Sonam Wangchuk Arrest / ପୋଲିସ୍ ଡିଜିଙ୍କ ବଡ଼ ଖୁଲାସା, ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ ସୋନମ ଓ୍ବାଙ୍ଗଚକ୍

Key Points
ସୋନମ ଓ୍ବାଙ୍ଗଚୁକଙ୍କୁ ନେଇ ପୋଲିସ୍ ଡିଜିଙ୍କ ବଡ଼ ଖୁଲାସା । ସାମ୍ବାଦିକ ସମ୍ମିଳନୀ କରି ବଡ଼ କଥା କହିଦେଲେ DGP।
ଲଦାଖ ହିଂସା ପରେ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ୍ । ଲେହ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଗିରଫ କରିଥିଲା । ତାଙ୍କ ଉପରେ ଭିଡ଼କୁ ଉସୁକାଇବା, ହିଂସାକୁ ଉସକାଇବା ଏବଂ ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଭଳି ଗମ୍ଭୀର ଅଭିଯୋଗ ଲଗାଯାଇଛି । ତେବେ ଏହାରି ମଧ୍ୟରେ ଏହି ମାମଲାରେ ପାକିସ୍ତାନୀ ଲିଙ୍କ୍ ଥିବା କଥା ସାମ୍ନାକୁ ଆସିଛି । ଲଦାଖର ପୋଲିସ ଡିଜିପି ଏସଡି ସିଂହ ଜାମୱାଲ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୋନମ ୱାଙ୍ଗଚୁକଙ୍କ ପାକିସ୍ତାନ ଗସ୍ତ ଉପରେ ପ୍ରଶ୍ନ ଉଠାଇବା କିଛି ବଡ଼ ଖୁଲାସା ମଧ୍ୟ କରିଛନ୍ତି ।
ଲଦାଖର ପୋଲିସ ମହାନିର୍ଦ୍ଦେଶକ ଏସ.ଡି. ସିଂହ ଜାମୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୋନମ ୱାଙ୍ଗଚୁକ ପାକିସ୍ତାନରେ ଏକ ସମ୍ବାଦ ପତ୍ର 'ଡନ'ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ଗଠନ ଆଲୋଚନାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ: ଫାଇନାଲ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା, ହାରିସ୍ ରୈଫଙ୍କ ପାଇଁ ଜରିମାନା ଦେବେ ପିସିବି ମୁଖ୍ୟ
ଲଦାଖ ଡିଜିପି କହିଛନ୍ତି, ଆମେ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କୁ ନିକଟରେ ଗିରଫ କରିଥିଲୁ । ସେ ସୀମା ସେପାଖରେ ଥିବା ଲୋକଙ୍କୁ ରିପୋର୍ଟ କରେ । ଏହାର ତଥ୍ୟ ମଧ୍ୟ ଆମ ହାତରେ ଲାଗିଛି । ସବୁଠୁ ବଡ଼ କଥା ହେଉଛି ଗିରଫ ହୋଇଥିବା ପାକିସ୍ତାନ ଗୁଇନ୍ଦା ଅଧିକାରୀ ସହ ସୋନମ ଓ୍ବାଙ୍ଗଚକ ଯୋଗାଯୋଗରେ ଥିଲେ । ତେଣୁ ତାଙ୍କ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଏ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
📱 Get Argus News App
✨ସେହିପରି ସୋନମ ୱାଙ୍ଗଚୁକ ପାକିସ୍ତାନରେ ଆୟୋଜିତ ଏକ ସମ୍ବାଦ ପତ୍ର 'ଡନ'ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ବାଂଲାଦେଶ ମଧ୍ୟ ଯାଇଥିଲେ ବୋଲି ପୋଲିସ ଡିଜି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଜାମୱାଲ କହିଛନ୍ତି ଯେ ସେପ୍ଟେମ୍ବର ୨୪ ତାରିଖରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପୂର୍ବରୁ "ତଥାକଥିତ ପରିବେଶ କର୍ମୀ"ଙ୍କ ଦ୍ୱାରା ଉତ୍ତେଜନାପୂର୍ଣ୍ଣ ଭାଷଣ ଦ୍ୱାରା ହିଂସା ସୃଷ୍ଟି ହୋଇଥିଲା । ସେ ଅଭିଯୋଗ କରିଛନ୍ତି ଯେ ସୋନମ ୱାଙ୍ଗଚୁକ ଆଲୋଚନା ପ୍ରକ୍ରିୟାକୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରିଥିଲେ ।
ଡିଜିପି କହିଛନ୍ତି ଯେ ହିଂସା ସମୟରେ ପ୍ରାୟ ପାଞ୍ଚରୁ ଛଅ ହଜାର ଲୋକ ସରକାରୀ କୋଠା ଏବଂ ରାଜନୈତିକ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ଏହି ହିଂସାରେ ଚାରି ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ସଂଖ୍ୟକ ସାଧାରଣ ନାଗରିକ, ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ଆହତ ହୋଇଥିଲେ।
ସୂଚନା ଅନୁସାରେ ଲଦାଖ ହିଂସା ପରେ ଶୁକ୍ରବାର ପୋଲିସ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅଧୀନରେ ଗିରଫ କରାଯାଇଥିଲା । ତାଙ୍କୁ ଯୋଧପୁର କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି ।
Related Topics
Explore more stories