Videos
|
National

Helicopter Ration Death / ରିଲିଫ୍ ନେବା ପାଇଁ ଯାଇଥିଲେ; ମୁଣ୍ଡ ଉପରେ ରିଲିଫ୍ ପଡି ବନ୍ୟା ପ୍ରପୀଡ଼ିତ ବୃଦ୍ଧ ମୃତ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରିଲିଫ୍ ନେବା ପାଇଁ ଯାଇଥିଲେ; ମୁଣ୍ଡ ଉପରେ ରିଲିଫ୍ ପଡି ବନ୍ୟା ପ୍ରପୀଡ଼ିତ ବୃଦ୍ଧ ମୃତ
Ration Packet Death

Key Points

ହେଲିକପ୍ଟର ଉପରୁ ଖସିଲା ମୃତ୍ୟୁ
ରିଲିଫ୍ ନେବା ପାଇଁ ଯାଇଥିଲେ
ରିଲିଫ୍ ପଡି ବୃଦ୍ଧଙ୍କ ମୃତ୍ୟୁ
ପାଟନା: ମୃତ୍ୟୁ କେବେ ଓ କେଉଁ ମୁହୂର୍ତ୍ତରେ ଆସିବ ତାହା କହିବା ମୁସ୍କିଲ । କିଏ ଜାଣିଥିଲା ଯେଉଁ ରିଲିଫ୍ ଆଣି ପେଟ ଭରିବାକୁ ଭାବିଥିଲେ, ସେହି ରିଲିଫ ହିଁ ଶେଷରେ ମୃତ୍ୟୁର କାରଣ ପାଲଟିବ । ହୁଏତ ଭୋକିଲା ଜୀବନ ବଞ୍ଚିଯାଇଥାନ୍ତା, କିନ୍ତୁ ରିଲିଫ୍ ଆଣିବାକୁ ଯାଇ ଜୀବନ ଚାଲିଗଲା । ଏମିତି ଏକ ଖବର ଆସିଛି ବିହାରର ସାରଣ ଜିଲ୍ଲା ବନ୍ୟା ପ୍ରପୀଡ଼ିତ ଅଞ୍ଚଳରୁ । ବନ୍ୟା ପାଇଁ ଲୋକଙ୍କ ନିକଟରେ ଖାଦ୍ୟ ନାହିଁ । ପ୍ରଶାସନ ପଠାଇଥିବା ରିଲିଫ୍‌କୁ ଆଶା କରି ଘରୁ ବାହାରିଥିଲେ । ହେଲେ ରିଲିଫ୍ ନୁହେଁ, ଶେଷରେ ନିଜେ ଶବ ହୋଇ ଫେରିଲେ ।

  • ବୃଦ୍ଧଙ୍କ ମୁଣ୍ଡ ଉପରେ ପଡ଼ିଲା ରିଲିଫ୍
ସାରଣ ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କ ନିକଟକୁ ପ୍ରଶାସନ ପକ୍ଷରୁ ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ପଠାଯାଇଥିଲା । ଆକାଶରୁ ହେଲିକପ୍ଟର ତଳକୁ ରିଲିଫ୍ ଫିଙ୍ଗୁଥିଲେ । ହେଲେ ଜଣେ ବୃଦ୍ଧଙ୍କ ମୁଣ୍ଡରେ ରିଲିଫ୍ ବସ୍ତା ପଡ଼ି ତାଙ୍କର ମୃତ୍ୟ ଘଟିଛି । ପରଶୁରାମପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଠାରେ ବନ୍ୟା ପ୍ରଭାବିତ ଲୋକେ ଆଶ୍ରୟ ନେଇଛନ୍ତି । ଏମାନଙ୍କ ନିକଟରେ ଖାଦ୍ୟ ପଦାର୍ଥ ପହଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନ ହେଲିକପ୍ଟର ଯୋଗେ ଶୁଖିଲା ଖାଦ୍ୟ ପଠାଇଥିଲା । ମାତ୍ର ଘଟଣା ଆଉ କିଛି ଘଟିଗଲା ।

  • ମିଳିଲା ମୃତକଙ୍କ ପରିଚୟ
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପରଶୁରାମପୁର ଅଞ୍ଚଳର ଅଧିବାସୀ ଅନୀଲ କୁମାର ସିଂହ ଓରଫ ଅପ୍ପୁ ସିଂହ । ଏହି ଘଟଣା ସମ୍ପର୍କରେ ଅମନୌର ଥାନା ଅଧିକାରୀ ବିମଳେଶ କୁମାର କହିଛନ୍ତି ଯେ ଅନୀଲ ହେଲିକପ୍ଟରରୁ ଆକାଶ ମାର୍ଗରୁ ପଡୁଥିବା ରିଲିଫ୍ ପାଇଁ ଦୌଡ଼ିବାକୁ ଲାଗିଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ତାଙ୍କ ମୁଣ୍ଡ ଉପରେ ହିଁ ରିଲିଫ୍ ସାମଗ୍ରୀ ଭର୍ତ୍ତି ବସ୍ତା ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ପ୍ରାୟ ୬୫ ବର୍ଷ ଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଟିମ ତୁରନ୍ତ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଛପରା ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ଯବଚ୍ଛେଦ କରାଯାଇଛି ।

ପଢନ୍ତୁ ଏହି ଖବର: କେମିତି ହେଲା ପ୍ରେମାନନ୍ଦଙ୍କ ଶିଷ୍ୟର ମୃତ୍ୟୁ; ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ସାରଣ ଜିଲ୍ଲାରେ ବନ୍ୟା ସ୍ଥିତି
ନେପାଳରୁ ଆସିଥିବା ବନ୍ୟାପାଣି ଯୋଗୁଁ ବିହାରର ସାରଣ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଚି । ଏଠାରେ ଗାଁରେ ପଶିଛି ପାଣି । ଗାଁରେ ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଆଦି ଯୋଗାଇଦେବା ଲାଗି ବାୟୁସେନା ହେଲିକପ୍ଟର ଖାଇବା ପଦାର୍ଥ ନେଇ ଗାଁରେ ପହଞ୍ଚିଥିଲା । ଶୁକ୍ରବାର ହେଲିକପ୍ଟର ଶୁଖିଲା ଖାଦ୍ୟ ଲୋକଙ୍କୁ ଦେବା ଲାଗି ଗାଁକୁ ଯାଇଥିଲା । ଠିକ୍ ସେତିକି ବେଳେ ବୃଦ୍ଧଙ୍କ ଅସାବଧାନତା ଯୋଗୁଁ ମୁଣ୍ଡରେ ବସ୍ତା ପଡ଼ିଲା ଓ ତାଙ୍କର ମୃତ୍ୟୁ ଘଟିଛି ।