Videos
|
National

Siliguri Elephant Road Crossing / ଲାଲ କପଡ଼ା ଅଟକାଇଲା ଟ୍ରେନ; ରାସ୍ତା ପାର ହେବା ବେଳେ ବର୍ତ୍ତିଗଲେ ଗଜରାଜ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଲାଲ କପଡ଼ା ଅଟକାଇଲା ଟ୍ରେନ; ରାସ୍ତା ପାର ହେବା ବେଳେ ବର୍ତ୍ତିଗଲେ ଗଜରାଜ
Siliguri Elephant Road Crossing

Key Points

ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥିତ  ନକ୍ସଲବାଡି ଏବଂ ବାଗଡୋଗ୍ରା ମଧ୍ୟରେ ରେଳ ଧାରଣା ପାର ହେଉଥିବା ୭୦ ରୁ ଅଧିକ ହାତୀଙ୍କ ଏକ ପଲ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା।
ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ବନ ବିଭାଗ ଅଧିକାରୀ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଏବଂ ଚତୁରତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟାଳି ଦିଆଯାଇଛି। ଯାହା ଫଳରେ ୭୦ ରୁ ଅଧିକ ହାତୀଙ୍କ ଜୀବନ ବଞ୍ଚିଯାଇଛି। ଗତକାଲି (ଅକ୍ଟୋବର ୧୨) ଏକ ବଡ଼ ହାତୀ ପଲ ନକ୍ସଲବାଡ଼ି-ବାଗଡୋଗ୍ରା ମଧ୍ୟରେ ରେଳ ଧାରଣା ପାର ହେଉଥିଲା। ଯେତେବେଳେ ସେମାନେ ରେଲୱେ ଟ୍ରାକ୍ ପାର ହେଉଥିଲା ସେତେବେଳେ ସିକିମ୍ ମହାନନ୍ଦ ଏକ୍ସପ୍ରେସ୍ ସମାନ ରୁଟ୍ ରେ ଆସୁଥିବାର ଖବର ମିଳିଥିଲା। ଯଦିଓ ମାତ୍ର କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା ତାହେଲେ ଅନେକ ହାତୀଙ୍କ ଜୀବନ ଚାଲି ଯାଇଥାନ୍ତା। ହେଲେ ବନ ବିଭାଗ ଅଧିକାରୀ ଲାଲ କପଡ଼ା ଦେଖାଇ ଏହି ଟ୍ରେନ୍ ଅଟକାଇ ଦେଇଥିଲେ। ଯାହା ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ହାତୀଙ୍କ ଏକ ବଡ଼ ପଲ ଜଙ୍ଗଲରୁ ଆସି ରେଳ ଧାରଣ ପାର ହେଉଥିବା ସମୟରେ ଏହି ଘଟଣା ଘଟିଥିଲା। ରେଲୱେ ଟ୍ରାକ୍ ପାର ହେବା ସମୟରେ ସିକିମ୍ ମହାନନ୍ଦ ଏକ୍ସପ୍ରେସ୍ ଆସୁଥିଲା। ହାତୀ ଏବଂ ଟ୍ରେନ ମଧ୍ୟରେ ଧକ୍କା ଅନୁଭବ କରି, ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବନ ବିଭାଗ କର୍ମଚାରୀ ତୁରନ୍ତ ପଦକ୍ଷେପ ନେଇଥିଲେ। ସେମାନେ ଲୋକୋ ପାଇଲଟ୍ ଙ୍କୁ ବିପଦର ସଙ୍କେତ ଦେବା ପାଇଁ ଲାଲ କପଡ଼ା ଦେଖାଇଥିଲେ। ବନ ବିଭାଗ ଅଧିକାରୀଙ୍କ ଏହି ସଙ୍କେତ ପାଇବା ପରେ, ଟ୍ରେନ୍ ର ବେଗ ଧିର ହୋଇଯିବା ସହ ଏହା ଅଟକି ଯାଇଥିଲା।

ଏହା ସହ ପଢନ୍ତୁ: ନଦୀରେ ଭାସି ଯାଉଥିଲା ହାତୀ ଛୁଆ; ୩ କିମି ପିଛା କରି ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ

ସାମ୍ନାକୁ ଆସିଲା ଏହି ଘଟଣାର ଭିଡ଼ିଓ
ଟ୍ରେନ୍ ଅଟକିବା ପରେ, ସମଗ୍ର ହାତୀ ପଲ ସୁରକ୍ଷିତ ଏବଂ ନିରାପଦରେ ରେଲୱେ ଟ୍ରାକ୍ ପାର କରିଥିଲେ। ସମସ୍ତ ହାତୀ ରେଳ ଧାରଣ ପାଖରୁ ଦୂରେଇ ଯିବା ପରେ ଯାଇ ଟ୍ରେନ୍ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ପୁନର୍ବାର ଯାତ୍ରା କରିଥିଲା। ବନ ବିଭାଗ ଅଧିକାରୀଙ୍କ ସତର୍କତା ଯୋଗୁଁ କେବଳ ୭୦ ରୁ ଅଧିକ ହାତୀଙ୍କ ଜୀବନ ରକ୍ଷା ପାଇନଥିଲା ବରଂ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାର ସମ୍ଭାବନାକୁ ମଧ୍ୟ ଟାଳି ଦିଆଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ବନ ବିଭାଗ ଅଧିକାରୀ ରେଲୱେ ଟ୍ରାକ୍ ପାଖରେ ଠିଆ ହୋଇ ଟ୍ରେନ୍ କୁ ଅଟକାଇବାକୁ ସଙ୍କେତ ଦେଉଥିବାର ଦେଖାଯାଉଛି। ସେତେବେଳେ ଏକ ବଡ଼ ହାତୀ ପଲ ଧିରେ ଧିରେ ରେଳ ଲାଇନ ପାର ହେଉଥିବା ଦେଖିବାକୁ ମିଳୁଛି। ଉତ୍ତର ପଶ୍ଚିମବଙ୍ଗର ଜଙ୍ଗଲ ଏବଂ ରେଳ ଧାରଣ ପାଖରେ ହାତୀଙ୍କ ଗତିବିଧି ଦେଖାଯିବା ସାଧାରଣ କଥା। ହେଲେ ଏପରି ଘଟଣା ଏକ ବଡ଼ ଦୁର୍ଘଟଣାର ସମ୍ଭାବନା ବିଷୟରେ ଚିନ୍ତା ସୃଷ୍ଟି କରୁଛି।