Russian Airstrike on Ukraine / ନାଟୋ ବୈଠକ ପୂର୍ବରୁ ଆକ୍ରମଣରେ ଥରହର ୟୁକ୍ରେନ୍; ଋଷିଆ ମାରିଲା ୬୮ ମିସାଇଲ୍-୩୫୧ ଡ୍ରୋନ୍
·3 hours ago·3 min read

Key Points
ନିକଟରେ ଋଷିଆ ରାଜଧାନୀ ମସ୍କୋ ଉପରେ ୟୁକ୍ରେନ୍ ପକ୍ଷରୁ ହୋଇଥିଲା ଜୋରଦାର ଡ୍ରୋନ୍ ଆକ୍ରମଣ। ଏବେ ଏହାର ଜବାବ ଦେବାକୁ ଯାଇ ୟୁକ୍ରେନ୍ ରାଜଧାନୀ କୀଭ୍ ଉପରେ ଡ୍ରୋନ୍-ମିସାଇଲ ବର୍ଷା କରିଛି ଋଷିଆ।
Russian Drone-Missile strike on Ukraine: ନାଟୋ ବୈଠକ ଆୟୋଜିତ ହେବା ପୂର୍ବରୁ, ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣରେ କମ୍ପିଉଠିଛି ୟୁକ୍ରେନ। ଏହି ଆକ୍ରଣରେ ୬୮ କ୍ଷେପଣାସ୍ତ୍ର ଏବଂ ୩୫୧ ଡ୍ରୋନ୍ ଋଷିଆ ବ୍ୟବହାର କରିଥିବା କୁହାଯାଉଛି। ନାଟୋ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ଆସନ୍ତା ମଙ୍ଗଳବାର-ବୁଧବାର ତୁର୍କୀ ରାଜଧାନୀ ଅଙ୍କାରା ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ ରାଷ୍ଟ୍ରପଚି ଭ୍ଲାଦିମିର ପୁତିନ୍ ଏବଂ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗତ ୪ ତାରିଖରେ ପ୍ରାୟ ୯୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲ। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ ପୁଣି ଥରେ ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଜନବସତି ଅଞ୍ଚଳରେ ହୋଇଥିଲା ଆକ୍ରମଣ
ଋଷିଆ ଦ୍ୱାରା ନିକ୍ଷେପ କରାଯାଇଥିବା ସମସ୍ତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏହାର ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା। ଯାହା ସ୍ପଷ୍ଟ କରିଥିଲା ଯେ ୟୁକ୍ରେନ୍ ରାଜଧାନୀ କୀଭ ସହରର ସୁରକ୍ଷା ଲାଗି ଆହୁରି ଅଧିକ ଆମେରିକୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (US Air Defense System) "ପାଟ୍ରିଅଟ୍ ଇଣ୍ଟରସେପ୍ଟର" (Patriot Interceptor) ଆବଶ୍ୟକ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ନାଟୋ ସମ୍ମିଳନୀରେ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବେ। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ସେ ଅନୁମାନ କରିଥିଲେ ପୁନର୍ବାର ଏକ ବଡ଼ ଧରଣର ଆକ୍ରମଣ ହୋଇପାରେ। ତାଙ୍କ କହିବା ଅନୁଯାୟୀ ଏହି ଆକ୍ରମଣରେ ଆହୁରି ୬୦ ଜଣ ଆହତ ହୋଇଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି।
ଉଦ୍ଧାରକାରୀ ଦଳ ଦୁଇଟି ସ୍ଥାନରେ ଆକ୍ରମଣ ମଧ୍ୟରେ ବଞ୍ଚିଯାଇଥିବା ଲୋକଙ୍କୁ ଖୋଜୁଥିଲେ। ଯେଉଁଠାରେ କ୍ଷେପଣାସ୍ତ୍ର ସିଧାସଳଖ ଆସି ଏକ ଉଚ୍ଚ ଆବାସିକ କୋଠାରେ ମାଡ଼ ହୋଇଥିଲା। ଯାହା ପରେ ଏହା ଏକ ଭଗ୍ନସ୍ତୁପରେ ପରିଣତ ହୋଇଥିଲା। କିଛି ଦିନ ପୂର୍ବରୁ ଗତ ଗୁରୁବାର (ଜୁଲାଇ ୨) କୀଭ୍ ଉପରେ ହୋଇଥିବା ଋଷୀୟ ଆକ୍ରମଣରେ ୩୧ ଜଣ ପ୍ରାଣ ହରାଇଥିଲେ। ଏହା ଚଳିତ ବର୍ଷ ରାଜଧାନୀ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ଏହି ଆକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ରଖି ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ଏହା ୟୁକ୍ରେନ ଦ୍ୱାରା ହୋଇଥିବା ସାମ୍ପ୍ରତିକ ଦୂରଗାମୀ ଆକ୍ରମଣର ପ୍ରତିକ୍ରିୟା ଥିଲା।
ଏହା ସହ ପଢନ୍ତୁ: ହାଇପରସୋନିକ୍ ଆକ୍ରମଣରେ କମ୍ପି ଉଠିଲା କୀଭ୍; ଦେଖୁ ଦେଖୁ ଧ୍ୱଂସ ହୋଇଗଲା କୋଠା
କ'ଣ ରହିଛି ଋଷିଅ-ୟୁକ୍ରେନ୍ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି?
ସାମ୍ପ୍ରତିକ ମାସରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ୟୁକ୍ରେନ୍, ଋଷିଆ ତୁଳନାରେ ଭାରୀ ପଡ଼ିଛି। ଯାହା ଫଲରେ ଯୁଦ୍ଧକ୍ଷେତ୍ରରେ ଋଷିଆ ସେନାର ଅଗ୍ରଗତି ମନ୍ଥର ହୋଇଥିବା ବେଳେ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ହେଲେ ଋଷିଆ ଏବେ ଏକ ଭିନ୍ନ ଉପାୟରେ ୟୁକ୍ରେନ୍ ଆଗରେ ଭାରୀ ପଡ଼ିଯାଇଛି। ଋଷିଆ ବିଶେଷ ଭାବରେ ୟୁକ୍ରେନ ଦ୍ୱାରା ବ୍ୟବହୃତଚ ହେଉଥିବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଦୁର୍ବଳତାକୁ ସୁଯୋଗ ନେଉଛି। ୟୁକ୍ରେନ, ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ହେଉଥିବା ଆକ୍ରମଣକୁ ଅଟକାଇବା ପାଇଁ ଆମେରିକୀୟ "ପାଟ୍ରିଅଟ୍ ଇଣ୍ଟରସେପ୍ଟର" ଉପରେ ବହୁଳ ମାତ୍ରାରେ ନିର୍ଭରଶୀଳ। ହେଲେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀର ବିଶ୍ୱବ୍ୟାପୀ ଯୋଗାଣ ପ୍ରଭାବିତ ହୋଇଛି। ଯାହା ପୂର୍ବରୁ ସୀମିତ ପରିମାଣରେ ଉତ୍ପାଦିତ ହେଉଛି। ଏବେ ଏହି ଅଭାବର ପ୍ରଭାବ ୟୁକ୍ରେନରେ ସବୁଠାରୁ ଅଧିକ ପରିମାଣରେ ଅନୁଭୂତ ହେଉଛି।
ଆକ୍ରମଣକୁ ନେଇ କ'ଣ କହିଲା ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ
ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ଆକ୍ରମଣ କୀଭ ସ୍ଥିତ ଅସ୍ତ୍ରଶସ୍ତ୍ର କାରଖାନାକୁ ଟାର୍ଗେଟ କରି କରାଯାଇଥିଲା। ଯେଉଁଠାରେ ସେନା ଡ୍ରୋନ୍, ନୌସେନା ଡ୍ରୋନ୍, ସଶସ୍ତ୍ର ଯାନ ଏବଂ କ୍ଷେପଣାସ୍ତ୍ର ଉତ୍ପାଦନ କରାଯାଉଥିଲା। ଏପରିକି ଆଖପାଖ ଅଞ୍ଚଳରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମରାମତି ସ୍ଥାନ ଏବଂ ଇନ୍ଧନ ଏବଂ ଶକ୍ତି ଭିତ୍ତିଭୂମିକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହି ଦାବିକୁ ସ୍ୱାଧିନ ଭାବରେ ଯାଞ୍ଚ କରାଯାଇ ନାହିଁ। ଟ୍ରମ୍ପ ସେମାନଙ୍କ ପକ୍ଷରୁ ମଧ୍ୟସ୍ଥତା କରିବା ପୂର୍ବରୁ ଋଷିଆ-ୟୁକ୍ରେନ ଉପରେ ଯଥାସମ୍ଭବ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories