Sonalika Factory Leopard / ସୋନାଲିକା ଟ୍ରାକ୍ଟର କାରଖାନାରେ ବାଘ ଆତଙ୍କ, ଡ୍ରୋନ୍ରେ ଚାଲିଛି ଠାବ ଉଦ୍ୟମ
·18 mins ago·2 min read

Key Points
ପଞ୍ଜାବର ହୋସିଆରପୁର ସ୍ଥିତ ସୋନାଲିକା ଟ୍ରାକ୍ଟର କାରଖାନାରେ ପଶିଲା କଲରାପତରିଆ ବାଘ। ବାଘକୁ ଦେଖି ଭୟଭୀତ ହେଲେ କର୍ମଚାରୀ। ସୁରକ୍ଷା ଦୃଷ୍ଟିରୁ କାରଖାନା ବନ୍ଦ କରି ସମସ୍ତଙ୍କୁ ବାହାର କରାଗଲା। ବାଘର ଅବସ୍ଥିତି ଠାବ ପାଇଁ ବନ ବିଭାଗ ଡ୍ରୋନ୍ ଓ କ୍ୟାମେରା ସହାୟତାରେ ଉଦ୍ଧାର ଅଭିଯାନ ଚଳାଇଛି।
ହୋସିଆଲପୁର, ପଞ୍ଜାବ: ବୁଧବାର (ନଭେମ୍ବର ୨୫) ପଞ୍ଜାବର ହୋସିଆରପୁର ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଟ୍ରାକ୍ଟର କମ୍ପାନୀ ସୋନାଲିକା ଇଣ୍ଟରନ୍ୟାସନାଲ୍ କାରଖାନାରେ ଦେଖିବାକୁ ମିଳିଛି ଏକ ଛାତି ଥରାଇ ଦେବା ଭଳି ଘଟଣା। ଭୋର ସମୟରେ କାରଖାନା ଖୋଲିବା ବେଳେ ଏହାର ପରିସରରେ ଏକ କଲରା ପତ୍ରିଆ ବାଘ ଦେଖିବାକୁ ମିଳିଥିଲା! କାରଖାନା ପରିସରରେ ବାଘର ଉପସ୍ଥିତି ସମ୍ପର୍କରେ ଜଣାପଡ଼ିବା ପରେ ସେଠାରେ କାର୍ଯ୍ୟରତ ଇଞ୍ଜିନିୟର ଏବଂ ଶ୍ରମିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ରାତି ଅନ୍ଧକାରର ସୁଯୋଗ ନେଇ ଏକ ବାଘ କାରଖାନା ପରିସରରେ ପ୍ରବେଶ କରିବା ପରେ ସେଠାରେ ଲୁଚି ରହିଥିଲା। ସକାଳ ସମୟରେ କର୍ମଚାରୀ କାରଖାନା ପରିସରରେ ଏକ ହିଂସ୍ର ବାଘ ବୁଲୁଥିବା ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ନଜରରେ କମ୍ପାନୀ ପ୍ରବନ୍ଧନ ସୁରକ୍ଷାଗତ ଦୃଷ୍ଟିକୋଣରୁ ସମସ୍ତ କର୍ମଚାରୀଙ୍କ ଛୁଟି କରି ଦେବା ସହ ସେମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।
ମେସିନ ମଧ୍ୟରେ ଲୁଚି ରହିଲା ବାଘ
ସୋନାଲିକା କାରଖାନାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବାଘ ବୁଲୁଥିବା ଦେଖାଯାଉଛି। କର୍ମଚାରୀଙ୍କୁ କମ୍ପାନୀ ପରିସରରୁ ବାହାର କରିବା ମାତ୍ରେ କାରଖାନା ନୀରବ ହୋଇଉଠିବା ସହ ମେସିନ୍ ବନ୍ଦ ହୋଇଗଲା। ହେଲେ କମ୍ପାନୀ ବାହାରେ ପୋଲିସ, ବନ ବିଭାଗ ଅଧିକାରୀ ଏବଂ ଲୋକଙ୍କ ଭିଡ଼ ଜମା ହୋଇଥିଲା। ଗତକାଲି ରାତିରୁ ଏହି ବାଘ କାରଖାନା ପରିସରରେ ରହିଥିବାର ଖବର ଆସିଛି। କାରଖାନାରେ ଭାରୀ ଯନ୍ତ୍ରପାତି ଏବଂ ଅନେକ ଉପକରଣ ରହିଥିବାରୁ, ବାଘର ସଠିକ୍ ସ୍ଥାନ ଚିହ୍ନଟ କରିବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି।
ଏହା ସହ ପଢନ୍ତୁ: ଫାଶରୁ ଖସି ଗ୍ରାମବାସୀଙ୍କୁ ଆକ୍ରମଣ କଲା ବାଘ, ଶେଷରେ ଘେରି ମାରିଦେଲେ ଲୋକେ
ଡ୍ରୋନ୍ ବ୍ୟବହାର କରି ଟ୍ରାକ୍ କରାଯାଉଛି ବାଘର ଲୋକେସନ୍
ଯେଉଁ କାରଖାନାରେ ଦିନରାତି ଟ୍ରାକ୍ଟର ତିଆରି ହୋଇଥାଏ, ବଡ଼ ବଡ଼ ମେସିନ୍ ର ଶବ୍ଦ ଶୁଣିବାକୁ ମିଳିଥାଏ, ଏବେ ସେଠାରେ ଏକ ବାଘ ଲୁଚି ରହିଛି। କାରଖାନା ପରିସରରେ ଲୁଚି ରହିଥିବା ବାଘକୁ ଟିହ୍ନଟ କରିବା ପାଇଁ ବନ ବିଭାଗ ଦଳ ପ୍ରୟାସ ଜାରି ରଖିଛି। ବାଘ କାରଖାନା ପରିସରରେ ଲୁଚି ରହିଥିବାର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ସକ୍ରିୟ ହୋଇପଡ଼ିଛନ୍ତି। ବନ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଘକୁ ସୁରକ୍ଷିତ ଭାବରେ ଧରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। କାରଖାନାର ଗେଟ୍ ବନ୍ଦ କରାଯାଇଛି। ଡ୍ରୋନ୍ ଏବଂ କ୍ୟାମେରା ବ୍ୟବହାର କରି ବାଘକୁ ଠାବ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି।
କିପରି କାରଖାନାରେ ପ୍ରବେଶ କରିଥିଲା ବାଘ?
ବାଘ କିପରି କାରଖାନାରେ ପ୍ରବେଶ କଲା ସେ ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। କେତେକ କୁହନ୍ତି ଯେ ଏହା ନିକଟବର୍ତ୍ତୀ ଜଙ୍ଗଲରୁ ଦୂରେଇ ଯାଇଥିଲା, ଯେତେବେଳେ ଅନ୍ୟମାନେ କହୁଛନ୍ତି ଯେ ସେହି ବାଘ ରାତିରେ କୁକୁରଙ୍କ ପଛରେ ଗୋଡ଼ାଇ କାରଖାନା ଭିତରେ ପ୍ରବେଶ କରିଥିଲା। ହେଲେ ପ୍ରଶ୍ନ ହେଉଛି ଯେ ଏକ ବାଘ କିପରି ଏତେ ବଡ଼ କାରଖାନାରେ ପ୍ରବେଶ କରିଥିଲା? ସୁରକ୍ଷା ବ୍ୟବସ୍ଥା କେଉଁଠି ଥିଲା? ବର୍ତ୍ତମାନ ବନ ବିଭାଗ କଳେ ବଳେ କୌଶଳେ ବାଘକୁ ସୁରକ୍ଷିତ ଭାବରେ ଉଦ୍ଧାର ଜଙ୍ଗଲରେ ଛାଡ଼ିବାକୁ ଚାହୁଁଛି। ଧନଜୀବନ ହାନି କ୍ଷତିକୁ ରୋକିବା ପାଇଁ କର୍ମଚାରୀଙ୍କ ଛୁଟି କରାଯାଇଛି। ଏବେ, ସମସ୍ତଙ୍କ ନଜର ଉଦ୍ଧାର କାର୍ଯ୍ୟ ଉପରେ କେନ୍ଦ୍ରୀତ ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories