Videos
|
National

Rohullah Mehdi Arrest / ବଲିଉଡ୍ ଅଭିନେତା ରୋହୁଲ୍ଲାହ ମେହଦି ଗିରଫ, ଫିଲ୍ମ ଷ୍ଟାଇଲ୍‌ରେ ଜାଲ ବିଛାଇ ଧରିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ବଲିଉଡ୍ ଅଭିନେତା ରୋହୁଲ୍ଲାହ ମେହଦି ଗିରଫ, ଫିଲ୍ମ ଷ୍ଟାଇଲ୍‌ରେ ଜାଲ ବିଛାଇ ଧରିଲା ପୋଲିସ
Actor Rohullah Mehdi Arrested, MD Drugs Seized

Key Points

ଡ୍ରଗ୍ସ ମାମଲାରେ ଅଭିନେତା ରୋହୁଲ୍ଲାହ ମେହଦିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୀରା ରୋଡ୍‌ର କାଶିମୀରା ପୋଲିସ NDPS ମାମଲାରେ ଅଭିନେତା ରୋହୁଲ୍ଲାହଙ୍କୁ ଗିରଫ କରିଛି ।
ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ସାମ୍ନାକୁ ଆସିଛି ବଲିଉଡ୍‌ର ଡ୍ରଗ୍ସ କନେକ୍ସନ୍ । ଡ୍ରଗ୍ସ ମାମଲାରେ ଅଭିନେତା ରୋହୁଲ୍ଲାହ ମେହଦିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୀରା ରୋଡ୍‌ର କାଶିମୀରା ପୋଲିସ NDPS ମାମଲାରେ ଅଭିନେତା ରୋହୁଲ୍ଲାହଙ୍କୁ ଗିରଫ କରିଛି ।

ମାମଲାରେ ୨୮ ଗ୍ରାମ MD ଡ୍ରଗ୍ସ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । ଜବତ ଡ୍ରଗ୍ସର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ । ଏହି ମାମଲାରେ ପୋଲିସ ଦୁଇ ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଖାଦ୍ୟ ଥାଳି ପାଇଁ ମାଡ଼ି ଆସୁଛି ସଙ୍କଟ! ୨୦୨୭ ପାଇଁ କ'ଣ ରହିଛି ଜେପିମୋର୍ଗାନ ପୂର୍ବାନୁମାନ? 

ପୋଲିସ ଅନୁସାରେ, ଡ୍ରଗ୍ସ ବିକ୍ରି ପାଇଁ Snapchat, WhatsApp ଓ ଅନ୍ୟ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ହେଉଥିବା ନେଇ ସୂଚନା ମିଳିଥିଲା । ଏହାପରେ ପୋଲିସ ଜଣେ ନକଲି ଗ୍ରାହକଙ୍କ ସହାୟତାରେ ଡ୍ରଗ୍ସ କିଣାବିକା ନେଟୱର୍କକୁ ଧରିବା ପାଇଁ ଯୋଜନା କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଅପରେସନ୍‌ରେ କାସିଫ ନାମକ ଜଣେ ବ୍ୟକ୍ତିଙ୍କୁ ଦହିସର ଚେକ୍ ନାକା ନିକଟ ଠାକୁର ମଲ୍ ପାଖରେ ଧରିଥିଲା । ତାଙ୍କ ପାଖରୁ ୨୮ ଗ୍ରାମ MD ଡ୍ରଗ୍ସ ଜବତ ହୋଇଥିବା ପୋଲିସ କହିଛି। ପଚରାଉଚରା ପରେ ରୋହୁଲ୍ଲାହ ମେହଦିଙ୍କ ନାମ ସାମ୍ନାକୁ ଆସିଥିଲା ।

ଏହାପରେ ପୋଲିସ ମଲାଡ୍‌ର ଏକ ଷ୍ଟୁଡିଓ ବାହାରେ ପହଞ୍ଚିଥିଲା । ସେଠାରେ ଶୁଟିଂ କରୁଥିବା ସମୟରେ ମେହଦିଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାର FIR ନମ୍ବର ୪୩୭/୨୦୨୬ରେ ମେହଦିଙ୍କ ନାମ ମୁଖ୍ୟ ଅଭିଯୁକ୍ତ ଭାବେ ରହିଥିବା ପୋଲିସ କହିଛି ।

ଏଥିସହ ପଢ଼ନ୍ତୁ: ମୁମ୍ବାଇରେ ବଡ଼ ଅଘଟଣ; ୨୨ ଫୁଟ୍‌ର ଗଣେଶ ମୂର୍ତ୍ତି ଭାଙ୍ଗି ଯାଇ ୨ ଜଣଙ୍କ ମୃତ୍ୟୁ 

ପୋଲିସର ସୂଚନା ଅନୁସାରେ, ରୋହୁଲ୍ଲାହ ମେହଦି ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲାର ବାସିନ୍ଦା ସେ ବର୍ତ୍ତମାନ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ରହୁଛନ୍ତି । ସେ ଶାହିଦ କପୁରଙ୍କ ଫିଲ୍ମ ‘ଦେବା’ରେ ମଧ୍ୟ କାମ କରିଛନ୍ତି । ଏହାଛଡ଼ା କିଛି ୱେବ୍ ସିରିଜ୍‌ରେ ମଧ୍ୟ ସେ ନଜର ଆସିଛନ୍ତି । ଗିରଫ ପରେ ମେହଦିଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି।

ଏବେ ପୋଲିସ ଡ୍ରଗ୍ସ ସପ୍ଲାଏର ନେଟୱର୍କର ତଦନ୍ତ କରୁଛି । ମେହଦି କାହାକୁ ଡ୍ରଗ୍ସ ଯୋଗାଉଥିଲେ କି ? ଏହି ନେଟୱର୍କରେ ଆଉ କେଉଁମାନେ ଅଛନ୍ତି ? ଫିଲ୍ମ ଇଣ୍ଡଷ୍ଟ୍ରି ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି । ଏହି ମାମଲାରେ ବର୍ତ୍ତମାନ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।