SC Slams Mamata / ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; 'ରେଡ୍ ବେଳେ ଆପଣ ଯାହା କଲେ ଭୁଲ୍'
·3 months ago·2 min read

Key Points
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବିଗତ ଦିନରେ ପଶ୍ଚିମବଙ୍ଗରେ ଆଇ-ପ୍ୟାକ୍ କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ସମ୍ପର୍କିତ ଶୁଣାଣି ବେଳେ ଦିଦିଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।
ନୂଆଦିଲ୍ଲୀ: ଆପଣ ଭୁଲ୍ କରିଛନ୍ତି, ଆପଣଙ୍କ ହୁକୁମ ଚାଲିବ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବିଗତ ଦିନରେ ପଶ୍ଚିମବଙ୍ଗରେ ଆଇ-ପ୍ୟାକ୍ କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ସମ୍ପର୍କିତ ଶୁଣାଣି ବେଳେ ଦିଦିଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।
ପଶ୍ଚିମବଙ୍ଗ ସରକାର, ଇଡିର ଆବେଦନକୁ ଘୁଞ୍ଚାଇବାକୁ ଅପିଲ୍ କରିଥିଲେ । ଯାହା ପରେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, "ଏଠି ଆପଣଙ୍କ ନିର୍ଦ୍ଦେଶ ଚଳିବ ନାହିଁ ।" ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରା, ଜଷ୍ଟିସ୍ ଏନବି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ 'ସୁପ୍ରିମ୍' ଝଟ୍କା; ଜାମିନ୍ ଆବେଦନ ଅଗ୍ରାହ୍ୟ
ଏଥିସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ବେଳେ ମମତା ବାନାର୍ଜୀ ହଠାତ୍ ମଝିରେ ଆସିବାକୁ ନେଇ ସୁପ୍ରିମକୋର୍ଟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । କହିଛନ୍ତି, "ଆପଣ ଯାହା କଲେ, ତାହା ଭୁଲ୍ ଥିଲା । ଯାହା ହେଲା, ତାହା କୌଣସି ଉତ୍ତମ ପରିସ୍ଥିତିରେ ଘଟିନାହିଁ ବରଂ ଏହା ଅସାମାନ୍ୟ ଅଟେ ।"
ଟିଏମସିର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ଏଜେନ୍ସ ଆଇ-ପ୍ୟାକ୍ ଓ ତାର ପରିଷ୍ଠାତା ପ୍ରତୀକ ଜୈନଙ୍କ ଘର ଓ ଅଫିସ୍ରେ ବର୍ଷ ଆରମ୍ଭରୁ ଇଡି ରେଡ୍ କରିଥିଲା । ଚଢ଼ାଉ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପହଞ୍ଚିବା ସହ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।
ସେତେବେଳେ ମମତା ଅଭିଯୋଗ ଆଣିଥିଲେ ଯେ, ଟିଏମ୍ସିର ଗୋପନୀୟ ତଥ୍ୟ ଓ ହାର୍ଡ ଡିସ୍କକୁ ଇଡି ନେଇ ଯାଇଛି । ଯେତେବେଳେ କି ଇଡି ହାୱାଲା କାରବାର ଓ କୋଇଲା ଚାଲାଣ ସହ ଜଡ଼ିତ ମାମଲାରେ ଆଇ-ପ୍ୟାକ ଓ ତାର ମୁଖ୍ୟଙ୍କ ଠିକଣାରେ ଚଢ଼ାଉ କରିଥିଲା ।
ବୁଧବାର ଶୁଣାଣି ବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଓକିଲ ଶ୍ୟାମ ଦିୱାନ ଶୁଣାଣି ଘୁଞ୍ଚାଇବାକୁ କହିଛନ୍ତି । ଇଡି ଦ୍ଵାରା ଦିଆଯାଇଥିବା ସତ୍ୟପାଠ ଉପରେ ଉତ୍ତର ରଖିବାକୁ ସମୟ ମଧ୍ୟ ମାଗିଛନ୍ତି । ଇଡି ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହଟ୍ଟା ଏହାର ବିରୋଧ କରିଛନ୍ତି । କହିଛନ୍ତି, "ଶୁଣାଣି ଟାଳିବାକୁ ଏହା ଚାଲ୍ । ସତ୍ୟପାଠ ୪ ସପ୍ତାହ ପୂର୍ବରୁ ଦିଆଯାଇଛି ଏବଂ ଜବାବ ଦାଖଲ ପାଇଁ ଲମ୍ବା ସମୟ ଥିଲା ।"
ଏଥିସହ ପଢ଼ନ୍ତୁ: ପ୍ରାର୍ଥୀ ହେଲା ଘୋଷଣା; ପୁଣି ମୁହାଁମୁହିଁ ହେବେ ଶୁଭେନ୍ଦୁ-ମମତା
ଯାହାପରେ ଆଇନଜୀବୀ ଶ୍ୟାମ ଦିୱାନ କହିଥିଲେ, "ଇଡି ସତ୍ୟପାଠକୁ ଅଣଦେଖା କରି ଆଗକୁ ବଢ଼ିଲେ ଆପତ୍ତି ନାହିଁ, କିନ୍ତୁ ଏହା ଉପରେ ବିଚାର କରିବା ଦରକରା ।" ଯାହା ପରେ ଜଷ୍ଟିସ୍ ମିଶ୍ରା ତୁରନ୍ତ କହିଥିଲେ, "ଆମେ କୌଣସି ଜିନିଷକୁ ଅଣଦେଖା କରୁ ନାହୁଁ । ଆପଣଙ୍କ ହୁକୁମ ଆମ ଉପରେ ଚାଲିବ ନାହିଁ । ଆମ ସବୁ ଦିଗରେ ବିଚାର କରିବୁ ।"
କୋର୍ଟ ଆହୁରି କହିଛନ୍ତି, "ରାଜ୍ୟ ସରକାରଙ୍କ ସ୍ଥିତି ବେଶ୍ ଦୁର୍ବଳ । କାରଣ ଇଡି ଅଭିଯୋଗର ଲିଖିତ ଉତ୍ତର ପ୍ରତି ବଦଳରେ ବିତର୍କ କରିବାକୁ ପଡ଼ୁଛି । ଏହା ଏକ ସମ୍ବେଦନଶୀଳ ମାମଲା, ବିସ୍ତୃତ ଜବାବର ଆବଶ୍ୟକତା ରହିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories