Hawala Money / ଡ୍ରାଇଭରକୁ ମାଡ଼ ମାରି ୧.୪୫ କୋଟି ହାୱଲା ଟଙ୍କା ଲୁଟିନେଲା ପୋଲିସ, ୧୦ ନିଲମ୍ବିତ

Key Points
ଡ୍ରାଇଭରଙ୍କୁ ମାଡ଼ ମାରି ଗାଡ଼ିରୁ ପୋଲିସ ୧.୪୫ କୋଟି ନେଇଯିବା ମାମଲାରେ ଜଣେ SDOPଙ୍କ ସମେତ ୧୦ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ, ହାୱଲା ଟଙ୍କାକୁ ଏକ ଗାଡ଼ିରେ ମହାରାଷ୍ଟ୍ର ନିଆ ଯାଉଥିଲା ।
ଭୋପାଳ: ପୋଲିସର କାମ ଅନ୍ୟାୟକୁ ରୋକିବା, ଆଇନ୍ ଶୃଙ୍ଖଳା ସମ୍ଭାଳିବା । ହେଲେ ପୋଲିସ ଏଠି ଖୋଦ୍ ଆଇନ୍କୁ ହାତକୁ ନେଇଛି, ମାଡ଼ ମାରି ଲୁଟି ନେଇଛି ୧ କୋଟି ୪୫ ଲକ୍ଷ ଟଙ୍କା ।
ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ସେଓନିରେ । ଡ୍ରାଇଭରଙ୍କୁ ମାଡ଼ ମାରି ଗାଡ଼ିରୁ ପୋଲିସ ୧.୪୫ କୋଟି ନେଇଯିବା ମାମଲାରେ ଜଣେ SDOPଙ୍କ ସମେତ ୧୦ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ, ହାୱଲା ଟଙ୍କାକୁ ଏକ ଗାଡ଼ିରେ ମହାରାଷ୍ଟ୍ର ନିଆ ଯାଉଥିଲା ।
ଏଥିସହ ପଢ଼ନ୍ତୁ: ପ୍ରଯୁକ୍ତିବିଦ୍ୟା ସଶକ୍ତିକରଣ ନୁହେଁ, ଶୋଷଣର ମାଧ୍ୟମ ବନିଛି: ପ୍ରଧାନ ବିଚାରପତି
📱 Get Argus News App
✨
ମାଡ଼ ଖାଇଥିବା ଡ୍ରାଇଭର ଓ ଟଙ୍କା ପଠାଇଥିବା ବ୍ୟବସାୟୀ ଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଅଭିଯୋଗ ପରେ ଜବଲପୁର ଆଇଜି ପ୍ରମୋଦ ବର୍ମା ଦେଇଥିଲେ ତଦନ୍ତ ନିର୍ଦ୍ଦେଶ । ଆଉ ଏହି ତଦନ୍ତର ଭାର ନେଇଥିଲେ ଜବଲପୁର ଅତିରିକ୍ତ ଏସ୍ପି ଆୟୁଷ ଗୁପ୍ତା ।
ମାମଲାରେ ମଧ୍ୟପ୍ରଦେଶ ପୋଲିସ ଡିଜି କୈଳାସ ମକୱାନା ଏକ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରିଛନ୍ତି । SDOP ପୂଜା ପାଣ୍ଡେଙ୍କ ସହ ଡିଜିପି ୧୦ ଜଣଙ୍କୁ ନିଲମ୍ବିତ କରିଛନ୍ତି । ଆଇଜି ଦେଇଥିବା ରିପୋର୍ଟ ଆଧାରରେ ସମସ୍ତଙ୍କୁ ନିଲମ୍ବନ କରାଯାଇଛି ।
ସେଓନି ଓସ୍ପି କହିଛନ୍ତି, ବୁଧବାର ରାତିରେ ଏକ ଚେକିଂ କରାଯାଉଥିଲା । ବନ୍ଦୋଲ ପୋଲିସ ଷ୍ଟେସନର ଇନଚାର୍ଜ ଓ ଅନ୍ୟ ଷ୍ଟାଫ୍ ଓ SDOP ପୂଜା ପାଣ୍ଡ ଏବଂ ଏସ୍ଆଇ ଅର୍ପିତ ଭୈଇରାମ ସାମିଲ୍ ଥିଲେ । ମାମଲାରେ ଏହି ଦୁହିଁଙ୍କ ସହ ହେଡ୍ କନଷ୍ଟେବଳଙ୍କୁ ମିଶାଇ ୧- ଜଣ ନିଲମ୍ବିତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ BJDକୁ ଶକ୍ତ ଝଟ୍କା, ପଦ୍ମ ଧରିଲେ ଜୟ ଢୋଲକିଆ
ମଧ୍ୟପ୍ରଦେଶର କାଟଣୀରୁ ମହାରାଷ୍ଟ୍ରର ଜଲନକୁ ବିପୁଳ ଟଙ୍କା ଗାଡ଼ିରେ ଯାଉଥିଲା । ଚେକିଂ ବେଳେ ଏତେ ଟଙ୍କା ମିଳିବା ପରେ ପୋଲିସ ତାହାକୁ ଜବତ ନ କରି ଡ୍ରାଇଭରକୁ ମାଡ଼ ମାରି ଟଙ୍କା ନେଇ ଯାଇଥିଲା । ଏପରିକି ହାୱଲା ଟଙ୍କା ନେଇ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇ ନଥିଲେ । ଆଉ ବ୍ୟବସାୟୀ ଜଣଙ୍କ ଟଙ୍କା ହରାଇ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି ।
Related Topics
Explore more stories