Videos
|
National

Software Engineer Death / ଋଣ, ବିବାଦରୁ ଅବସାଦ... ୪୩ ମହଲାରୁ ଡେଇଁ ଜୀବନ ହାରିଲେ ୨୮ ବର୍ଷର ସଫ୍ଟୱେର୍ ଇଞ୍ଜିନିୟର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଋଣ, ବିବାଦରୁ ଅବସାଦ... ୪୩ ମହଲାରୁ ଡେଇଁ ଜୀବନ ହାରିଲେ ୨୮ ବର୍ଷର ସଫ୍ଟୱେର୍ ଇଞ୍ଜିନିୟର
Noida Software Engineer Dies at 28 Amid Debt and Family Dispute

Key Points

ସମ୍ଭବ ଦୀର୍ଘ ଦିନ ହେଲା ଅବସାଦ (Depression)ରେ ଥିଲେ । ପାରିବାରିକ ବିବାଦ, ଛୁଆର ଚିକିତ୍ସା ଖର୍ଚ୍ଚ ଓ ଋଣ ଆଦିକୁ ନେଇ ସମ୍ଭବ ଚିନ୍ତିତ ଥିଲେ ।
ନୂଆଦିଲ୍ଲୀ: ବିବାହକୁ ୨ ବର୍ଷ, ଛୁଆଙ୍କୁ ୭ ମାସ । ଅତିଷ୍ଠ ହୋଇ ଜୀବନ ହାରିଦେଲେ ସଫ୍ଟେୱର୍ ଇଞ୍ଜିନିୟର୍ । ୪୩ ମହଲାରୁ ଡେଇଁ ୨୮ ବର୍ଷର ସଫ୍ଟେୱର୍ ଇଞ୍ଜିନିୟର୍ ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀ-ଏନସିଆର୍‌ର ସୁଉଚ୍ଚ ଅଟ୍ଟାଳିକ ସୁପରନୋଭାରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଶନିବାର ଦ୍ଵି-ପ୍ରହରରେ ସଫ୍ଟୱେର ଇଞ୍ଜିନିୟର ସମ୍ଭବ ଜୈନ ୪୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପୋଲିସ ତଦନ୍ତରୁ ଜଣାପଡ଼ିଛି ସମ୍ଭବ ଦୀର୍ଘ ଦିନ ହେଲା ଅବସାଦ (Depression)ରେ ଥିଲେ । ପାରିବାରିକ ବିବାଦ, ଛୁଆର ଚିକିତ୍ସା ଖର୍ଚ୍ଚ ଓ ଋଣ ଆଦିକୁ ନେଇ ସମ୍ଭବ ଚିନ୍ତିତ ଥିଲେ । ପୋଲିସ ଅନୁସାରେ, ଆତ୍ମହତ୍ୟା ପୂର୍ବରୁ ସମ୍ଭବ ନିଜ ମୋବାଇଲ୍ ଫୋନ୍‌ରେ ଏକ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବିମାନ ହାଇଜାକ୍ କିମ୍ବା କ୍ରାସ୍ କରିବାକୁ ଥିଲା ମାଷ୍ଟରପ୍ଲାନ୍; ସବୁ ସତ ମାନିଲା କୋ-ପାଇଲଟ୍ 

ସେକ୍ଟର-୧୨୬ ଥାନା ପ୍ରଭାରୀ ସୁମନେଶ କୁମାରଙ୍କ ଅନୁସାରେ, ପୋଲିସ ମାମଲାର ଯାଞ୍ଚ କରୁଛି । ପ୍ରାରମ୍ଭିକ ଯାଞ୍ଚ ଓ ଅଭିଭାବକଙ୍କୁ ପଚରାଉଚରାରୁ ଜଣାପଡ଼ିଛି ଯେ, ସମ୍ଭବ ୨୦୨୪ରେ ବିବାହ କରିଥିଲେ । ବର୍ଷ ୨୦୨୫ରେ ସମ୍ଭବର ପୁଅ ଜନ୍ମ ହୋଇଥିଲା । କିନ୍ତୁ ପୁଅ ୭ ମାସରେ ସମୟ ପୂର୍ବରୁ ଜନ୍ମ ନେଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛୁଆ ସମୟ ପୂର୍ବରୁ ଜନ୍ମ ହେବା କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ ହୋଇଥିଲା । ପରିବାର ଅନୁସାରେ, ଛୁଆର ଚିକିତ୍ସା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ସମ୍ଭବ । ଏବେବି ଛୁଆର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।

ପୋଲିସ ଅନୁସାରେ, ଛୁଆ ଜନ୍ମ ହେବା ପରେ ସମ୍ଭବ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଯାହା ପରେ ପତ୍ନୀ କୋର୍ଟଙ୍କ ଦ୍ଵାରସ୍ଥ ହୋଇ ଛାଡ଼ପତ୍ର ଦାବି କରିଥିଲେ । ଉଭୟ ପକ୍ଷ ମଧ୍ୟରେ ସେଟଲମେଣ୍ଟ ବି ହୋଇଥିଲା । ୧୫ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା ।

ଏଥିସହ ପଢ଼ନ୍ତୁ: ଫିଲ୍ମ ପରି ଉଡ଼ିକି ପଡ଼ିଲେ; କାର ଧକ୍କାରେ ବୃଦ୍ଧ ଦମ୍ପତି ଗୁରୁତର, ଦେଖନ୍ତୁ ଭିଡିଓ 

ପତ୍ନୀ ୧ କୋଟି ଟଙ୍କା ଦାବି କରିଥିବା ବେଳେ ୧୫ ଲକ୍ଷ ଟଙ୍କାରେ ସେଟଲମେଣ୍ଟ ହୋଇଥିଲା । ପରିବାର ଅନୁସାରେ, ସମ୍ଭବ ପ୍ରଥମ କିସ୍ତିରେ ୭ ଲକ୍ଷ ଟଙ୍କା ପତ୍ନୀଙ୍କୁ ଦେଇଥିଲେ । ଦ୍ଵିତୀୟ କିସ୍ତିରେ ଆଉ ସାଢ଼େ ୭ ଲକ୍ଷ ଟଙ୍କା ଦେବାକୁ ବାକି ଅଛି ।

ଏହାଛଡ଼ା ସମ୍ଭବ ଉପରେ ଏକାଧିକ ଋଣ ରହିଛି । ଏବେ ସମ୍ଭବଙ୍କ ଅସୁସ୍ଥ ପୁଅ ତାଙ୍କ ସହ ଥିବାବେଳେ ଘର ଲୋକେ ଦେଖାଶୁଣା କରୁଛନ୍ତି । ଆତ୍ମହତ୍ୟା ପୂର୍ବରୁ ସମ୍ଭବ ତାଙ୍କ ବାପାଙ୍କୁ ମେସେଜ କରି ଅବସାଦ ଓ ଆତ୍ମହତ୍ୟା କଥା ୪ ଦିନ ତଳେ କହିଥିବା ପୋଲିସ ଜାଣିବାକୁ ପାଇଛି । ସମସ୍ତ ଦିଗରୁ ଏବେ ପୋଲିସ ଛାନଭିନ୍ ଜାରି ରଖିଛି ।