Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Seema Haider / ସୀମା ହୈଦର ପୁଅର ଦେଲେ ଖାସ୍ ନାଁ; ରାଗରେ ଜଳୁଛି ପାକିସ୍ତାନ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ସୀମା ହୈଦର ପୁଅର ଦେଲେ ଖାସ୍ ନାଁ; ରାଗରେ ଜଳୁଛି ପାକିସ୍ତାନ
Seema Haider

Key Points

ନିଜ ପୁଅର ସ୍ଵତନ୍ତ୍ର ନାଁ ଦେଲେ ସୀମା ହୈଦର
ପାକିସ୍ତାନରୁ ଭାରତ ଆସି ଗଢିଛନ୍ତି ନୂଆ ସଂସାର
ପାକିସ୍ତାନରୁ ଭାରତ ଆସି ପ୍ରେମ ବିବାହ କରିଥିବା ସୀମା ହୈଦର ଫେବୃଆରୀ ୨୦୨୬ରେ ଷଷ୍ଠ ଥର ଲାଗି ମାଆ ହୋଇଥିଲେ । ତେବେ ଗୁରୁବାର ସୀମା ଓ ସ୍ଵାମୀ ସଚିନ ଉଭୟ ମିଶି ନବଜାତ ପୁଅର ନାମକରଣ କରିଛନ୍ତି । ସେମାନେ ନିଜ ପୁଅର ନାମ 'ଭାରତ' ରଖିଛନ୍ତି । ଉତ୍ତରପ୍ରଦେଶ ନୋଏଡା ସ୍ଥିତ ରବୁପୁରା ବାସଭବନରେ ଆୟୋଜିତ ନାମକରଣ ସମାରୋହରେ ଏହି ନାମକରଣ କରାଯାଇଛି । ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁଯାୟୀ ନାମକରଣ ହୋଇଥିବାବେଳେ ହିନ୍ଦୁ ଧର୍ମ ଗ୍ରହଣ କରି ସୀମା ବେଶ ଖୁସ୍ ଥିବା କହିଛନ୍ତି ।

  • ପୁଅର ନାମକରଣକୁ ନେଇ କଣ କହିଲେ ସୀମା ?
ସୀମା ହୈଦର ନିଜ ପୁଅର ନାମକରଣକୁ ନେଇ କହିଛନ୍ତି, "ହିନ୍ଦୁ ଧର୍ମରେ ଘରେ ସନ୍ତାନ ଜନ୍ମ ହେଲେ ନାମକରଣ କରାଯାଏ । ଏହା ପୂର୍ବରୁ ଯେତେବେଳେ ମୀରା ଜନ୍ମ ହୋଇଥିଲା ସେତେବେଳେ ନାମକରଣର ଏପରି ଆୟୋଜନ କରିଥିଲି । ଆମ ହିନ୍ଦୁ ଧର୍ମ ଅତି ସୁନ୍ଦର । ହିନ୍ଦୁ ଧର୍ମରେ ହେଉଥିବା ଛୋଟ ଛୋଟ ପର୍ବପର୍ବାଣି ସମସ୍ତଙ୍କ ମଧ୍ୟରେ ଶ୍ରଦ୍ଧାଭାବକୁ ବୃଦ୍ଧି କରିଥାଏ । ଧର୍ମ ପରିବର୍ତ୍ତନକୁ ନେଇ ମୁଁ ପଶ୍ଚାତାପ କରୁନାହିଁ, ବରଂ ବେଶ ଖୁସି ଅଛି । ମୁଁ ହିନ୍ଦୁ ବୋଲି ନିଜେ ଗର୍ବ କରେ ।"

  • କାହିଁକି ପୁଅ ନାଁ 'ଭାରତ' ରଖିଲେ ?
ସୀମା ଓ ସଚିନ ପୁଅ ନାଁ କାହିଁକି ଭାରତ ରଖିଲେ ବୋଲି ପ୍ରଶ୍ନରେ ସୀମା କହିଛନ୍ତି ଯେ ପଣ୍ଡିତ 'ଭ'ରେ କୌଣସି ନାମ ରଖିବାକୁ କହିଥିଲେ । ଏଣୁ ଭାରତ ଠାରୁ ଆଉ କୌଣସି ସୁନ୍ଦର ନାମ ନାହିଁ ଭାବି ଦମ୍ପତି ଏହି ନାମକୁ ବାଛିଥିବା କହିଛନ୍ତି । ପୁଅର ଏହି ନାମକୁ ନେଇ ପରିବାରରେ ସମସ୍ତେ ଖୁସିଥିବା ମଧ୍ୟ କହିଛନ୍ତି ସୀମା ।

ପଢନ୍ତୁ ଏହି ଖବର: ସୀମା ହାଇଦରଙ୍କ ପୁଅ 'ଭାରତୀୟ' ହେବ ନା...

  • ପାକିସ୍ତାନ ଫେରିବାକୁ ଚାହାଁନ୍ତି କି ସୀମା ?
ସୀମା ହୈଦର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପରେ ଭାରତର ବେଶ ପ୍ରଶଂସା କରିଛନ୍ତି । ଯେତେବେଳେ ଭାରତର ମ୍ୟାଚ୍ ହୁଏ, ସେତେବେଳେ ସେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିଥାନ୍ତି । ଯେତେବେଳେ ଭାରତ ମ୍ୟାଚ୍ ଜିତେ, ସେତେବେଳେ ତାଙ୍କୁ ଗର୍ବ ଅନୁଭବ ହୁଏ ବୋଲି କହିଛନ୍ତି ସୀମା । ଭାରତର ମ୍ୟାଚରେ ବିଜୟ ପରେ ପୁରା ପରିବାର ଏହି ବିଜୟକୁ ପାଳନ କରିଥାଏ । ରବୁପୁରାରେ ବିଭିନ୍ନ ଧର୍ମର ଲୋକ ବାସ କରନ୍ତି, ସେମାନେ ତାଙ୍କୁ ବୋହୀ ମାନନ୍ତି ଓ ଶ୍ରଦ୍ଧା କରନ୍ତି । ଏଣୁ ସୀମା କେବେ ହେଲେ ପାକିସ୍ତାନ ଫେରିବାକୁ ଚାହୁଁନଥିବା କହିଛନ୍ତି ।

  • ୪ ଛୁଆଙ୍କ ସହ ଭାରତ ଆସିଥିଲେ ସୀମା
ଏଠାରେ କହିରଖୁଛୁ କି, ସୀମାଙ୍କ ପୂର୍ବ ସ୍ଵାମୀଙ୍କଠାରୁ ୪ଟି ସନ୍ତାନ ଥିଲେ । ୨୦୨୩ରେ ସେ ଛୁଆଙ୍କ ସହିତ ନେପାଳ ଦେଇ ଭାରତ ପଳାଇ ଆସିବା ପରେ ସଚିନଙ୍କୁ ବିବାହ କରିଥିଲେ ଓ ତାଙ୍କ ଠାରୁ ଦୁଇଟି ସନ୍ତାନର ମାଆ ହୋଇଛନ୍ତି । ସଚିନଙ୍କ ସହିତ ସୀମାଙ୍କ ପରିଚୟ PUBG ଗେମ୍ ଖେଳିବା ସମୟରେ ହୋଇଥିଲା । ସୀମା ଯେତେବେଳେ ସଚିନଙ୍କୁ ବିବାହ କରିବା ପାଇଁ ପାକିସ୍ତାନ ଛାଡ଼ି ପଳାଇ ଆସିଥିଲେ, ସେତେବେଳେ ସଚିନ ତାଙ୍କୁ ଏକ ଭଡ଼ା ଘରେ ରଖିଥିଲେ । ଏହି ଦମ୍ପତି ଏହା ମଧ୍ୟ ଦାବି କରନ୍ତି ଯେ ଏମାନେ ୨୦୨୩ରେ କାଠମାଣ୍ଡୁର ଏକ ମନ୍ଦିରରେ ବିବାହ କରିଥିଲେ । ପାକିସ୍ତାନରୁ ପଳାଇ ଆସିଥିବା ସୀମାଙ୍କୁ ନେଇ ସେତେବେଳେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା । ସମସ୍ତେ ତାଙ୍କୁ ପାକିସ୍ତାନର ଗୁପ୍ତଚର ବୋଲି କହୁଥିଲେ । ହେଲେ ଶେଷରେ ସୀମା ସଚିନଙ୍କୁ ବିବାହ କରି ହିନ୍ଦୁ ଧର୍ମ ଗ୍ରହଣ କରି ଭାରତରେ ରହୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seema Haider Names Son Bharat: Strong Reactions from Pakistan | Argus News