Bihar Election / ପ୍ରାର୍ଥିପତ୍ର ଦାଖଲ ପରେ RJDର ବିଧାୟକ ପ୍ରାର୍ଥୀଙ୍କୁ କାହିଁକି ଗିରଫ କଲା ପୋଲିସ ?
·8 months ago·2 min read

Key Points
୨୧ ବର୍ଷ ତଳର ପୁରୁଣା ଡକାୟତି ମାମଲାରେ ସତ୍ଯେନ୍ଦ୍ର ସାହାକୁ ଗିରଫ କରି ନେଇଛି ଝାଡ଼ଖଣ୍ଡ ପୋଲିସ । ସୂଚନା ଅନୁସାରେ, ସାସାରାମ ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀଭାବେ ସୋମବାର ସତ୍ୟେନ୍ଦ୍ର ନାମାଙ୍କନ କରିବା ପରେ ତାଙ୍କୁ ଗିରଫ କରାଯାଇଛି ।
ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ସୋମବାର (ଅକ୍ଟୋବର ୨୦) ଥିଲା ଶେଷ ଦିନ । ସୋମବାର ସାସାରାମ ଆସନରୁ ଆରଜେଡି ପ୍ରାର୍ଥୀ ସତ୍ୟେନ୍ଦ୍ର ସାହା ନାମାଙ୍କନ କରିବାକୁ ପହଞ୍ଚିଥିଲେ । ଆଉ ନାମାଙ୍କନର ଟିକ୍ ପରେ ପୋଲିସ ସତ୍ୟେନ୍ଦ୍ରଙ୍କୁ ଗିରଫ କରି ନେଇଛି ।
ମିଳିଥିବା ସୂଚନା ଅନୁସାରେ, ୨୧ ବର୍ଷ ତଳର ପୁରୁଣା ଡକାୟତି ମାମଲାରେ ସତ୍ଯେନ୍ଦ୍ର ସାହାକୁ ଗିରଫ କରି ନେଇଛି ଝାଡ଼ଖଣ୍ଡ ପୋଲିସ । ସାସାରାମ ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀଭାବେ ସୋମବାର ସତ୍ୟେନ୍ଦ୍ର ନାମାଙ୍କନ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ୨୦୦୪ରେ ଝାଡ଼ଖଣ୍ଡ ଗଡ଼ବା ଥାନା ଅଞ୍ଚଳରେ ଏକ ଡକାୟତି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଥିଲେ କୋର୍ଟ ।
ଏଥିସହ ପଢ଼ନ୍ତୁ: ଦୀପାବଳିରେ ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତା ଗୋବର୍ଦ୍ଧନ ଅସରାନି, ନିରବି ଗଲା ସମସ୍ତଙ୍କୁ ହସାଉଥିବା ଚେହେରା
ସତ୍ୟେନ୍ଦ୍ରଙ୍କୁ ଗିରଫ ପରେ ସାସାରାମରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଆରଜେଡି ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । କରଗହର ଥାନା ଅଞ୍ଚଳର ସତ୍ୟେନ୍ଦ୍ରଙ୍କ ନାଁରେ ଡକାୟତି ସହ ଅନ୍ୟ ଅପରାଧିକ ମାମଲା ମଧ୍ୟ ଥିବା ଜଣାପଡ଼ିଛି ।
କଡ଼ା ସୁରକ୍ଷା ଭିତରେ ପୋଲିସ ସତ୍ୟେନ୍ଦ୍ରଙ୍କୁ ଗିରଫ କରିଛି । ଯାହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଚଳିତଥର ସାସାରାମର ବିଧାୟକ ରାଜେଶ ଗୁପ୍ତାଙ୍କ ଟିକେଟ୍ କାଟି ସତ୍ୟେନ୍ଦ୍ରଙ୍କୁ ଆରଜେଡି ଟିକେଟ୍ ଦେଇଥିଲା । ଏବେ ଗିରଫଦାରୀ ନିର୍ବାଚନୀ ରଣନୀତିର ଅଂଶ ବୋଲି ଅଭିଯୋଗ ହୋଇଛି । କିନ୍ତୁ ପୋଲିସ କହିଛି, ଗିରଫଦାରୀ କୋର୍ଟଙ୍କ ନିର୍ଦ୍ଦେଶରେ କରାଯାଇଛି । ଏହା ପଛରେ ନିର୍ବାଚନର କୌଣସି ସମ୍ପର୍କ ନାହିଁ ।
ଏଥିସହ ପଢ଼ନ୍ତୁ: ଦୀପାବଳିରେ ଅଘଟଣ; ବାଣ ଫୁଟାଇବା ବେଳେ ଛିଣ୍ଡିଗଲା ଯୁବକଙ୍କ ହାତ ପାପୁଲି
ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୬ରେ ତାରିଖରେ ହେବ । ସେହିପରି ବିହାର ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଆଜି ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୧ରେ ଭୋଟିଂ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories