Tamil Nadu Hindi news today / ତାମିଲନାଡୁରେ ହିନ୍ଦୀ ଶିକ୍ଷା ଦେବା ଅସମ୍ଭବ ନୁହେଁ; କାହିଁକି ଏପରି କହିଲେ ସୁପ୍ରିମକୋର୍ଟ
·57 mins ago·3 min read

Key Points
ତାମିଲନାଡୁରେ ହିନ୍ଦୀକୁ ବିରୋଧ କରିବା ସମ୍ପର୍କରେ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଏହା ହୋଇପାରିବ ନାହିଁ ଯେ ତାମିଲନାଡୁ ମାଟିରେ ହିନ୍ଦୀ ଶିକ୍ଷା ଦିଆଯିବ ନାହିଁ। ଆପଣଙ୍କୁ ଆପଣଙ୍କର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପଡିବ।
ତାମିଲନାଡୁରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ହିନ୍ଦୀ ନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ବିଚାରପତି ବି.ଭି. ନାଗରତ୍ନା ଏବଂ ଏ.ଜି. ମସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ ତାମିଲନାଡୁ ସରକାରଙ୍କୁ ତାଙ୍କର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ହେବ। ଏମିତି ହୋଇପାରିବ ନାହିଁ ଯେ ତାମିଲନାଡୁରେ ହିନ୍ଦୀ ଶିକ୍ଷା ଦିଆଯାଇ ପାରିବ ନାହିଁ। ଆପଣଙ୍କୁ ଆପଣଙ୍କର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପଡିବ। ଏହି ମାମଲାର ଶୁଣାଣି ସମୟରେ ଏକଥା କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଚେନ୍ନାଇ ଲୋକଙ୍କୁ ଦିଲ୍ଲୀ ଲୋକଙ୍କ ଠାରୁ ଅଲଗା କରାଯିବା ଠିକ୍ ନୁହେଁ। ବିପରୀତ ଭାବରେ ଦିଲ୍ଲୀକୁ ଚେନ୍ନାଇରୁ ଅଲଗା କରିବା ଠିକ ନୁହେଁ। ଖଣ୍ଡପୀଠ କହିଛନ୍ତି ଯେ ଆପଣ ଆପଣଙ୍କ ରାଜ୍ୟରେ ଯେଉଁ ଭଲ କାମ କରୁଛନ୍ତି, ତାହା ବ୍ୟତୀତ ଅନ୍ୟ କିଛିହେଲ ହେଲେ ଏହା ଆପଣଙ୍କ ମାନଦଣ୍ଡକୁ ହ୍ରାସ କରିବ ନାହିଁ। ଦିଲ୍ଲୀରୁ ଆସିବା ପରେ ଚେନ୍ନାଇର ମାନଦଣ୍ଡ ହ୍ରାସ ହୋଇଯିବ ନାହିଁ।
ନବୋଦୟ ବିଦ୍ୟାଳୟକୁ ବିରୋଧ କରୁଛି ତାମିଲନାଡୁ
ଏହି ମାମଲା ତାମିଲନାଡୁର ପ୍ରତ୍ୟେକ ଜିଲ୍ଲାରେ ଜବାହାର ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ସହିତ ଜଡି଼ତ। ତାମିଲନାଡୁ ସରକାର ଏହି ବିଦ୍ୟାଳୟର ପ୍ରତିଷ୍ଠାକୁ ବିରୋଧ କରନ୍ତିଛି। ରାଜ୍ୟ ଦାବି କରୁଛି ଯେ ନବୋଦୟ ବିଦ୍ୟାଳୟ ହିନ୍ଦୀ ସମେତ ୩ ଭାଷା ଶିକ୍ଷା ନୀତି ପାଳନ କରିଥାନ୍ତି। ଯେତେବେଳେ ତାମିଲନାଡୁର ନିଜସ୍ୱ ଶିକ୍ଷା ନୀତି ୨ ଭାଷା ବ୍ୟବସ୍ଥା ଉପରେ ଆଧାରିତ। ତାମିଲନାଡୁ ସରକାର ମଧ୍ୟ ଯୁକ୍ତି ଦେଇଥିଲେ ଯେ ଶିକ୍ଷା ନୀତି ରାଜ୍ୟର କ୍ଷେତ୍ରାଧିକାର ମଧ୍ୟରେ ଆସିଥାଏ। ନବୋଦୟ ବିଦ୍ୟାଳୟ ମଡ଼େଲ ଏହାର ଭାଷା ନୀତି ସହିତ ମେଳ ଖାଏ ନାହିଁ।
ମାଡ୍ରାସ ହାଇକୋର୍ଟ ଆଦେଶକୁ ଚ୍ୟାଲେଞ୍ଜ
ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିବା ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ତାମିଲନାଡୁ ସରକାର ସୁପ୍ରିମକୋର୍ଟ ଠାରେ ଚ୍ୟାଲେଞ୍ଜ କରିଛନ୍ତି।ଏହି ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ କହିଥିଲେ ଯେ ନବୋଦୟ ବିଦ୍ୟାଳୟ ତାମିଲନାଡୁ ଶିକ୍ଷା ଆଇନର ଉଲ୍ଲଂଘନ କରେ ନାହିଁ ଏବଂ ଏପରି ବିଦ୍ୟାଳୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଛାତ୍ରଛାତ୍ରୀଙ୍କ ପସନ୍ଦର ଶିକ୍ଷାନୁଷ୍ଠାନ ଚୟନ କରିବାର ଅଧିକାରକୁ ପ୍ରଭାବିତ କରିବ।
ସୁପ୍ରିମକୋର୍ଟ ଆଉ ୩ ମାସ ମଞ୍ଜୁରୀ ଦେଲେ
ଗତ ୨୦୨୫ ଡିସେମ୍ବରରେ, ସୁପ୍ରିମକୋର୍ଟ ପ୍ରତ୍ୟେକ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଏହି ଆଦେଶକୁ ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ। ଗୁରୁବାର (ସେପ୍ଟମ୍ବର ୧୭), କୋର୍ଟ ଆଦେଶ ପ୍ରତ୍ୟାହାର କରିବାକୁ ମନା କରିଥିଲେ। ତାମିଲାନଡୁ ସରକାରଙ୍କୁ ମାଡ୍ରାସ ହାଇକୋର୍ଟ ଆଦେଶ ପାଳନ କରିବାକୁ ୩ ମାସ ସମୟ ଦେଇଥିଲେ। କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ନୀତି ଏବଂ ଭାଷା ନୀତି ଉପରେ ଅଧିକ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ହିନ୍ଦୀ ଦିବସ ଅବସରରେ ବଡ଼ ଘୋଷଣା; ନିଜ ଭାଷାରେ ପଢ଼ା ଏବଂ ଶୁଣାଯିବ ସୁପ୍ରିମ କୋର୍ଟଙ୍କ ରାୟ
ଆମର ନୀତି ବିରୋଧି ହେଉଛି ଜବାହାର ନବୋଦୟ ମଡେଲ
ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଜୟଦୀପ ଗୁପ୍ତା ଯୁକ୍ତି ଦର୍ଶାଇଥିଲେ ଯେ, ଜବାହାର ନବୋଦୟ ବିଦ୍ୟାଳୟ ରାଜ୍ୟ ନୀତି ବିରୋଧରେ ଏବଂ ଏହା ତାମିଲ ଭାଷାକୁ ପ୍ରଭାବିତ କରିବ। ସହକାରୀ ସଂଘବାଦ ଏକପାଖିଆ ହୋଇପାରିବ ନାହିଁ। ଏପରି ନୀତିଗତ ବିଷୟ କୋର୍ଟ ନିର୍ଦ୍ଦେଶ ଦ୍ୱାରା କାର୍ଯ୍ୟକାରୀ କରାଯି ଆବଶ୍ୟକ। ଓକିଲ ଗୁପ୍ତା ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ ଅଧିନରେ ରାଜ୍ୟକୁ ଏପର୍ଯ୍ୟନ୍ତ ଏହାର ଭାଗ ଦେଇନାହାଁନ୍ତି। ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ରାଜନୈତିକ।
"ଆପଣ କହିପାରିବେ ନାହିଁ ଯେ ଆପଣ କେନ୍ଦ୍ରୀୟ ନୀତି ଗ୍ରହଣ କରିବେ ନାହୁଁ"
ଏହି ମାମଲାରେ କୋର୍ଟ ତାମିଲନାଡୁ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ। ଖଣ୍ଡପୀଠ କହିଛନ୍ତି ଯେ ତାମିଲାନାଡୁ ସରକାରଙ୍କୁ ପ୍ରଥମେ ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ କରିବାକୁ ହେବ। ଆମେ ଆପଣଙ୍କୁ ଜମି ଅଧିଗ୍ରହଣ କରିବାକୁ କହୁନାହୁଁ, ଆମେ କେବଳ ଜମି ଚିହ୍ନଟ କରିବାକୁ କହୁଛୁ। ଆମେ ସମସ୍ତଙ୍କ ସ୍ୱାର୍ଥ ପାଇଁ ଚିନ୍ତିତ। ଆଲୋଚନା ଆବଶ୍ୟକ। ଆପଣ କହିପାରିବେ ନାହିଁ ଯେ ଆମେ କୌଣସି ନୀତି ଗ୍ରହଣ କରିବୁ ନାହିଁ। ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ନବୋଦୟ ବିଦ୍ୟାଳୟ ରାଜ୍ୟ ନୀତି ବିରୋଧରେ ନୁହେଁ। ଭାଷା ନୀତି ସମ୍ପର୍କରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହେବା ଆବଶ୍ୟକ। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜର ଯୋଜନା ଭାବରେ ଦେଖିବା ଆବଶ୍ୟକ।
"କେନ୍ଦ୍ର ସହ ମିଳିମିଶି କାମ କରୁ ରାଜ୍ୟ"
କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ୍ କେଏମ୍ ନଟରାଜ କହିଛନ୍ତି ଯେ ରାଜ୍ୟ (ତାମିଲନାଡୁ) କୁ କେବଳ ଜବାହାର ନବୋଦୟ ବିଦ୍ୟାଳୟ ପାଇଁ ଜମି ଯୋଗାଇବାକୁ ହେବ। ଯେତେବେଳେ କେନ୍ଦ୍ର ସରକାର ବାକି ବ୍ୟବସ୍ଥା କରିବେ। ଜଷ୍ଟିସ୍ ନାଗରତ୍ନା କହିଛନ୍ତି, "ଶେଷରେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ହେବ। ଏପରି ଧାରଣା ରହିବା ଠିକ୍ ନୁହେଁ ଯେ ଆପଣ କେନ୍ଦ୍ର ସରକାରଙ୍କ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ଆବଶ୍ୟକ। ଆଲୋଚନା ପରେ ଯଦି କୌଣସି ସମସ୍ୟା ରହିଥାଏ, ତାହେଲେ ରାଜ୍ୟ ତାହାକୁ କୋର୍ଟରେ ଉଠାଇପାରିବ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪ ତାରିଖରେ ହେବ।

Related Topics
Explore more stories