Videos
|
Politics

Hinjili Politics / ବଦଳୁଛି ରାଜନୈତିକ ସମୀକରଣ; ନବୀନଙ୍କ ଗଡ଼ ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି

Sushanta Sahoo
Browse all articles by Sushanta Sahoo
·4 hours ago·2 min read
ବଦଳୁଛି ରାଜନୈତିକ ସମୀକରଣ; ନବୀନଙ୍କ ଗଡ଼ ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି
Pradeep Panigrahy entry in Hinjili politics

Key Points

ବିଜେଡି ନେତାଙ୍କୁ ସାଙ୍ଗରେ ଧରି ଶେରଗଡ଼ ଅଲାରିଗଡ଼ରେ ରଥ ଟାଣିଛନ୍ତି ପ୍ରଦୀପ । ଏପଟେ ନିର୍ବାଚନ ପରେ ନବୀନ ମାତ୍ର ଥରୁଟିଏ ପାଇଁ ହିଞ୍ଜିଳି ଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୋଟର ।
ହିଞ୍ଜିଳି/ଭୁବନେଶ୍ଵର: ଗଞ୍ଜାମରେ ବଦଳୁଛି ସମୀକରଣ। ଛିଡୁଛି ବିଜେଡି, ଦଳ ଠାରୁ ଦୂରଉଛନ୍ତି ନେତା । ଆଉ ରଥଯାତ୍ରାରେ ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି ବଢାଇଛି ଚର୍ଚ୍ଚା । ବିଜେଡି ନେତାଙ୍କୁ ସାଙ୍ଗରେ ଧରି ଶେରଗଡ଼ ଅଲାରିଗଡ଼ରେ ରଥ ଟାଣିଛନ୍ତି ପ୍ରଦୀପ । ଏପଟେ ନିର୍ବାଚନ ପରେ ନବୀନ ମାତ୍ର ଥରୁଟିଏ ପାଇଁ ହିଞ୍ଜିଳି ଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୋଟର ।

ହିଞ୍ଜିଳି ପଲିଟିକ୍ସକୁ ରୋଚକ କରିଛି ରଥଯାତ୍ରାର ଚିତ୍ର । ନବୀନଙ୍କ ଗଡ ହିଞ୍ଜିଳିରେ ହୋଇଛି ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି । ଅଲାରିଗଡ଼ ରଥଯାତ୍ରାରେ ନିଜେ ଗଜପତି ସାଜି ଛେରା ପହଁରା କରିଥିଲେ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ । ଆଉ ଆଶ୍ଚର୍ଯ୍ୟର କଥା ହେଲା ପ୍ରଦୀପଙ୍କ ସାଙ୍ଗରେ ଥିଲେ ଅନେକ ବିଜେଡି ନେତା ।

ଏଥିସହ ପଢ଼ନ୍ତୁ: ପୌର ଭୋଟ୍‌ ପୂର୍ବରୁ ଖାଲି ହେଉଛି ବିରୋଧୀଙ୍କ ପକେଟ୍ 

ଶେରଗଡ଼ ଯୁବ ବିଜେଡି ସଭାପତି ସନ୍ତୋଷ ପଟନାୟକ ଏବଂ ତାଙ୍କ ସମର୍ଥକ ମାନେ ପ୍ରଦୀପଙ୍କୁ ଅତିଥି କରିଥିବା କୁହାଯାଉଛି । ଯାହା ଗଞ୍ଜାମ ରାଜନୀତିକୁ ସରଗରମ କରିଛି । ବିଜେପି କହିଛି, ହିଞ୍ଜିଳିରେ ଶକ୍ତିଶାଳୀ ହେଉଛି ବିଜେପି । କିନ୍ତୁ ବିଜେଡିର ଯୁକ୍ତି- ହିଞ୍ଜିଳି ନବୀନଙ୍କ ଗଡ଼ ।

ବଡ଼ କଥା ହେଉଛି ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରେ ପରାଜୟ ସହ ହିଞ୍ଜିଳିରେ ମାତ୍ର ୪ ହଜାର ୬୦୬ ଖଣ୍ଡ ଭୋଟରେ ଜିତିଥିଲେ ନବୀନ । ଆଉ ବିଜେଡି ଗଡ଼ ଗଞ୍ଜାମରେ ୧୩ରୁ ୧୧ ବିଧାନସଭା ଯାଇଥିଲା ବିଜେପି ଖାତାକୁ । ତା' ପରଠୁ ଗଞ୍ଜାମରେ ଭାଙ୍ଗୁଛି ବିଜେଡି ।

ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଜେଲରେ। ବିକ୍ରମ ଆରୁଖ, ଲତିକା ପ୍ରଧାନ ଚାଉ ପଟନାୟକଙ୍କ ଭଳି ବରିଷ୍ଠ ନେତା ଏବେ ଦଳଠାରୁ ଟିକେ ଦୂରଉଥିବା ଚର୍ଚ୍ଚା ହେଉଛି । ଏପଟେ ଦ୍ଵନ୍ଦରେ ନେତା ଓ କର୍ମୀ । ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ନେତୃତ୍ଵରେ ଏକାଧିକ ପଞ୍ଚାୟତ ପ୍ରତିନିଧି ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ବିଜେପିରେ ମିଶିଛନ୍ତି ।

ଏଥିସହ ପଢ଼ନ୍ତୁ: ଅଡ଼ୁଆରେ ରାଜ୍ୟରେ ୫୮ ଲକ୍ଷ ୩୬ ହଜାର ୩୪୧ ଜଣ ଭୋଟର, ମିଳିବ ନୋଟିସ୍ 

ବଡ଼ କଥା ହେଲା ନିଜେ ନବୀନ ଆଉ ହିଞ୍ଜିଳି ଯାଉନାହାନ୍ତି । ନିର୍ବାଚନ ପରେ ମାତ୍ର ଥରୁଟିଏ ନବୀନ ଶେରଗଡ଼ ଯାଇଥିବା ବେଳେ ଏବେ ବି ପୂର୍ବ ଭଳି ତାଙ୍କ ପ୍ରତିନିଧି କରୁଛନ୍ତି ଶାସନ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହିଞ୍ଜିଳିବାସୀ ।

ବିଜେଡି ନେତା ମାନେ ବିଜେପି ମୁହାଁ ହେବା ଟ୍ରେଣ୍ଡ ଭିତରେ ନବୀନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବି ନେତାଙ୍କୁ ନିଜ ସହ ରଖିବାରେ ସକ୍ଷମ ହୋଇପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଆଗକୁ ପୁଣି ପଞ୍ଚାୟତ ଆଉ ପୌର ନିର୍ବାଚନ । ହାତରେ ସମୟ କମ୍‍, ନିଜ ଗଡ଼ ରକ୍ଷା ପାଇଁ ବିଜେଡି ସଭାପତି କି ରଣନୀତି ଆପଣାଉଛନ୍ତି ଏବେ ତା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored