Videos
|
National

Indian Sailor Missing in Strait of Hormuz / ହର୍ମୁଜ୍ ପ୍ରଣାଳୀରେ 'ତାରା ଗ୍ୟାସ' ଟ୍ୟାଙ୍କର ଉପରେ ମିସାଇଲ୍ ଆକ୍ରମଣ, ଜଣେ ଭାରତୀୟ ନାବିକ ନିଖୋଜ!

Subhramjit Ray
Browse all articles by Subhramjit Ray
·1 hour ago·2 min read
ହର୍ମୁଜ୍ ପ୍ରଣାଳୀରେ 'ତାରା ଗ୍ୟାସ' ଟ୍ୟାଙ୍କର ଉପରେ ମିସାଇଲ୍ ଆକ୍ରମଣ, ଜଣେ ଭାରତୀୟ ନାବିକ ନିଖୋଜ!
Tara Gas Tanker Missile Attack Hormuz (Photo Source: Social Media/AI)

Key Points

ହର୍ମୁଜ୍ ପ୍ରଣାଳୀରେ ପାନାମା ପତାକା ଲାଗିଥିବା LPG ଟ୍ୟାଙ୍କର 'ତାରା ଗ୍ୟାସ' ଉପରେ ପୁଣି ମିସାଇଲ୍ ଆକ୍ରମଣ ହୋଇଛି। ଏହି ଘଟଣା ପରେ ୨୪ ଜଣ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଥିବାବେଳେ ଜଣେ ଭାରତୀୟ ନାବିକ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଓ ଜାହାଜ ପରିଚାଳନା କମ୍ପାନୀ ସହ ଭାରତ ସରକାର ସମନ୍ୱୟ ରଖିଛନ୍ତି।

ନୂଆଦିଲ୍ଲୀ (17/11):  ସୋମବାର (୧୬ ନଭେମ୍ବର) ହର୍ମୁଜ୍ ପ୍ରଣାଳୀରେ ପାନାମା ପତାକା ରହିଥିବା ଏଲପିଜି ଟ୍ୟାଙ୍କର "ତାରା ଗ୍ୟାସ" ଉପରେ ପୁନର୍ବାର ଆକ୍ରମଣ। ଏହି ଆକ୍ରମଣ ପରେ ଜଣେ ଭାରତୀୟ ଚାଳକ ଦଳ ସଦସ୍ୟ ନିଖୋଜ ହୋଇ ଯାଇଥିବାର ଖବର ଆସିଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଙ୍ଗଳବାର (ନଭେମ୍ବର ୧୭) ଏ ସମ୍ପର୍କରେ ଜଣାଇଛନ୍ତି। ସୋମବାର ଏହି ଟ୍ୟାଙ୍କର ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଦେଇଥିଲେ ସୂଚନା
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଙ୍ଗଳବାର ସନ୍ଧ୍ୟାରେ ସୋସିଆଲ ମିଡି଼ଆ ପ୍ଲାଟଫର୍ମ "X" ରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସେୟାର କରି ସେ କହିଥିଲେ ଯେ ଏକ ଚିନ୍ତାଜନକ ଘଟଣାକ୍ରମରେ ପାନାମା-ପତାକା ରହିଥିବା ଏଲପିଜି ଟ୍ୟାଙ୍କର "ତାରା ଗ୍ୟାସ" ଉପରେ ପୁନର୍ବାର ଆକ୍ରମଣ କରାଯାଇଥିଲା। ଯାହା ଫଳରେ ଏହି ଜାହାଜର ସମଗ୍ର ଚାଳକ ଦଳ ସଦସ୍ୟଙ୍କୁ ଜାହାଜ ଛାଡିବାକୁ ପଡ଼ିଥିଲା। ଏହି ଆକ୍ରମଣରରେ ପ୍ରାୟ ୨୪ ଜଣ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ଆକ୍ରମଣ ପରେ ଜଣେ ଭାରତୀୟ ନାବିକ ଏବେ ମଧ୍ୟ ନିଖୋଜ ଅଛନ୍ତି।"


ଏହା ସହ ପଢନ୍ତୁ: UAE ନିକଟରେ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ, ସୁରକ୍ଷିତ ଅଛନ୍ତି ୧୯ ଭାରତୀୟ ନାବିକ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, "ଆମେ ଆମର ନିଖୋଜ ନାବିକଙ୍କୁ ଖୋଜିବା ପାଇଁ ଜାହାଜ ପରିଚାଳନା କମ୍ପାନୀ ଏବଂ ଆଞ୍ଚଳିକ ଉଦ୍ଧାରକାରୀ ଦଳ ସହିତ ତୁରନ୍ତ ସମନ୍ୱୟ ସ୍ଥାପନ କରୁଛୁ। ଉଦ୍ଧାର କରାଯାଇଥିବା ଚାଳକ ଦଳ ସଦସ୍ୟଙ୍କ ସୁରକ୍ଷା, ନିରାପତ୍ତା ଏବଂ ସେମାନଙ୍କୁ ଆବଶ୍ୟକୀୟ ଆନୁଷଙ୍ଗୀକ ସହାୟତା ପ୍ରଜାନ କରିବାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛୁ।"

ପୂର୍ବରୁ କୁହାଯାଇଥିଲା, "ସମସ୍ତ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି"
ସକାଳେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ଯେ ୨୪ ଜଣ ଭାରତୀୟ ନାଗରିକଙ୍କ ସମେତ ସମସ୍ତ ୨୫ ଜଣ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେହି ଆହତ ହୋଇନାହାଁନ୍ତି। ସେ ଆହୁରି କହିଥିଲେ, "ଆମେ ପରିସ୍ଥିତି ଉପରେ ନିରନ୍ତର ନଜର ରଖୁଛୁ। ଆମେ ଆମର ନାବିକଙ୍କ ସୁରକ୍ଷା ଏବଂ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କରୁଥିବା କମ୍ପାନୀ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: