UP Cabinet Expansion 2026 / ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ବିସ୍ତାର; ୬ ନୂଆ ଚେହେରାଙ୍କୁ ମିଳିପାରେ ସ୍ଥାନ
·1 hour ago·2 min read

Key Points
ଉତ୍ତର ପ୍ରଦେଶ ସରକାରରେ ବର୍ତ୍ତମାନ ମୋଟ ୫୪ ଜଣ ମନ୍ତ୍ରୀ ଅଛନ୍ତି। ରାଜ୍ୟର ୪୦୩ ଆସନ ଆଧାରରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୬୦ ମନ୍ତ୍ରୀ ରହିପାରବେ। ବର୍ତ୍ତମାନ ୫ ଆସନ ଖାଲି ରହିଛି।
CM Yogi Cabinet Expansion 2026: ପ୍ରଥମେ ବିହାର, ପରେ ପଶ୍ଚିମବଙ୍ଗ ଆଉ ଏବେ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ମନ୍ତ୍ରୀମଣ୍ଡଳ ପୁନର୍ଗଠନ।
ସୂତ୍ରରୁ ମିଳିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବିସ୍ତାର ଆସନ୍ତାକାଲି (ମେ ୧୦) ହୋଇପାରେ। ରବିବାର ହେବାକୁ ଯାଉଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ ୬ ଜଣ ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ।
କ୍ୟାବିନେଟ୍ ବିସ୍ତାରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଶନିବାର (ମେ ୯) ସନ୍ଧ୍ୟାରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କୁ ଭେଟିବେ। ଏହି ବୈଠକ ସନ୍ଧ୍ୟା ୬:୩୦ ସମୟରେ ଅନୁଷ୍ଠିତ ହେବ। ଏହି ବୈଠକରେ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।
ଏହା ସହ ପଢନ୍ତୁ: ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...
ଉତ୍ତର ପ୍ରଦେଶ ସରକାରରେ ବର୍ତ୍ତମାନ ମୋଟ ୫୪ ଜଣ ମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୧୪ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଏବଂ ବାକି ୧୯ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ମୋଟ ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତତ୍ତ ପ୍ରଦେଶ ବିଧାନସଭାରେ ସର୍ବାଧିକ ୬୦ ଜଣ ମନ୍ତ୍ରୀ ରହିପାରିବେ। ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୬ ମନ୍ତ୍ରୀ ପଦ ଖାଲି ରହିଛି। ଏହି ଖାଲି ଆସନକ ନୂତନ ମନ୍ତ୍ରୀଙ୍କ ଦ୍ୱାରା ପୂରଣ କରାଯିବ।
ଏଥର କ୍ୟାବିନେଟ୍ ସମ୍ପ୍ରସାରଣରେ ସ୍ଥାନ ପାଇବାକୁ ଯାଉଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ପୂର୍ବତନ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀଙ୍କ ନାମ ସର୍ବାଗ୍ରେ ରହିଛି। ତାଙ୍କ ବ୍ୟତୀତ ଚାୟଲ ବିଧାୟକ ପୂଜା ପାଲ ଏବଂ ଉଞ୍ଚାହାର ବିଧାୟକ ମନୋଜ ପାଣ୍ଡେ ମଧ୍ୟ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି। ଏହା ବ୍ୟତୀତ ଅନ୍ୟ ସମ୍ଭାବ୍ୟ ଚେହେରା ମଧ୍ୟରେ ଅଛନ୍ତି ରାଜ୍ୟର ଖାଗା ଆସନର ବିଧାୟକ କୃଷ୍ଣ ପାସୱାନ, ମଲ୍ଲାୱାନ ଆସନର ବିଧାୟକ ଆଶିଷ ସିଂହ ଆଶୁ ଏବଂ ବିଧାନ ପରିଷଦ ସଦସ୍ୟ ଅଶୋକ କଟାରିଆ।
ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ଏହା ହେଉଛି ଶେଷ କ୍ୟାବିନେଟ୍ ସମ୍ପ୍ରସାରଣ। କାରଣ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ହେବାକୁ ଯାଉଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ ଆଞ୍ଚଳିକ ଏବଂ ଜାତିଗତ ସମୀକରଣ ଉପରେ ଧ୍ୟାନ ଦିଆଯିବ। ପରବର୍ତ୍ତୀ ବିଧାନସଭା ନିର୍ବାଚନକୁ ଆଉ ବର୍ଷେକରୁ କମ ସମୟ ବାକି ରହିଥିବାରୁ ରାଜ୍ୟ ବିଜେପି ନେତୃବୃନ୍ଦ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
UP Cabinet Expansion 2026Yogi Cabinet New Ministers ListUttar Pradesh Government 6 New FacesUP Politics News TodayYogi Adityanath Cabinet ReshuffleUP MLA Manoj PandeyUP MLA Pooja PalBhupendra Chaudhary UP CabinetUP BJP MLA Krishna PaswanSocial Engineering UP BJPCaste Equations UP ElectionsUP Assembly Polls 2027 Strategy