Sanjeev Arora Arrest / ପଞ୍ଜାବ AAP ସରକାରକୁ ବଡ଼ ଝଟକା, କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରା ଗିରଫ
·1 hour ago·2 min read

Key Points
ପଞ୍ଜାବ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ସଞ୍ଜୀବ ଅରୋରା ଗିରଫ
ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ମନିଲଣ୍ଡରିଂ ମାମଲାରେ ଚଢାଉ କରିଥିଲା ED
ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ମନିଲଣ୍ଡରିଂ ମାମଲାରେ ଚଢାଉ କରିଥିଲା ED
ପଞ୍ଜାବରେ AAP ସରକାରଙ୍କୁ ଲାଗିଛି ବଡ଼ ଝଟକା । ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗରିଫ କରିଛି । ଶନିବାର ସକାଳେ ED ତାଙ୍କ ଘରେ ଚଢାଉ କରିଥିଲା । ଇଡିର କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ, ଫେମା ଉଲ୍ଲଂଘନ, ଜମି ସମ୍ବନ୍ଧୀୟ ମାମଲା ଏବଂ ସନ୍ଦେହଜନକ ଆର୍ଥିକ କାରବାରର ତଦନ୍ତ ସହିତ ଜଡିତ ବୋଲି କୁହାଯାଉଛି । କିନ୍ତୁ AAP ଏହାକୁ ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ବୋଲି ଦାବି କରୁଛି ।
ମେ ୯' ତାରିଖ ସକାଳ ପ୍ରାୟ ୭:୨୫ ସମୟରେ EDର ଏକ ଟିମ୍ ଚଣ୍ଡିଗଡ଼ର ସେକ୍ଟର ୨ ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା । ଏହା ଏକ ବର୍ଷ ମଧ୍ୟରେ ତୃତୀୟ ଏବଂ ଏକ ମାସରେ ଦ୍ୱିତୀୟ ଥିଲା ରେଡ୍ ଥିଲା । ED ଟିମ୍ ଚଣ୍ଡିଗଡ଼, ଗୁରୁଗ୍ରାମ ଏବଂ ଦିଲ୍ଲୀରେ ଥିବା ହାମ୍ପଟନ୍ ସ୍କାଏ ରିଅଲ୍ଟି ଲିମିଟେଡର କାର୍ଯ୍ୟାଳୟ ଏବଂ ଆରୋରାଙ୍କ ଘରେ ଏକକାଳୀନ ଚଢାଉ କରିଥିଲେ ।
କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ବିରୋଧରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର GST ଇନଭଏସ୍ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ସେ ତାଙ୍କ ମୋବାଇଲ୍ ଫୋନ୍ ବ୍ୟବସାୟ ପାଇଁ ନକଲି ଇନଭଏସ୍ ତିଆରି କରି ମିଛରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ଦାବି କରିଥିଲେ । ଏହା ସହିତ, ତାଙ୍କ ଉପରେ ମନି ଲଣ୍ଡରିଂ, ଦୁବାଇରୁ ରାଉଣ୍ଡ-ଟ୍ରିପ୍ ରୁଟ୍ ମାଧ୍ୟମରେ ଭାରତକୁ ବେଆଇନ ଟଙ୍କା ଆଣିବା, GST ରିଫଣ୍ଡ ପାଇବା ଆଦି ଅଭିଯୋଗ ରହିଛି ।
ତାଙ୍କ ବିରୋଧରେ ଶିଳ୍ପ ଜମିକୁ ଆବାସିକ ପ୍ରକଳ୍ପରେ ପରିଣତ କରି ରାଜ୍ୟ ସରକାରଙ୍କୁ କ୍ଷତି ପହଞ୍ଚାଇବାର ମଧ୍ୟ ଅଭିଯୋଗ ଅଛି । ଇଡି ଅବୈଧ ଟଙ୍କାକୁ ରିଅଲ୍ ଇଷ୍ଟେଟ୍ରେ ନିବେଶ କରିବା ପାଇଁ PMLAର ଅପରାଧିକ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପୂର୍ବରୁ କେବେ କେବେ ହୋଇଥିଲା ରେଡ୍...
୨୦୨୪: ଲୁଧିଆନା ପଶ୍ଚିମରୁ ବିଧାୟକ ଥିବା ସମୟରେ ଏକ ଜମି ଦୁର୍ନୀତି ସମ୍ପର୍କରେ ଚଢାଉ କରାଯାଇଥିଲା
ଏପ୍ରିଲ ୨୦୨୬: FEMA ଅଧୀନରେ ଗୁରୁଗ୍ରାମ, ଚଣ୍ଡିଗଡ଼, ଲୁଧିଆନା ଏବଂ ଜଳନ୍ଧରରେ ୧୩ଟି ସ୍ଥାନରେ ଚଢାଉ କରାଯାଇଥିଲା ।
୧୮ ଏପ୍ରିଲ ୨୦୨୬: ଲୁଧିଆନାର ଏକ ଘରେ ଚଢାଉ କରାଯାଇଥିଲା

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ବିସ୍ତାର; ୬ ନୂଆ ଚେହେରାଙ୍କୁ ମିଳିପାରେ ସ୍ଥାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories