Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs PAK / ଫାଇନାଲ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା, ହାରିସ୍ ରୈଫଙ୍କ ପାଇଁ ଜରିମାନା ଦେବେ ପିସିବି ମୁଖ୍ୟ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଫାଇନାଲ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା, ହାରିସ୍ ରୈଫଙ୍କ ପାଇଁ ଜରିମାନା ଦେବେ ପିସିବି ମୁଖ୍ୟ

Key Points

ରବିବାର ଖେଳାଯିବ ଏସିଆ କପ୍ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହା ପୂର୍ବରୁ ପୁଣି ଏକ ନାଟକ କରିଛି ପାକିସ୍ତାନ ।

ଚଳିତ ଏସିଆ କପ୍-୨୦୨୫ରେ ଖେଳ ପାଇଁ କମ୍ ବିବାଦ ପାଇଁ ଅଧିକ ଚର୍ଚ୍ଚାରେ ରହିଛି ପାକିସ୍ତାନ । ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦରେ ଫସିଛି ପାକିସ୍ତାନ । ଆଉ ଏବେ ଫାଇନାଲ ଫାଇଟ୍ ପୂର୍ବରୁ ନୂଆ ନାଟକ କରିଛି ପାକିସ୍ତାନ । ଏହି ବିବାଦ ପାକିସ୍ତାନ ଖେଳାଳି ନୁହେଁ ବରଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି ସୃଷ୍ଟି କରିଛନ୍ତି ।


ସେପ୍ଟେମ୍ବର ୨୧ ତାରିଖରେ ସୁପର-୪ ରାଉଣ୍ଡ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ସେହି ମ୍ୟାଚ୍‌ ସମୟରେ, ହାରିସ୍‌ ରୈଫ ୬-୦ ଏବଂ ଏକ ଯୁଦ୍ଧ ବିମାନ ଖସାଇବାର ଔଦ୍ଧତ ଇଙ୍ଗିତ କରିଥିଲେ । ସେହିପରି ସାହିବଜାଦା ଫରହାନ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ଗନ୍ ସେଲିବ୍ରେସନ୍ କରି ବିବାଦ ସୃଷ୍ଟି କରିଥିଲେ । ଏଭଳି ଅଭଦ୍ରାମୀ ପାଇଁ ବିସିସିଆଇ ହାରିସ୍ ରୈଫ ଓ ଫରହାନଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ ଦାଖଲ କରିଥିଲା ।


ଅଧିକ ପଢ଼ନ୍ତୁ: ଫାଇନାଲ ମ୍ୟାଚ୍ ଖେଳିବେ ତ ଅଭିଷେକ ଓ ହାର୍ଦ୍ଦିକ ? ବଡ଼ ଅପଡେଟ୍ ଦେଲେ ବୋଲିଂ କୋଚ୍, କହିଲେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ମାମଲାରେ ଆଇସିସି ହାରିସ୍‌ ରୈଫଙ୍କୁ ତାଙ୍କ ମ୍ୟାଚ୍‌ ଫି'‌ର ୩୦ ପ୍ରତିଶତ ଜରିମାନା ଲଗାଇଥିଲେ । ଅନ୍ୟପଟେ ସାହିବଜାଦା ଫରହାନ୍‌ଙ୍କୁ ଚେତାବନୀ ଦେଇଥିଲେ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପିସିବି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବରେ ହାରିସ୍‌ ରୈଫଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୋହସିନ୍ ନକଭିଙ୍କ ଏହି କାର୍ଯ୍ୟ ଏହା ସ୍ପଷ୍ଟ କରୁଛି ପଡ଼ିଆରେ ହାରିସ୍ ରୈଫ୍ କରିଥିବା ଅଭଦ୍ରାମୀକୁ ସେ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି ।


ସେହିପରି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାହଲଗାମ ଆତଙ୍କବାଦୀ ଆକ୍ରମଣର ସହୀଦ ଏବଂ ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ପାକିସ୍ତାନ ବିପକ୍ଷ ବିଜୟକୁ ଉତ୍ସର୍ଗ କରିବା ବିଷୟରେ ପାକିସ୍ତାନ ଆଇସିସିରେ ଅଭିଯୋଗ କରିଥିଲା । ଏହାପରେ ଆଇସିସି ସୂର୍ଯ୍ୟକୁମାରଙ୍କ ବିରୋଧରେ ମ୍ୟାଚ୍ ଫି'ର ୩୦ ପ୍ରତିଶତ ଜରିମାନା ମଧ୍ୟ ଲଗାଇଥିଲା ।


ସୂଚନା ଅନୁସାରେ ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯାଇଛି । ଏହି ଦୁଇଟି ମ୍ୟାଚରେ ପାକିସ୍ତାନ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଆଉ ଏବେ ୪୧ ବର୍ଷରେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସେପ୍ଟେମ୍ବର ୨୮ରେ ଏହି ମ୍ୟାଚ୍ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମହାମୁକାବିଲା ଖେଳାଯିବ । ତେବେ ଏହି ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଟାଇଟାଲ ହତେଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

Related Topics

Explore more stories

Sponsored
Asia Cup 2025 Final: PCB Chief to Pay Haris Rauf Fine, New Drama Before India Clash | Argus News