Google CEO Sundar Pichai / ସୁନ୍ଦର ପିଚାଇଙ୍କୁ ମିଳିଲା ନୂଆ ପ୍ୟାକେଜ; ୩ ବର୍ଷରେ ମିଳିବ ମୋଟ ଦରମା
·6 months ago·3 min read

Key Points
ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଗାମୀ ୩ ବର୍ଷ ମଧ୍ୟରେ ତାଙ୍କ କମ୍ପାନୀ ପାଖରୁ ଏକ ବଡ଼ ଧରଣର ଦରମା ବୃଦ୍ଧି ପାଇବାକୁ ଯାଉଛନ୍ତି।
Sundar Pichai New Salary: ଆଗାମୀ ୩ ବର୍ଷ ପାଇଁ ଗୁଗଲ ସିଇଓ ପିଚାଇଙ୍କୁ ମିଳିବ ବେଶ ମୋଟା ଅଙ୍କର ଦରମା। କମ୍ପାନୀ ପକ୍ଷରୁ ତାଙ୍କ ଦରମାରେ ଜବରଦସ୍ତ ବୃଦ୍ଧି କରାଯାଇଛି। ଯଦି ଆପଣ ଏହାର ପରିମାଣ ଭାରତୀୟ ମୁଦ୍ରାରେ ହିସାବ କରିବେ ତାହାଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଫାଇନାନ୍ସିଆଲ୍ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସୁନ୍ଦର ପିଚାଇ ଆସନ୍ତା ୩ ବର୍ଷ ମଧ୍ୟରେ ତାଙ୍କ କମ୍ପାନୀ ପାଖରୁ ଏକ ବଡ଼ ଧରଣର ଦରମା ବୃଦ୍ଧି ପାଇବାକୁ ଯାଉଛନ୍ତି।
ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟ ଅନୁସାରେ ଆଲଫାବେଟ୍ ଦ୍ୱାରା ପରିଚାଳିତ ଗୁଗୁଲ୍ ଆଗାମୀ ୩ ବର୍ଷ ପାଇଁ ଏହାର ସିଇଓ ସୁନ୍ଦର ପିଚାଇଙ୍କ ମୋଟ ସମ୍ଭାବ୍ୟ କ୍ଷତିପୂରଣ ରାଶିକୁ ୬୯୨ ମିଲିୟନ ଡଲାର କରିଦେଇଛି। ଭାରତୀୟ ମୁଦ୍ରାରେ ଯାହାର ପରିମାଣ ହେଉଛି ପ୍ରାୟ ୬୩୦୦ କୋଟି ଟଙ୍କା।
ଦରମା ପରିମାଣ ବଢିବା ପରେ ସୁନ୍ଦର ପିଚାଇ ବିଶ୍ୱର ସବୁଠାରୁ ଅଧିକ ବେତନ ପାଉଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଲିକାରେ ସାମିଲ ହୋଇଛନ୍ତି। ରିପୋର୍ଟ ଅନୁସାରେ ଦରମାର ଏକ ବଡ଼ ଅଂଶ ୧୨୬ ମିଲିୟନ ଡଲାର ମୂଲ୍ୟର ପିଏସୟୁ (PSU) ଅର୍ଥାତ୍ ପରଫୋର୍ମାନ୍ସ ଷ୍ଟକ୍ ୟୁନିଟ୍ (Performance Stock Unit) ରୁ ଆସିଥାଏ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୧୧, ୫୮, ୪୪, ୯୬,୭୦୦.୦୦ ଚଙ୍କା।
ଏହି ଷ୍ଟକ୍ ଆଲ୍ଫାବେଟ୍ ସେୟାର ଧାରକଙ୍କୁ ମିଳୁଥିବା ରିଟର୍ଣ୍ଣ (Alphabet Stockholders Returns),ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ ୧୦୦ ଇଣ୍ଡେକ୍ସ (Standard & Poors 100 Index) ଉପରେ ନିର୍ଭରଶୀଳ। ଯଦି ସୁନ୍ଦର ପିଚାଇ ତାଙ୍କୁ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟ ହାସଲ କରନ୍ତି ତାହେଲ ଏହାର ମୋଟ ପରିମାଣ ୨୫୨ ମିଲିୟନ୍ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ହେଉଛି ୨୩, ୧୬, ୭୨, ୪୨, ୦୦୦.୦୦। ଯଦି କମ୍ପାନୀ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ ହୋଇ ପାରେ ନାହିଁ ତାହେଲେ ଏହାର ପରିମାଣ ଶୂନ ମଧ୍ୟ ହୋଇପାରେ। ହେଲେ କମ୍ପାନୀ ଦ୍ୱାରା ବୃଦ୍ଧି ହୋଇଥିବା ଦରମା ପାଇବାକୁ ହେଲେ ତାଙ୍କୁ ତାଙ୍କର ଲକ୍ଷ୍ୟ ହାସଲ କରିବାକୁ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁନ୍ଦର ପିଚାଇଙ୍କୁ ଫିକ୍ସଡ୍ ଷ୍ଟକ୍ (Fixed Stocks) ଏବଂ ଦରମାରେ ୮୪ ମିଲିୟନ୍ ଡଲାର ମୂଲ୍ୟର ରେଷ୍ଟିକ୍ଚେଡ୍ ଷ୍ଟକ୍ସ (Restricted Stocks) ମଧ୍ୟ ସାମିଲ ରହିଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୭,୭୨,୨୪,୧୪,୦୦୦.୦୦। ଅନ୍ୟପଟେ ତାଙ୍କର ବାର୍ଷିକ ବେତନ ୨ ମିଲିୟନ୍ ଡଲାର ହେବ। ଭାରତୀୟ ମୁଦ୍ରାରେ ଯାହାର ପରିମାଣ ହେଉଛି ୧୮,୩୮,୬୭,୦୦୦.୦୦।
ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam
ଏହା ସହିତ ଗୁଗୁଲ ପ୍ରଥମ ଥର ପାଇଁ ଏହାର ସିଇଓ ପିଚାଇଙ୍କ ଲାଗି ୩୫୦ ମିଲିୟନ୍ ଡଲାର ମୂଲ୍ୟର ନୂଆ ଷ୍ଟକ୍ ଇନସେନଟିଭ୍ (Stock Incentive) ଘୋଷଣା କରିସାରିଛି। ତାଙ୍କୁ ୧୩୦ ମିଲିୟନ୍ ଡଲାର ୱେମୋ ଷ୍ଟକ୍ (Waymo Stocks) ମଧ୍ୟ ମିଳିବ। ଏହା ସହିତ ତାଙ୍କୁ ୪୫ ମିଲିୟନ ଡଲାର ୱିଙ୍ଗ୍ ଷ୍ଟକ୍ସ (Wing Stock) ମଧ୍ୟ ମିଳିବ।
ସୁନ୍ଦର ପିଚାଇଙ୍କ ନେତୃତ୍ୱରେ ଗୁଗଲ ସଫଳତାର ସିଡ଼ି ଚଢିବାରେ ଲାଗିଛି। ତାଙ୍କୁ ଗତ ୨୦୧୫ ବର୍ଷରେ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା। ସେବେଠାରୁ ଗୁଗଲ ଏହାର ବଜାର ପୁଞ୍ଜି ପରିମାଣକୁ ୭ ଗୁଣ ବଢାଇଛି। ଯାହା ପରିମାଣ ୫୩୫ ବିଲିୟନ୍ ଡଲାରରୁ ବୃଦ୍ଧି ପାଇ ୩.୬ ଟ୍ରିଲିୟନ୍ ହୋଇଯାଇଛି। ତାଙ୍କୁ ଏବେ ୫୩ ବର୍ଷ ଏବଂ ଯିଏ ଭାରତରେ ଜନ୍ମ ହୋଇଥିଲେ। ପିଚାଇ ଗତ ୨୦୦୪ ମସିହାରେ ଗୁଗୁଲ ସହ ଯୋଡ଼ି ହୋଇଥିଲେ। ଗୁଗଲ କ୍ରୋମ୍ (Google Chrome) ଏବଂ "ଆଣ୍ଡ୍ରଏଡ୍ ଓଏସ୍" (Android Operating System) ବିକଶିତ କରିବାରେ ସୁନ୍ଦର ପିଚାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ତାଙ୍କ ନେତୃତ୍ୱରେ ଗୁଗୁଲ୍ କୃତ୍ରିମ ବୁଦ୍ଧିମତା (Google Gemini AI) କ୍ଷେତ୍ରରେ ଆଗକୁ ବଢ଼ୁଛି।

Related Topics
Explore more stories