମଚାରୀଙ୍କୁ ଡାକିଥିଲେ ବି କେହି ସାହାଯ୍ୟ ପାଇଁ ଆସି ନଥିଲେ ।"
ଗୁରୁବାର ରାତିରେ ଅରୂପ ତାଙ୍କ ପୁଅକୁ ମେଡିକାଲ୍ ନେଇ ଯାଇଥିଲେ । ଡାକ୍ତର କହିଥିଲେ ଛୁଆର ହାଡ଼ ଭାଙ୍ଗି ଯାଇଛି ଅପରେସନ୍ ହେବ । ଏଥିପାଇଁ ପରିବାର ଟ୍ରମା ସେଣ୍ଚରର ପ୍ରଥମ ମହଲାରେ ଥିଲେ । ପତ୍ନୀଙ୍କ ସହ ଅରୂପ ଲିଫ୍ଟରେ ଯାଉଥିଲେ । ସେତେବେଳେ ଲିଫ୍ଟରେ କେହି କର୍ମଚାରୀ ନଥିଲେ ।
ହଠାତ୍ ଲିଫ୍ଚଟି ତଳ ଉପର ବାରମ୍ବାର ହୋଇ ବେସମେଣ୍ଟରେ ରେଡିଓଥେରାପି ୟୁନିଟ୍ରେ ଅଟକିଥିଲା । ବିଭାଗ ବନ୍ଦ ଥିବା ବେଳେ ହସ୍ପିଟାଲ୍ କର୍ମଚାରୀ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏକାଧିକ ଗମ୍ଭୀର ଆଘାତ ଲାଗିଥିବା ମୃତ ଘୋଷଣା କରିଛନ୍ତି ଡାକ୍ତର ।
ଏଥିସହ ପଢ଼ନ୍ତୁ: ସମୟ ବଦଳିଛି, ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ
ତେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଅରୂପଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ସଙ୍ଗେ ସଙ୍ଗେ ଲିଫ୍ଟ ଅଟକାଇଥିଲେ ମୋ ପୁଅ ବଞ୍ଚି ଯାଇଥାନ୍ତା ।" ଏନେଇ ଅରୂପଙ୍କ ବାପା ଅମଲ ପୋଲିସରେ ଏତଲା ଦେଇଛନ୍ତି ।
ଏତଲା ପରେ ପୋଲିସ, ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିବା ସହ ଫରେନସିକ ଯାଞ୍ଚ ପାଇଁ ପଠାଇଛି । ଆର୍ଜି କର୍ ହସ୍ପିଟାଲ୍ରେ ଲିଫ୍ଟରେ ପୁଅ, ସ୍ତ୍ରୀ ଆଗରେ ସ୍ଵାମୀର ମୃତ୍ୟୁକୁ ନେଇ ଏବେ ଚାରିଆଡ଼ୁ ସମାଲୋଚନା କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories