Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD Internal Rift / ବିଜେଡିରେ ବଢ଼ିଲା କନ୍ଦଳ, ବିଧାୟକ ଦଳ ବୈଠକକୁ ଆସିଲେନି ୧୦ରୁ ଅଧିକ MLA

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବିଜେଡିରେ ବଢ଼ିଲା କନ୍ଦଳ, ବିଧାୟକ ଦଳ ବୈଠକକୁ ଆସିଲେନି ୧୦ରୁ ଅଧିକ MLA

Key Points

ବିଜେଡି ବିଧାୟକ ଦଳ ବୈଠକକୁ ଆସିଲେନି ୧୦ରୁ ଅଧିକ ବିଧାୟକ
ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅନୁପସ୍ଥିତି ବଢାଇଲା ଚର୍ଚ୍ଚା
କାହିଁକି ଆସୁନାହାନ୍ତି ବିଧାୟକ ବଢିଲା ଚର୍ଚ୍ଚା
ବିଜେଡି ବିଧାୟକ ଦଳ ବୈଠକକୁ ଆସିଲେନି ପ୍ରାୟ ୧୦ରୁ ଅଧିକ ବିଧାୟକ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ବୁଧବାର ଶଙ୍ଖ ଭବନରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ବିଧାନସଭା ଶୀତ ଅଧିବେଶନ ପାଇ ରଣନୀତି ପ୍ରସ୍ତୁତ ହେଲା । କିନ୍ତୁ ଏହି ବୈଠକରେ କିଛି ବିଧାୟକଙ୍କ ଅନୁପସ୍ଥିତିକୁ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେହିପରି ବିଧାୟକ ସନାତନ ମହାକୁଡ ମଧ୍ୟ ଉପସ୍ଥିତ ନଥିଲେ । ଯାଜପୁର ବିଧାୟକ ସୁଜାତା ସାହୁ, ରାଉରକେଲା ବିଧାୟକ ସାରଦା ନାୟକ, ନର୍ଲା ବିଧାୟିକା ମନୋରମା ମହାନ୍ତି ମଧ୍ୟ ବିଧାୟକ ଦଳ ବୈଠକକୁ ଆସିନଥିଲେ । ନୂଆପଡା ଉପ-ନିର୍ବାଚନରେ ବିଜେଡିର ଖରାପ ପ୍ରଦର୍ଶନ ପରେ ଦଳୀୟ କନ୍ଦଳ ବଢିଛି । ବରିଷ୍ଠ ନେତା ଭୂପିନ୍ଦର ସିଂହ ସମାଲୋଚନା କରିବା ପରେ ପଦ ଛାଡିଥିଲେ ସାଂସଦ ଦେବାଶିଷ ସାମନ୍ତରାୟ । ଆଉ ଏବେ ବିଧାୟକ ଦଳ ବୈଠକକୁ କିଛି ବିଜେଡି ବିଧାୟକ ନ ଆସିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ: ଗୃହ ଯୁଦ୍ଧରେ କମ୍ପୁଛି ଶଙ୍ଖ ଶିବିର; ନବୀନଙ୍କ ନୀରବତା ହେବ କି BJD ବିନାଶର କାରଣ ?

ସେପଟେ ନୂଆପଡ଼ା ବିପର୍ଯ୍ୟୟ ଓ ସୁଜାତାଙ୍କ ଏଣ୍ଟ୍ରିକୁ ବିରୋଧ ପ୍ରସଙ୍ଗ ଭିତରେ ନଇଁ ପଡିଥିଲା ବିଜେଡି ସଂଗଠନ । ସୁଯୋଗ ଦେଖି ବିଧାଏ ମାରିଲେ ବରିଷ୍ଠ । ଦଳୀୟ ପଦବୀ ପ୍ରତ୍ୟାଖ୍ୟାନ କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନବୀନଙ୍କୁ ଚିଠି ଲେଖି ଝାଡ଼ିଲେ ଅସନ୍ତୋଷ । କହିଲେ ବିଜୁଙ୍କ ବିଚାରଧାରାରୁ ଦୂରେଇ ଯାଉଛି ବିଜେଡି । ନିଷ୍ଠାବାନଙ୍କ ପାଇଁ ଦଳରେ ସ୍ଥାନ ନାହିଁ । ସାମ୍ବାଦିକ ସମ୍ମିଳନୀରେ ବି ଆଣିଲେ ସାଂଘାତିକ ଅଭିଯୋଗ । ଭୈରବ ପାଣ୍ଡିଆନଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଥିବା କହି ଖୋଲିଲେ ଗୁମର ।

କେବଳ ଦେବାଶିଷ ନୁହଁନ୍ତି ଭୁପିନ୍ଦର ବି ମାରିଲେ ବାଣ । କହିଲେ ବରିଷ୍ଠ ମାନଙ୍କୁ ଦୂରେଇ ଦେଇଛି ଦଳ । ପାଣି ମୁଣ୍ଡ ଉପରେ ଚଢ଼ିଲେ ବିକଳ୍ପ ବ୍ୟବସ୍ଥାରେ ନୂଆ ଦଳ କଥା ଚିନ୍ତା କରିବୁ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କିନ୍ତୁ ମାପିଚୁପି ରଖିଥିଲେ ବୟାନ । କହିଥିଲେ, ନେତାଙ୍କ ଭିତରେ କ୍ଷୋଭ ଅଛି ଦାୟିତ୍ୱରେ ଥିବା ଲୋକ ବୁଝି ବିଚାରି କାମ କଲେ ଭଲ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Turmoil Deepens: Over 10 MLAs Skip Key Legislative Party Meeting Amid Growing Rift | Argus News