DK Shivakumar Karnataka CM / କର୍ଣ୍ଣାଟକରେ କଂଗ୍ରେସ ସରକାରର ମଙ୍ଗ ଧରିବେ ଶିବକୁମାର, ୩ରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ
·2 hours ago·2 min read

Key Points
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବେ ଶିବକୁମାର
ବିଧାୟକ ଦଳ ବୈଠକରେ ବାଜିଲା ମୋହର
ଜୁନ ୩ରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ
ବିଧାୟକ ଦଳ ବୈଠକରେ ବାଜିଲା ମୋହର
ଜୁନ ୩ରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ
ଦୀର୍ଘ ଦିନର ବିବାଦ, ଆଲୋଚନା, ଘନ ଘନ ବୈଠକ ପରେ ଶେଷରେ କର୍ଣ୍ଣାଟକରେ କଂଗ୍ରେସ ସରକାର ମଙ୍ଗ ଧରିବାକୁ ଯାଉଛନ୍ତି ଡି.କେ ଶିବକୁମାର । ରାଜ୍ୟରେ କଂଗ୍ରେସର 'ସଙ୍କଟ ମୋଚକ' ସାଜିଥିବା ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ବିଧାନ ସୌଧରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଦ୍ଧାରାମୈୟା ନିଜେ ଶିବକୁମାରଙ୍କ ନାମ ପ୍ରସ୍ତାବିତ କରିଥିଲେ, ଯାହାକୁ ସମସ୍ତ ବିଧାୟକ ସମର୍ଥନ କରିଛନ୍ତି । ଏହା ପରେ ଆସନ୍ତା ଜୁନ୍ ୩ ତାରିଖରେ ସେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ । ହେଲେ ଏହା କ'ଣ କଂଗ୍ରେସ ପାଇଁ କର୍ଣ୍ଣାଟକ କନ୍ଦଳର ଅନ୍ତ ନା ଏଇଠୁ ଆରମ୍ଭ ହେବ ନୂଆ ଏକ ପଲିଟିକାଲ୍ ଫାଇଟ୍ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
କର୍ଣ୍ଣାଟକର ଏହି କ୍ଷମତା ପରିବର୍ତ୍ତନ ପରେ କଂଗ୍ରେସ ଭିତରେ ଏକ ବଡ଼ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ହାଇକମାଣ୍ଡ କର୍ଣ୍ଣାଟକର ବିବାଦକୁ କିଛି ସମୟ ପାଇଁ ଶାନ୍ତ କରି ଦେଇଥାଇପାରନ୍ତି, କିନ୍ତୁ ଦଳ ହାତରୁ ଏବେ ଭୋଟ୍ ବ୍ୟାଙ୍କ ଖସିଯିବାର ଭୟ ଦେଖା ଦେଲାଣି । ସିଦ୍ଧାରାମୈୟା ହେଉଛନ୍ତି କର୍ଣ୍ଣାଟକର ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଦଳିତ ଗୋଷ୍ଠୀର ସବୁଠାରୁ ବଡ଼ ଚେହେରା । କର୍ଣ୍ଣାଟକରେ ଏହି ବର୍ଗର ଭୋଟ୍ ସେୟାର ପ୍ରାୟ ୩୯% ରୁ ଅଧିକ ।
ଅଧିକ ପଢ଼ନ୍ତୁ: ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ
ସିଦ୍ଧାରାମୈୟାଙ୍କ ଇସ୍ତଫା ଯୋଗୁଁ ତାଙ୍କ ଗାଁ ସିଦ୍ଧାରାମନହୁଣ୍ଡି ସମେତ ସାରା ରାଜ୍ୟରେ ଏହି ପଛୁଆ ବର୍ଗର ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଡି.କେ. ଶିବକୁମାର ପ୍ରଭାବଶାଳୀ 'ଭୋକାଲିଗା' ସମୁଦାୟରୁ ଆସୁଛନ୍ତି । ତାଙ୍କୁ ସିଏମ୍ କରାଯିବା ପରେ ରାଜ୍ୟର ଅନ୍ୟତମ ବୃହତ୍ତମ ସମୁଦାୟ 'ଲିଙ୍ଗାୟତ' ମଧ୍ୟ ଅସନ୍ତୁଷ୍ଟ ହୋଇଛନ୍ତି । ସେପଟେ ସିଦ୍ଧାରାମୈୟା ରାଜ୍ୟସଭାକୁ ଯିବାକୁ ମନା କରିଦେଇଛନ୍ତି ଏବଂ କର୍ଣ୍ଣାଟକ ରାଜନୀତିରେ ସକ୍ରିୟ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ଏହାଦ୍ୱାରା ଦଳ ଭିତରେ ଦୁଇଟି ଶକ୍ତି କେନ୍ଦ୍ର ସୃଷ୍ଟି ହେବ, ଯାହା ଆଗାମୀ ୨୦୨୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭାରି ପଡ଼ିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ଦେଶରେ କଂଗ୍ରେସ ନିଜ ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି । ଏମିତିରେ ଯେଉଁଠି ଟିକିଏ ବିଜୟ ପାଉଛି ସେଠି ଦେଖାଯାଉଛି କ୍ଷମତା କନ୍ଦଳ । କେରଳ, କର୍ଣ୍ଣାଟକରେ ଏହାକୁ ପୁରା ଦେଶ ଦେଖିଛି । ଏମିତିରେ ଆଗକୁ ଥିବା ନିର୍ବାଚନରେ ଦଳ ଅସନ୍ତୁଷ୍ଟଙ୍କୁ କେମିତି ମ୍ୟାନେଜ କରୁଛି ତାହା ଦେଖିବାକୁ ବାକି ରହିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories