Videos
|
National

Palash Muchhal Viral Video / ସ୍ମୃତିଙ୍କ ସହ ସ୍ଥଗିତ ରହିଲା ବାହାଘର, ପ୍ରେମାନନ୍ଦ ମହାରାଜଙ୍କ ଶରଣକୁ ଗଲେ ପଲାଶ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ସ୍ମୃତିଙ୍କ ସହ ସ୍ଥଗିତ ରହିଲା ବାହାଘର, ପ୍ରେମାନନ୍ଦ ମହାରାଜଙ୍କ ଶରଣକୁ ଗଲେ ପଲାଶ
Palash Muchhal

Key Points

ସ୍ଥଗିତ ରହିଲା ପଲାଶ-ସ୍ମୃତିଙ୍କ ବିବାହ
ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ପଲାଶ
ଭାଇରାଲ ହେଲା ଭିଡିଓ
ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା-ପଲାଶ ମୁଚ୍ଛାଲ ଏବେ ତାଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ନଭେମ୍ବର ୨୩ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । କିନ୍ତୁ ମେହେନ୍ଦୀ ଦିନ ରାତିରେ ହଠାତ୍‌ ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ସେମାନଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ଏହି ସମୟରେ ପଲାଶ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପଲାଶ ଏବଂ ସ୍ମୃତିଙ୍କ ବିବାହ ସ୍ଥଗିତ ହେବା ପରଠାରୁ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ସାମ୍ନାକୁ ଆସିଛି । ଏମିତିକି ପଲାଶ ସ୍ମୃତିଙ୍କୁ ଧୋକା ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏମିତିକି ଜଣେ ଯୁବତୀଙ୍କ ସହ ପଲାଶଙ୍କ ଚାଟିଂର ସ୍କ୍ରିନ୍‌ ସଟ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ଗୁଜବ ଉପରେ ଏପର୍ଯ୍ୟନ୍ତ ଏହି ଯୋଡି କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ପଲାଶଙ୍କ ଭଉଣୀ ପଲକ ଏବଂ ତାଙ୍କ ମାଆ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଛନ୍ତି ଯେ ସ୍ମୃତିଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ପଲାଶ ଏବଂ ସ୍ମୃତିଙ୍କ ବିବାହ ସ୍ଥଗିତ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ବାରବାଟୀ ଟିକେଟ୍‌: ରାତିରୁ ଲଗାଇ ପାରିବେନି ଲାଇନ୍‌, ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍‌ ବିକ୍ରି


ଏସବୁ ମଧ୍ୟରେ ଏବେ ପଲାଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପଲାଶ ପ୍ରେମାନନ୍ଦ ମହାରାଜଙ୍କ ଦରବାରରେ ବସିଛନ୍ତି । ପ୍ରେମାନନ୍ଦ ମହାରାଜଙ୍କ ଦରବାରରେ ପଲାଶଙ୍କୁ ଦେଖି ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ କେତେକ ପଲାଶଙ୍କୁ ସମର୍ଥନ କରୁବେଳେ ଅନ୍ୟମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି ।

ପଲାଶ ମୁଚ୍ଛଲଙ୍କ ମାଆ ଅମିତା ମୁଚ୍ଛଲଙ୍କ ଏକ ବୟାନ ଏବେ ସାମ୍ନାକୁ ଆସିଛି । ଅମିତା କହିଛନ୍ତି ଯେ ସବୁକିଛି ଯୋଜନା ଅନୁଯାୟୀ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ପଲାଶ ସ୍ମୃତିଙ୍କ ପିତାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଆଉ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅମିତା ମୁଚ୍ଛଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, "ହଳଦୀ ଉତ୍ସବ ପରଠାରୁ ଆମେ ପଲାଶଙ୍କୁ ବାହାରକୁ ଯିବାକୁ ଦେଇନାହୁଁ । ସେ ବହୁତ ଚାପଗ୍ରସ୍ତ ଏବଂ କାନ୍ଦୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଛି । ତେଣୁ ତାଙ୍କୁ ଚାରି ଘଣ୍ଟା ପାଇଁ ହସ୍ପିଟାଲରେ ରଖିବାକୁ ପଡିଲା । ତାଙ୍କ ଉପରେ ଏକ IV ଡ୍ରିପ୍ ଲଗାଯାଇଥିଲା ଏବଂ ECG କରାଯାଇଥିଲା । ସବୁକିଛି ସ୍ୱାଭାବିକ ଆସିଥିଲା'' ।

ଅମିତା ମୁଚ୍ଛଲ କହିଛନ୍ତି ଯେ ସ୍ମୃତି ଏବଂ ପଲାଶ ଉଭୟ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି । ପରିବାର ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅମିତା ଆହୁରି କହିଛନ୍ତି ଯେ ତାଙ୍କ ପୁଅ ଖୁବ୍ ଶୀଘ୍ର ବିବାହ କରି କନ୍ୟାକୁ ଘରକୁ ଆଣିବ ।

ଅମିତା ମୁଚ୍ଛଲ ଆହୁରି କହିଛନ୍ତି, "ସବୁକିଛି ଯୋଜନା ଅନୁଯାୟୀ ହେବ ଏବଂ ବିବାହ ଖୁବ୍ ଶୀଘ୍ର ହେବ । ପଳାଶଙ୍କର ସ୍ମୃତିଙ୍କ ବାପାଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ଅଛି । ସେ ସ୍ମୃତିଙ୍କ ଅପେକ୍ଷା ତାଙ୍କ ବାପାଙ୍କ ନିକଟତର । ତେଣୁ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ପଲାଶ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ସୁସ୍ଥ ହେଉଛନ୍ତି, ତେଣୁ ସବୁକିଛି ଠିକ୍ ହୋଇଯିବ।"



Related Topics

Explore more stories