Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SC Notice on Aadhar Card / ଆଧାର କାର୍ଡ ମାମଲାରେ କେନ୍ଦ୍ର-ରାଜ୍ୟ ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି

Subhramjit Ray
Browse all articles by Subhramjit Ray
·1 month ago·2 min read
ଆଧାର କାର୍ଡ ମାମଲାରେ କେନ୍ଦ୍ର-ରାଜ୍ୟ ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି
SC Notice on Aadhar Card

Key Points

ଆବେଦନକାରୀ କହିଛନ୍ତି ଯେ ଆଧାର ପଞ୍ଜୀକରଣ ପ୍ରକ୍ରିୟାରେ ଦୁର୍ବଳ ଯାଞ୍ଚ ଯୋଗୁଁ, ଅବୈଧ ଅନୁପ୍ରବେଶକାରୀ ଏହାକୁ ଏକ ମୌଳିକ ଦସ୍ତାବିଜ ଭାବରେ ବ୍ୟବହାର କରୁଛନ୍ତି।
Supreme Court notice on Aadhaar misuse: ଆଧାର କାର୍ଡ଼ ବ୍ୟବହାର କରିବା ସମ୍ପର୍କରେ ସୁପ୍ରିମକୋର୍ଟ, କେନ୍ଦ୍ର-ରାଜ୍ୟ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି। ଆଧାରକୁ କେବଳ ଏକ ପରିଚୟ ପତ୍ର ଭାବରେ ବ୍ୟବହାର କରିବା ପାଇଁ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ ଜାରି କରିଛନ୍ତି। ଏନେଇ ହୋଇଥିବା ଆବେଦନରେ ଦାବି କରାଯାଇଛି ଯେ ଆଧାରକୁ କେବଳ ପରିଚୟପତ୍ର ଭାବରେ ବ୍ୟବହାର କରାଯାଉ। ଏହାକୁ ନାଗରିକତା, ବାସସ୍ଥାନ, ଠିକଣା କିମ୍ବା ଜନ୍ମ ତାରିଖ ପ୍ରମାଣ ଭାବରେ ବ୍ୟବହାର କରାନଯାଉ।

ପରିଚୟ ପତ୍ର ଭାବରେ ବ୍ୟବହାର ହେଉ ଆଧାର କାର୍ଡ଼
ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ବିଭିନ୍ନ ପ୍ରଶାସନିକ ଏବଂ ନିର୍ବାଚନ ପ୍ରକ୍ରିୟାରେ ଆଧାରକୁ ଏହାର ଆଇନଗତ ସୀମା ବାହାରେ ବ୍ୟବହାର କରାଯାଉଛି। ଆବେଦନକାରୀ ଉଭୟ କେନ୍ଦ୍ର-ରାଜ୍ୟ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଏହା ନିଶ୍ଚିତ କରିବାକୁ ଦାବି କରିଛନ୍ତି ଯେ ଆଧାରକୁ କେବଳ ପରିଚୟ ପାଇଁ ବ୍ୟବହାର କରାଯାଉ। ନାଗରିକତା, ବାସସ୍ଥାନ, ଠିକଣା କିମ୍ବା ଜନ୍ମ ତାରିଖ ପ୍ରମାଣ ଭାବରେ ଏହାକୁ ବ୍ୟବହାର କରନଯାଉ। ନୂତନ ଭୋଟର ପଞ୍ଜୀକରଣ ପାଇଁ ଫର୍ମ-୬ ଅଧିନରେ ଜନ୍ମ ଏବଂ ବାସସ୍ଥାନ ପ୍ରମାଣ ଭାବରେ ଆଧାରକୁ ଗ୍ରହଣ କରିବା ଉପରେ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି।

ଏହା ସହ ପଢନ୍ତୁ: ମାସିକ ଋତୁସ୍ରାବ ଛୁଟିକୁ ନେଇ କ'ଣ କହିଲେ ସୁପ୍ରିମକୋର୍ଟ

ଅବୈଧ ପ୍ରବାସୀ ସହଜରେ ପାଉଛନ୍ତି ଆଧାର କାର୍ଡ଼
ଏନେଇ ଦାଖଲ ହୋଇଥିବା ଯାଚିକା ଅନୁଯାୟୀ, ଏହି ବ୍ୟବସ୍ଥା ଆଧାର ଆଇନ, ଜନପ୍ରତିନିଧି ଆଇନ ଏବଂ ସମ୍ବିଧାନର ଧାରା-୧୪ ବିରୁଦ୍ଧ। ଏହାକୁ ବେଆଇନ ଏବଂ ପ୍ରଭାବହୀନ ଘୋଷଣା କରାଯିବା ଆବଶ୍ୟକ। ଏହା ସହିତ ଏହି ଆବେଦନରେ ଆଉ ଦାବି କରାଯାଇଛି ଯେ ଆଧାର ପଞ୍ଜୀକରଣ ପ୍ରକ୍ରିୟାରେ ଦୁର୍ବଳ ଯାଞ୍ଚ ବ୍ୟବସ୍ଥା ଯୋଗୁଁ ଅବୈଧ ଅନୁପ୍ରବେଶକାରୀ ଏବଂ ପ୍ରବାସୀ ସହଜରେ ଆଧାର କାର୍ଡ଼ ହାତେଇ ପାରୁଛନ୍ତି।

ଆଧାର କାର୍ଡ଼ ହାତେଇ ଫାଇଦା ଉଠାଉଛନ୍ତି ଅବୈଧ ଅନୁପ୍ରବେଶକାରୀ
ଆବେଦନକାରୀ ଆହୁରି କହିଛନ୍ତି ଯେ ଏହି ଅବୈଧ ଅନୁପ୍ରବେଶକାରୀ ଏବଂ ପ୍ରବାସୀ ଆଧାର କାର୍ଡ଼ ହାତେଇବା ପରେ ଏହାକୁ ସେମାନେ ରାସନ କାର୍ଡ଼, ଜନ୍ମ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ଶେଷରେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଏକ ମୌଳିକ ଦସ୍ତାବିଜ ଭାବରେ ବ୍ୟବହାର କରୁଛନ୍ତି। ଏପରି ଲୋକଙ୍କୁ ଆଧାର କାର୍ଡ଼ ମିଳିବା ଯୋଗୁଁ ସେମାନେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା, ସଂରକ୍ଷଣ ଏବଂ ଅନ୍ୟ ସୁବିଧାର ଲାଭ ଉଠାଇ ପାରିବେ। ଏହା ଦ୍ୱାରା ଏହି ସୁବିଧା ପାଇବାରୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇପାରନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SC Issues Notice on Aadhaar Misuse: Use Only as Identity Proof | Argus News