Jammu Kashmir Blast / ଆତଙ୍କୀ ଆକ୍ରମଣ ନୁହେଁ, ଆକସ୍ମିକ ଥିଲା ଶ୍ରୀନଗର ବିସ୍ଫୋରଣ; ଫରିଦାବାଦରୁ ଜବତ ବିସ୍ଫୋରକ କରିଦେଲା ଧ୍ଵଂସ
·8 months ago·2 min read

Key Points
ସାମ୍ନାକୁ ଆସିଛି ଶ୍ରୀନଗର ଭୟଙ୍କର ବିସ୍ଫୋରଣର କାରଣ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିସ୍ଫୋରଣକୁ ନେଇ ବୟାନ ଜାରି କରିଛନ୍ତି ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ଲୋଖଣ୍ଡେ । ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ନୁହେଁ, ଦୁର୍ଘଟଣା ଥିଲା ଶ୍ରୀନଗର ବିସ୍ଫୋରଣ । ଶୁକ୍ରବାର ନୌଗାମ ଥାନାରେ ଘଟିଥିବା ବିସ୍ଫୋରଣ ନେଇ ବିବୃତ୍ତି ଜାରି କରିଛି ଗୃହ ମନ୍ତ୍ରଣାଳୟ । ଫରିଦାବାଦରୁ ଜବତ ରାସାୟନିକ ପଦାର୍ଥ ଓ ବିସ୍ଫୋରକର ନମୁନା ସଂଗ୍ରହ ବେଳେ ହୋଇଥିଲା ବିସ୍ଫୋରଣ ।
ବିସ୍ଫୋରଣରେ ୯ ମୃତକଙ୍କୁ ଶନିବାର ଥାନା ପରିସରରେ ଆର୍ମି, ପୋଲିସ ସମେତ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ହସ୍ପିଟାଲରେ ୩୨ ଆହତଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ବିସ୍ଫୋରଣ ପଛରେ କୌଣସି ଆତଙ୍କୀ ସଂଗଠନର ହାତ ନଥିବା ସ୍ପଷ୍ଟ କରିଛନ୍ତି ଜମ୍ମୁ-କାଶ୍ମୀର ଡିଜିପି ନଳୀନ ପ୍ରଭାତ ।
ଏଥିସହ ପଢ଼ନ୍ତୁ: ବିରାଟ ବିସ୍ଫୋରଣ ! ୩୦୦ ଫୁଟ ଦୂରରେ ପଡ଼ିଲା ମାଂସ ଖଣ୍ଡ, ୭ ମୃତ-୩୦ ଆହତ
ସାମ୍ନାକୁ ଆସିଛି ଶ୍ରୀନଗର ଭୟଙ୍କର ବିସ୍ଫୋରଣର କାରଣ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିସ୍ଫୋରଣକୁ ନେଇ ବୟାନ ଜାରି କରିଛନ୍ତି ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ଲୋଖଣ୍ଡେ । ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହେବାସହ ୨୭ ଜଣ ପୋଲିସ କର୍ମଚାରୀ, ୨ ରାଜସ୍ଵ ଅଧିକାରୀ ଓ ୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
ଜାମ୍ମୁ କାଶ୍ମୀର ପୋଲିସ, ସେନା, CRPF , ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଉପରାଜ୍ୟପାଳ ମନୋଜ ସିହ୍ନା ମୃତକଙ୍କୁ ଦେଇଛନ୍ତି ଗଭୀର ଶ୍ରଦ୍ଧାଞ୍ଜଳି । ଏହା ପୂର୍ବରୁ ଥାନା ପରିସରରେ ମୃତକଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ବିସ୍ଫୋରଣ ପଛରେ କୌଣସି ଆତଙ୍କୀ ସଂଗଠନର ହାତ ନଥିବା ସ୍ପଷ୍ଟ କରିଛନ୍ତି ଜମ୍ମୁ-କାଶ୍ମୀର ଡିଜିପି ।
ଶୁକ୍ରବାର ରାତି ୧୧ଟା ୨୦ରୁ ୨୨ ମିନିଟ ମଧ୍ୟରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଉଡ଼ି ଯାଇଥିଲା ନୌଗାମ ପୋଲିସ ଷ୍ଟେସନ । ବିସ୍ପୋରଣରେ ଶ୍ରୀନଗର ପ୍ରଶାସନର ଦୁଇ ଅଧିକାରୀ, ପୋଲିସ କର୍ମୀ ଓ ଫରେନସିକ୍ ଟିମ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ମୃତ ଶରୀରର ଅଂଶ ୩୦୦ଫୁଟ ଦୂରକୁ ଛିଟିକି ପଡିଥିଲା । ପାଖରେ ଥିବା ବିଲ୍ଡିଂ ମଧ୍ୟ ଭୁଶୁଡ଼ି ପଡ଼ିଥିଲା ।
ଏଥିସହ ପଢ଼ନ୍ତୁ: ଷ୍ଟେସନ ପଛ ପଟୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା ପୋଲିସ; ବିହାର ଲମ୍ବିଛି ଲିଙ୍କ୍
ପୋଲିସ ସୂଚନା ଅନୁସାରେ, ଫରିଦାବାଦରୁ ଜବତ ହୋଇଥିବା ରାସାୟନିକ ପଦାର୍ଥ ଓ ବିସ୍ଫୋରକକୁ ବହୁ ସତର୍କତାର ସହ ଫରେନସିକ ପରୀକ୍ଷା କରାଯାଉଥିଲା । ଫରିଦାବାଦରୁ ଜବତ ବିପୁଳ ବିସ୍ଫୋରକକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ପାଇଁ ନମୁନା ସଂଗ୍ରହ ବେଳେ ଏହି ବିସ୍ଫୋରଣ ଘଟିଥିଲା ।
ସେପଟେ ଗୁଇନ୍ଦା ସୂଚନା ପରେ କାଶ୍ମୀର ଘାଟିରେ ଜାରି ହୋଇଛି ହାଇ ଆଲର୍ଟ । ରଜୌରୀ ସେକ୍ଟରରେ ଜୋରଦାର ହୋଇଛି ଯାଞ୍ଚ । ନୌଗାମ୍ ଥାନା ପରିସରରେ ସୁରକ୍ଷା ବାହିନୀ ସ୍ନିଫର ଡଗ୍ ସ୍କ୍ଵାଡ୍ ସହ ଫରେନସିକ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଥାନାରେ ବିସ୍ଫୋରଣ ଘଟଣା ପରେ ପ୍ରଥମେ ଏହା ପଛରେ ଆତଙ୍କୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିଲା । ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଟ୍ରାଫିକ୍ ଷ୍ଟେସନରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories