Sanchar Saathi / ଦ୍ଵନ୍ଦ୍ଵ ଦୂର କଲେ କେନ୍ଦ୍ର ମନ୍ତ୍ରୀ; କହିଲେ- 'ରଖିବେ ନା ହଟାଇବେ ? ଆପଣଙ୍କ ଇଚ୍ଛା...'
·4 months ago·3 min read

Key Points
ଟେଲିଯୋଗାଯୋଗ ମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଉପଭୋକ୍ତାଙ୍କ ସୁରକ୍ଷା ପ୍ରସଙ୍ଗ । କୌଣସିରେ ବାଧ୍ୟବାଧକତା ନାହିଁ । ଆପଣ ଚାହିଁଲେ ପଞ୍ଜିକରଣ କରନ୍ତୁ ନହେଲେ ନାହିଁ । କିନ୍ତୁ ଏବେ ଦେଶର ସମସ୍ତ ଲୋକ ଜାଣିଲେଣି ଏକ ଆପ୍ ଅଛି ଯାହା ସେମାନଙ୍କୁ ଠକେଇରୁ ରକ୍ଷା କରିବ ।
ନୂଆଦିଲ୍ଲୀ: ଫୋନ୍ରେ ପ୍ରି-ଇନଷ୍ଟଲ୍ ହୋଇ ଆସିବ ସଞ୍ଚାର୍ ସାଥୀ ଆପ୍ । ଭାରତରେ ବିକ୍ରି ହେବାକୁ ଥିବା ସମସ୍ତ ସ୍ମାର୍ଟଫୋନ୍ ଲାଗି କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ଆଉ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଦ୍ଵନ୍ଦ୍ଵ ଦୂର କରିଛନ୍ତି ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ।
ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ସ୍ପଷ୍ଟ କରିଛନ୍ତି, "ବ୍ୟବହାରକାରୀ ଚାହିଁଲେ ଆପ୍କୁ ସକ୍ରିୟ କରି ତାର ଲାଭ ନେଇ ପାରିବେ । ଅନାବଶ୍ୟକ ସ୍ଥଳେ ଆପ୍କୁ ସହଜରେ ଡିଲିଟ୍ ମଧ୍ୟ କରିପାରିବେ ।"
ଏଥିସହ ପଢ଼ନ୍ତୁ: ୯୦ ଦିନର ଡେଡ୍ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ
ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରେ ଗଣମାଧ୍ୟମ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, "ବ୍ୟବହାରକାରୀଙ୍କ ହାତରେ ସବୁ ଅଛି । ସେ ଚାହିଁଲେ ଆପ୍କୁ ରଖିପାରିବେ ଅଥବା ହଟାଇ ପାରିବେ ।" ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, "ଯେତେବେଳେ ଆପଣ ଫୋନ୍ ଟିଏ କିଣନ୍ତି ସେଥିରେ ଆଗରୁ ଅନେକ ଆପ୍ ପ୍ରି-ଇନଷ୍ଟଲ୍ଡ ଥାଏ । ଯେମିତି କି ଗୁଗଲ ମ୍ୟାପ୍ସ । ଏମିତି ଆପଣ ଗୁଗଲ୍ ମ୍ୟାପ୍ ବ୍ୟବହାର କରିବାକୁ ଚାହୁଁନଥିଲେ ଡିଲିଟ୍ କରିପାରିବେ ।"
ପୂର୍ବରୁ ଗୁଗଲ୍ ମ୍ୟାପ୍ସ ସହ ଏକାଧିକ ଆପ୍ ଫୋନ୍ରେ ପ୍ରି-ଇନଷ୍ଟଲ୍ଡ ହୋଇ ଆସୁଥିଲା । କିନ୍ତୁ ଏଣ୍ଡ୍ରୟଡ୍ ଫୋନ୍ ବ୍ୟବହାରକାରୀ ଉକ୍ତ ଆପ୍କୁ ଫୋନ୍ରୁ ସମ୍ପୂର୍ଣ୍ଣ ହଟାଇ ପାରୁନଥିଲେ । ବରଂ ତାକୁ ନିଷ୍କ୍ରିୟ କରିବାକୁ ପଡ଼ୁଥିଲା । କିନ୍ତୁ ଆଇଫୋନ୍ରେ ଆପ୍କୁ ଡିଲିଟ୍ କରିବାର ବିକଳ୍ପ ଥିଲା ।
ଟେଲିଯୋଗାଯୋଗ ମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଉପଭୋକ୍ତାଙ୍କ ସୁରକ୍ଷା ପ୍ରସଙ୍ଗ । କୌଣସିରେ ବାଧ୍ୟବାଧକତା ନାହିଁ । ଆପଣ ଚାହିଁଲେ ପଞ୍ଜିକରଣ କରନ୍ତୁ ନହେଲେ ନାହିଁ । କିନ୍ତୁ ଏବେ ଦେଶର ସମସ୍ତ ଲୋକ ଜାଣିଲେଣି ଏକ ଆପ୍ ଅଛି ଯାହା ସେମାନଙ୍କୁ ଠକେଇ (Fraud)ରୁ ରକ୍ଷା କରିବ । ତେଣୁ ଏହା ଆମର ଦାୟିତ୍ଵ ସୂଚନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ।"
ସେପଟେ ବିରୋଧୀ କଂଗ୍ରେସ ସଞ୍ଚାର ସାଥୀ ଆପ୍କୁ ନେଇ ବ୍ୟକ୍ତିଗତ ଗୋପନୀୟତା କଥା କହିଛି । ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, "ସରକାରଙ୍କ ଏହି ପଦକ୍ଷେପ ଅଣସାମ୍ବିଧାନିକ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ କରୁଛି ।"
ଏଥିସହ ପଢ଼ନ୍ତୁ: ୬୧ ବଲ୍ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ
ସେହିଭଳି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଞ୍ଚାର ସାଥୀ ଆପ୍କୁ 'Snooping App' ସହ ତୁଳନା କରିଛନ୍ତି । କହିଛନ୍ତି, "ଲୋକଙ୍କ ଅଧିକାର ସେମାନଙ୍କ ଗୋପନୀୟତା ରକ୍ଷା କରିବା । ସମସ୍ତ କ୍ଷେତ୍ରରେ ଦେଶକୁ ଡିକ୍ଟେଟରସିପ୍ ଆଡ଼କୁ ସେମାନେ ନେବାକୁ ଚେଷ୍ଟା କରୁଛନ୍ତି ।"
ବିରୋଧୀଙ୍କୁ କାଉଣ୍ଟର କରି ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ କହିଛନ୍ତି, "ବିପକ୍ଷ ସବୁବେଳେ ପ୍ରସଙ୍ଗ ଖୋଜନ୍ତି । କିନ୍ତୁ ସରକାରଙ୍କ ଦାୟିତ୍ଵ ମିଥ୍ୟା ଓ ଗୁଜବରୁ ପରଦା ହଟାଇବା । ଆମେ ଏବେ ସେୟା କରୁଛୁ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଞ୍ଚାର ସାଥୀ ଅସ୍ତ୍ର ଦେଇଛୁ ।"
देश के हर नागरिक की डिजिटल सुरक्षा हमारी सर्वोच्च प्राथमिकता है। ‘संचार साथी’ ऐप का उद्देश्य है कि प्रत्येक व्यक्ति अपनी निजता की रक्षा कर सके और ऑनलाइन ठगी से सुरक्षित रह सके।
— Jyotiraditya M. Scindia (@JM_Scindia) December 2, 2025
यह एक पूरी तरह स्वैच्छिक और लोकतांत्रिक व्यवस्था है-यूज़र चाहें तो ऐप को सक्रिय कर इसके लाभ ले सकते…
ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ସ୍ପଷ୍ଟ କରିଛନ୍ତି, "ବ୍ୟବହାରକାରୀ ଚାହିଁଲେ ଆପ୍କୁ ସକ୍ରିୟ କରି ତାର ଲାଭ ନେଇ ପାରିବେ । ଅନାବଶ୍ୟକ ସ୍ଥଳେ ଆପ୍କୁ ସହଜରେ ଡିଲିଟ୍ ମଧ୍ୟ କରିପାରିବେ ।"
ଏଥିସହ ପଢ଼ନ୍ତୁ: ୯୦ ଦିନର ଡେଡ୍ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ
ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରେ ଗଣମାଧ୍ୟମ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, "ବ୍ୟବହାରକାରୀଙ୍କ ହାତରେ ସବୁ ଅଛି । ସେ ଚାହିଁଲେ ଆପ୍କୁ ରଖିପାରିବେ ଅଥବା ହଟାଇ ପାରିବେ ।" ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, "ଯେତେବେଳେ ଆପଣ ଫୋନ୍ ଟିଏ କିଣନ୍ତି ସେଥିରେ ଆଗରୁ ଅନେକ ଆପ୍ ପ୍ରି-ଇନଷ୍ଟଲ୍ଡ ଥାଏ । ଯେମିତି କି ଗୁଗଲ ମ୍ୟାପ୍ସ । ଏମିତି ଆପଣ ଗୁଗଲ୍ ମ୍ୟାପ୍ ବ୍ୟବହାର କରିବାକୁ ଚାହୁଁନଥିଲେ ଡିଲିଟ୍ କରିପାରିବେ ।"
ପୂର୍ବରୁ ଗୁଗଲ୍ ମ୍ୟାପ୍ସ ସହ ଏକାଧିକ ଆପ୍ ଫୋନ୍ରେ ପ୍ରି-ଇନଷ୍ଟଲ୍ଡ ହୋଇ ଆସୁଥିଲା । କିନ୍ତୁ ଏଣ୍ଡ୍ରୟଡ୍ ଫୋନ୍ ବ୍ୟବହାରକାରୀ ଉକ୍ତ ଆପ୍କୁ ଫୋନ୍ରୁ ସମ୍ପୂର୍ଣ୍ଣ ହଟାଇ ପାରୁନଥିଲେ । ବରଂ ତାକୁ ନିଷ୍କ୍ରିୟ କରିବାକୁ ପଡ଼ୁଥିଲା । କିନ୍ତୁ ଆଇଫୋନ୍ରେ ଆପ୍କୁ ଡିଲିଟ୍ କରିବାର ବିକଳ୍ପ ଥିଲା ।
उपभोक्ता की सुरक्षा-हमारी सबसे बड़ी जिम्मेदारी।
— DoT India (@DoT_India) December 2, 2025
इसी सोच से संचार साथी बनाया गया है-एक ऐप और एक पोर्टल, जो हर नागरिक को अपने मोबाइल की सुरक्षा अपने हाथों से करने की ताकत देता है।
संचार साथी बताएगा कि आपके फोन का IMEI genuine है या fake। यही वजह है कि देशभर में 1.5 करोड़+ लोग ऐप… pic.twitter.com/u20ox7aVex
ଟେଲିଯୋଗାଯୋଗ ମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଉପଭୋକ୍ତାଙ୍କ ସୁରକ୍ଷା ପ୍ରସଙ୍ଗ । କୌଣସିରେ ବାଧ୍ୟବାଧକତା ନାହିଁ । ଆପଣ ଚାହିଁଲେ ପଞ୍ଜିକରଣ କରନ୍ତୁ ନହେଲେ ନାହିଁ । କିନ୍ତୁ ଏବେ ଦେଶର ସମସ୍ତ ଲୋକ ଜାଣିଲେଣି ଏକ ଆପ୍ ଅଛି ଯାହା ସେମାନଙ୍କୁ ଠକେଇ (Fraud)ରୁ ରକ୍ଷା କରିବ । ତେଣୁ ଏହା ଆମର ଦାୟିତ୍ଵ ସୂଚନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ।"
ସେପଟେ ବିରୋଧୀ କଂଗ୍ରେସ ସଞ୍ଚାର ସାଥୀ ଆପ୍କୁ ନେଇ ବ୍ୟକ୍ତିଗତ ଗୋପନୀୟତା କଥା କହିଛି । ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, "ସରକାରଙ୍କ ଏହି ପଦକ୍ଷେପ ଅଣସାମ୍ବିଧାନିକ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ କରୁଛି ।"
ଏଥିସହ ପଢ଼ନ୍ତୁ: ୬୧ ବଲ୍ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ
ସେହିଭଳି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଞ୍ଚାର ସାଥୀ ଆପ୍କୁ 'Snooping App' ସହ ତୁଳନା କରିଛନ୍ତି । କହିଛନ୍ତି, "ଲୋକଙ୍କ ଅଧିକାର ସେମାନଙ୍କ ଗୋପନୀୟତା ରକ୍ଷା କରିବା । ସମସ୍ତ କ୍ଷେତ୍ରରେ ଦେଶକୁ ଡିକ୍ଟେଟରସିପ୍ ଆଡ଼କୁ ସେମାନେ ନେବାକୁ ଚେଷ୍ଟା କରୁଛନ୍ତି ।"
ବିରୋଧୀଙ୍କୁ କାଉଣ୍ଟର କରି ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ କହିଛନ୍ତି, "ବିପକ୍ଷ ସବୁବେଳେ ପ୍ରସଙ୍ଗ ଖୋଜନ୍ତି । କିନ୍ତୁ ସରକାରଙ୍କ ଦାୟିତ୍ଵ ମିଥ୍ୟା ଓ ଗୁଜବରୁ ପରଦା ହଟାଇବା । ଆମେ ଏବେ ସେୟା କରୁଛୁ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଞ୍ଚାର ସାଥୀ ଅସ୍ତ୍ର ଦେଇଛୁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories