Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SBI / ନଭେମ୍ବର ୩୦ରୁ SBIର ଏହି ସେବା ବନ୍ଦ

Rashmita Mishra
Browse all articles by Rashmita Mishra
·7 months ago·2 min read
ନଭେମ୍ବର ୩୦ରୁ SBIର ଏହି ସେବା ବନ୍ଦ

Key Points

SBI ତା'ର ଗ୍ରାହାକଙ୍କୁ ଦେଇଛି ଏକ ବଡ଼ ଝଟକା ।
ଦେଶର ସର୍ବବୃହତ ବ୍ୟାଙ୍କ SBI mCASH ସେବାକୁ ବନ୍ଦ କରିବାକୁ ଯାଉଛି ।
ଡିସେମ୍ବର ୧ , ୨୦୨୫ ରୁ ଏହି SBI ଏହି ସେବା ସମ୍ପୁର୍ଣ ବନ୍ଦ ହୋଇଯିବ ।

ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାଟ୍ ଫୋନ । ଯେ କୌଣସି କାମ ହେଉ ଅତି ସହଜରେ ଆଉ କମ ସମୟ ମଧ୍ୟରେ ହେଇଯାଉଛି । ଖାସ୍ କରି ଡିଜିଟାଲ୍ ପେମେଣ୍ଟ ଭାରତରେ ଦୃତ ଗତିରେ ବଢ଼ିଚାଲିଛି । ଡିଜିଟାଲ୍ ବ୍ୟାଙ୍କିଙ୍ଗର ଏହି ଯୁଗରେ ଟଙ୍କା ପଠାଇବା, ବିଲ୍ ପେମେଣ୍ଟ ଏବଂ ନିବେଶ ଭଳି ସେବାଗୁଡ଼ିକ ଏବଂ ମୋବାଇଲ୍ ପ୍ଲାଟଫର୍ମ ମାଧ୍ୟମରେ ୨୪/୭ ଉପଲବ୍ଧ ହୋଇପାରୁଛି ।

ଦେଶରେ ଡିଜିଟାଲ୍‌ ପେମେଣ୍ଟ ଅଭ୍ୟାସ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଯୋଡ଼ି ହୋଇଯାଇଛି । ଲୋକମାନେ କରୁଥିବା ଖର୍ଚ୍ଚର ୮୩ ପ୍ରତିଶତ ଡିଜିଟାଲ୍‌ ମାଧ୍ୟମରେ ପୈଠ କରୁଛନ୍ତି। ଗ୍ରୋସରି ସାମଗ୍ରୀ କିଣିକିଣି କରିବା ସମୟରେ ୬୮ ପ୍ରତିଶତ, ଗାଡ଼ି ରକ୍ଷଣାବେକ୍ଷଣ ସମୟରେ ୮୦ ପ୍ରତିଶତ, ଇନ୍ଧନ ପକାଇବା କ୍ଷେତ୍ରରେ ୬୩ ପ୍ରତିଶତ ଡିଜିଟାଲ୍‌ କାରବାର ହେଉଛି। କିନ୍ତୁ ଏହାରି ଭିତରେ SBI ତା'ର ଗ୍ରାହାକଙ୍କୁ ଦେଇଛି ଏକ ବଡ଼ ଝଟକା । ଦେଶର ସର୍ବବୃହତ ବ୍ୟାଙ୍କ SBI mCASH ସେବାକୁ ବନ୍ଦ କରିବାକୁ ଯାଉଛି । ଡିସେମ୍ବର ୧ , ୨୦୨୫ ରୁ ଏହି SBI ଏହି ସେବା ସମ୍ପୁର୍ଣ ବନ୍ଦ ହୋଇଯିବ ।

ଏଥିସହ ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳୁଛି ଆପାର୍ଟମେଣ୍ଟ, ଚାଲିଗଲାଣି ୪୪ ଜୀବନ...ଏବେ ବି ୩୦୦ ନିଖୋଜ

ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ଘୋଷଣା କରିଛି ଯେ , ୩୦ ନଭେମ୍ବର, ୨୦୨୫ ପରେ SBI ଏବଂ YONO Lite ରେ ଅନଲାଇନରେ mCash ପଠାଇବା ଏବଂ ଦାବି କରିବାର ସୁବିଧା ବନ୍ଦ କରିଦେବ । ଏହାର ଅର୍ଥ ହେଉଛି ଡିସେମ୍ବର ୧ରୁ ଗ୍ରାହକମାନେ ବେନିଫିସିଆରି ପଞ୍ଜିକରଣ ବିନା mCash ଲିଙ୍କ୍ କିମ୍ବା ଆପ୍ ମାଧ୍ୟମରେ ଟଙ୍କା ପଠାଇବା କିମ୍ବା ପାଣ୍ଠି ଦାବି କରିବା ପାଇଁ mCash ବ୍ୟବହାର କରିପାରିବେ ନାହିଁ ।

ଅହୁରି ପଢ଼ନ୍ତୁ: ବିଜେଡିରେ ବଢ଼ିଲା କନ୍ଦଳ, ବିଧାୟକ ଦଳ ବୈଠକକୁ ଆସିଲେନି ୧୦ରୁ ଅଧିକ MLA

ଏହା ବଦଳରେ ବ୍ୟାଙ୍କ ହିତାଧିକାରୀଙ୍କୁ UPI, IMPS, NEFT, RTGS, ଇତ୍ୟାଦି ବିକଳ୍ପ ପଦ୍ଧତି ବ୍ୟବହାର କରିବାକୁ ଅନୁରୋଧ କରିଛି।ବର୍ତ୍ତମାନ ସମୟରେ ଟଙ୍କା ନେଣ ଦେଣ ବହୁ ଶିଘ୍ର ହେଉଥିବା ବେଳେ , mCASH ରେ ଟଙ୍କା ପଠାଇବା ପ୍ରଣାଳୀ ବହୁତ ପୁରୁଣା ଅଟେ। ତେବେ ଡିଜିଟାଲ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ ଏବଂ ଦ୍ରୁତ କରିବା, ପାଇଁ ବ୍ୟାଙ୍କ mCASH ମାଧ୍ୟମରେ ଟଙ୍କା ପଠାଇବା ପଦ୍ଧତିକୁ SBI ବନ୍ଦ କରିବାକୁ ଯାଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SBI | SBI to Discontinue This Service from November 30 | Argus News