Videos
|
National

Rishabh Pant / ରାତି ଗୋଟାଏରେ ସହାୟତା ପାଇଁ ଋଷଭଙ୍କ ଟ୍ଵିଟ୍; ଏମିତି ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଧାମି

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ରାତି ଗୋଟାଏରେ ସହାୟତା ପାଇଁ ଋଷଭଙ୍କ ଟ୍ଵିଟ୍; ଏମିତି ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଧାମି
Pant Tweets CM Dhami for Land Help

Key Points

ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର୍ କରି ରାତି ଅଧରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଋଷଭ ପନ୍ତଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି ।
ନୂଆଦିଲ୍ଲୀ: ରାତି ପ୍ରାୟ ଗୋଟାଏ । ଆସିଲା ଋଷଭ ପନ୍ତଙ୍କ ଟ୍ଵିଟ୍ । ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସାହାଯ୍ୟ । ଭାରତୀୟ କ୍ରିକେଟ୍ ଦଳର ୱିକେଟ୍ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସୋସିଆଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର୍ କରି ରାତି ଅଧରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

ଋଷଭ ପନ୍ତଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି । ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ସହ ଋିଷଭ ଏବେ ଶ୍ରୀଲଙ୍କାରେ ଅଛନ୍ତି । କଲୋମ୍ବାରେ ଶ୍ରୀଲଙ୍କା ଏକାଦଶ ସହ ଅଭ୍ୟାସ୍ ମ୍ୟାଚ୍ ଚାଲିଛି । ଶ୍ରୀଲଙ୍କା ଗସ୍ତରେ ଥାଇ କାହିଁକି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସାହାଯ୍ୟ ମାଗିଲେ ଋଷଭ ପନ୍ତ ।

ଏଥିସହ ପଢ଼ନ୍ତୁ: ଗୋଲ୍ଡ ମେଡାଲ୍ ପଛରେ ବିରାଟ କୋହଲିଙ୍କ ବଡ଼ ଭୂମିକା, ସାକ୍ଷୀ ଚୌଧୁରୀ କହିଲେ ସତ 

ଏକ୍ସ ପୋଷ୍ଟରେ ଋଷଭ ପନ୍ତ ଲେଖିଛନ୍ତି, "ସାର୍ ନମସ୍କାର, ଆପଣ କେମିତି ଅଛନ୍ତି ? ଉତ୍ତରାଖଣ୍ଡର ସ୍ଥାୟୀ ଅଧିବାସୀ ଭାବେ ଅନେକ ବର୍ଷ ହେଲାଣି । ମୁଁ ଦିଲ୍ଲୀରୁ ଉତ୍ତରାଖଣ୍ଡ ସ୍ଥାନାନ୍ତର ହେବା ପାଇଁ ଜମି କିଣିବାକୁ ଚେଷ୍ଟା କରୁଛି । କିନ୍ତୁ ମୋତେ ରହିବା ଲାଗି କୌଣସି ବଡ଼ ଜାଗା ମିଳୁ ନାହିଁ । ମୋତେ ମୋର ଉତ୍ତରାଖଣ୍ଡ ବହୁତ ଭଲ ଲାଗେ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଜମି ଅଧିଗ୍ରହଣ ଲାଗି ମୋତେ ସହାୟତା କରନ୍ତୁ । କାରଣ ଆଜିର ଦିନର ଅସ୍ପଷ୍ଟତା ଯୋଗୁଁ ଜମି କିଣିବା ଦୁଃସ୍ଵପ୍ନ ହୋଇଗଲାଣି ।"


ପନ୍ତ ଆହୁରି ଲେଖିଛନ୍ତି, "ମୁଁ ମୋର ପାହାଡ଼ି ଲୋକଙ୍କ ନିକଟକୁ ପୁଣି ଫେରିବାକୁ ଚାହୁଁଛି । ରାଜ୍ୟର ବିକାଶରେ ଯୋଗଦାନ ଦେବାକୁ ଚାହୁଁଛି । ୩ ବର୍ଷର ପ୍ରଚେଷ୍ଟା ସତ୍ତ୍ଵେ ଖଣ୍ଡିଏ ଜମି ମିଳୁନାହିଁ ।"

ପୋଷ୍ଟରେ ଋଷଭ ପନ୍ତ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, "ମୋତେ ରାଜ୍ୟ ସରକାରଙ୍କ ଠାରୁ ମାଗଣାରେ କିମ୍ବା ଉପହାରରେ କୌଣସି ଜମି ଦରକାର ନାହିଁ । ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଗୌରବ ରଖିବା ଲାଗି ଉପହାର ସୁନ୍ଦର କଥା । କିନ୍ତୁ ଆପଣ ଅନୁମତି ଦେଲେ ମୁଁ ସରକାରଙ୍କ ଠାରୁ ସରକାରୀ ଦରରେ ଜମି କିଣିବା ପାଇଁ ଚାହିଁବି । ନିଜ ରାଜ୍ୟରେ ପ୍ରଥମ କରି ଘର ନିର୍ମାଣ କରି ପାରିବି । ମୋତେ ଜଣା ନାହିଁ ଏଥିପାଇଁ ପ୍ରକ୍ରିୟା କ'ଣ ?"

ଏବେ ଋଷଭ ପନ୍ତଙ୍କ ଏହି ପୋଷ୍ଟ ଉପରେ ଆସିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ଧାମି, ଋଷଭଙ୍କ ପୋଷ୍ଟର ଉତ୍ତର ରଖି କହିଛନ୍ତି, "ପ୍ରିୟ, ଋଷଭ ଆପଣ ଉତ୍ତରାଖଣ୍ଡର ଗୌରବ ଅଟନ୍ତି । ଖେଳରେ ଦମଦାର୍ ପ୍ରଦର୍ଶନ ଓ ଉପଲବ୍ଧି ଦ୍ଵାରା ଦେଶ-ଦୁନିଆରେ ଦେବଭୂମିର ନାଁକୁ ସାର୍ଥକ କରିଛନ୍ତି । ମାତୃଭୂମି ପ୍ରତି ଆପଣଙ୍କ ଭଲ ପାଇବା ଓ ଫେରି ଆସି ଯୋଗଦାନ ଦେବା ଅତ୍ୟନ୍ତ ପ୍ରଶଂସନୀୟ ।"


ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆହୁରି ଲେଖିଛନ୍ତି, "ଆପଣ ଉଠାଇଥିବା ପ୍ରସଙ୍ଗରେ ସମ୍ବନ୍ଧିତ ଅଧିକାରୀଙ୍କୁ ସୂଚୀତ କରାଯାଉଛି । ସେମାନେ ଶୀଘ୍ର ଆପଣଙ୍କୁ ସମ୍ପର୍କ କରି ନିୟମ ଅନୁସାରେ ଯଥାସମ୍ଭବ ସହଯୋଗ ନିଶ୍ଚିତ କରିବେ ।"

ଏଥିସହ ପଢ଼ନ୍ତୁ: CSK ନୁହେଁ, KKRରେ ଯୋଗ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା ? ୨୫ କୋଟି ସହ ଅଧିନାୟକ ପଦ ଅଫର୍ ! 

ଉତ୍ତରାଖଣ୍ଡର ସବୁଠୁ ବଡ଼ ଟିକସଦାତା

ମୁଖ୍ୟମନ୍ତ୍ରୀଙ୍କୁ ଋଷଭ ପନ୍ତ କରିଥିବା ପୋଷ୍ଟରେ ଫ୍ୟାନ୍ସ ଏକାଧିକ ପ୍ରତିକ୍ରିୟା ଦେଇଛନ୍ତି । ଉତ୍ତରାଖଣ୍ଡରେ ସର୍ବାଧିକ ଟିକସ ଦେଉଥିବା ଖେଳାଳିଙ୍କ ମଧ୍ୟରୁ ପନ୍ତ ଅନ୍ୟତମ । ୨୦୨୫-୨୬ ଆର୍ଥିକ ବର୍ଷରେ ପନ୍ତ ୨୩ କୋଟି ୮୪ ଲକ୍ଷ ଟଙ୍କା ଟିକସ ଦେଇଥିବା ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: