Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - AI କରିବ କୋର୍ଟ କାମ; ଆସିଲା ସୁପ୍ରିମକୋର୍ଟଙ୍କ ଚକିତ କଲା ପରି ନିଷ୍ପତ୍ତି

National

AI in Courts / AI କରିବ କୋର୍ଟ କାମ; ଆସିଲା ସୁପ୍ରିମକୋର୍ଟଙ୍କ ଚକିତ କଲା ପରି ନିଷ୍ପତ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
AI କରିବ କୋର୍ଟ କାମ; ଆସିଲା ସୁପ୍ରିମକୋର୍ଟଙ୍କ ଚକିତ କଲା ପରି ନିଷ୍ପତ୍ତି
AI in Courts

Key Points

ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି
ଏଣିକି କୋର୍ଟ କାମ କରିବ ଏଆଇ
କେଉଁ କେଉଁ କାମ ଏଆଇ କରିବ ଜାଣନ୍ତୁ..
ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମିଟି ଦ୍ଵାରା 'ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁଜେସ୍ ଅଫ କୋର୍ଟ ୨୦୨୬' ନାମ ଏକ ଚିଠା ଜାରି କରାଯାଇଛି । ଯେଉଁଥିରେ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ ହେବ AIର ବ୍ୟବହାର ନେଇ ଉଲ୍ଲେଖ ରହିଛି । ଏହି ଚିଠା ଉପରେ ଆସନ୍ତୁ ଜୁନ ୨୦ ତାରିଖ ସୁଦ୍ଧା ଦେଶର ସମସ୍ତ ଓକିଲ, ସାଧାରଣ ଜନତା, ନ୍ୟାୟିକ ଅଧିକାରୀ ଓ ଆଇନ ବିଶେଷଜ୍ଞମାନେ ମତାମତ ରଖିବାକୁ କୁହାଯାଇଛି । ଫଳରେ ବିବାଦକୁ ଏଡ଼ାଇ ଏହାକୁ ଲାଗୁ କରାଯାଇପାରିବ ।

ଚିଠାରେ କୁହାଯାଇଛି ଯେ, ଦେଶର ସମସ୍ତ କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ଲାଗି କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ମାମଲା ପରିଚାଳନା, କଜ ଲିଷ୍ଟ ପ୍ରସ୍ତୁତ କରିବା, ଶୁଣାଣିର ତାରିଖ ଧାର୍ଯ୍ୟ କରିବା ଏବଂ ମାମଲାଗୁଡ଼ିକର ପ୍ରାଥମିକତା ସ୍ଥିର କରିବାରେ ସହାୟତା ମିଳିବ । କୋର୍ଟଙ୍କ କାମ ଯେପରିକି ଟ୍ରାନ୍ସକ୍ରିପସନ (ରେକର୍ଡ ଭିଡିଓ କିମ୍ବା ଅଡିଓକୁ ସ୍କ୍ରିପ୍ଟରେ ପରିଣତ କରିବା), ନିଷ୍ପତ୍ତି ଓ ମାମଲାଗୁଡ଼ିକର ଅନୁବାଦ, ଆଇନ ଗବେଷଣା, ଯାଞ୍ଚ ପ୍ରକ୍ରିୟା ଓ ପ୍ରଶାସନିକ କାର୍ଯ୍ୟଗୁଡ଼ିକରେ ଏଆଇର ସାହାଯ୍ୟ ନିଆଯାଇପାରିବ ।

  • ଭବିଷ୍ୟବାଣୀ କରିପାରିବନି AI
ସୁପ୍ରିମକୋର୍ଟ ଏହି ଚିଠାରେ ସ୍ପଷ୍ଟ କରିଛନ୍ତି ଯେ ଏଆଇ କୌଣସି ମାମଲାର ଫଳାଫଳର ଭବିଷ୍ୟବାଣୀ କରିପାରିବ ନାହିଁ କିମ୍ବା ବିଚାରପତିଙ୍କ ଭୂମିକା ଗ୍ରହଣ କରିବ । ସମସ୍ତ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ବିଚାରପତିଙ୍କ ନିକଟରେ ରହିବ । କେବଳ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ କରିବା ଲାଗି ଏଆଇର ବ୍ୟବହାର କରାଯିବ ।

  • କୋର୍ଟରେ କଣ କରିବ ଏଆଇ ?
ଚିଠାରେ କୁହାଯାଇଛି ଯେ କୋର୍ଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ସହାୟକ ଭାବରେ କାମ କରିବ । ଏଆଇ ଦ୍ଵାରା ଲେଖାଯାଇଥିବା କୌଣସି କଣ୍ଟେଣ୍ଟ, ପରାମର୍ଶ, ଅନୁବାଦ ଓ ଟ୍ରାନ୍ସକ୍ରିପସନର ଭେରିଫିକେସନ କରାଯିବା ପରେ ହିଁ ଏହାର ବ୍ୟବହାର କରାଯିବ, ଯାହାଦ୍ଵାରା କୌଣସି ଭୁଲକୁ ଏଡ଼ାଯାଇପାରିବ ।

ପଢନ୍ତୁ ଏହି ଖବର: ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ

  • ଏହି କାମ କରିବନି AI
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଆଇର ବ୍ୟବହାରରେ କିଛି ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି । ଯେପରିକି ଜାମିନ ମିଳିବାର ସମ୍ଭାବନା, ଅଭିଯୁକ୍ତର ଭବିଷ୍ୟତ ବ୍ୟବହାର କିମ୍ବା ପୁଣି ଥରେ ଅପରାଧ କରିବାର ଆଶଙ୍କା, ସାକ୍ଷୀର ବିଶ୍ଵସନୀୟତା କିମ୍ବା କୌଣସି ମକଦ୍ଦମାର ସମ୍ଭାବ୍ୟ ପରିଣାମର ଆକଳନ AI ଦ୍ୱାରା କରାଯାଇପାରିବ ନାହିଁ । କୋର୍ଟ କାମରେ ଏଆଇର ବ୍ୟବହାର କରିବା ପୂର୍ବରୁ ଏକ ପ୍ରକାର ପରୀକ୍ଷା କରାଯିବ । ଅର୍ଥାତ ଏହାର ନିୟନ୍ତ୍ରଣ ଓ ସୁରକ୍ଷିତ ପରିବେଶରେ ଏହାର ବ୍ୟବହାର କରାଯାଇ ହେବ କି ନାହିଁ ତା' ଉପରେ ଯାଞ୍ଚ କରାଯିବ । ଏଆଇର ବ୍ୟବହାର ଉପରେ ମଧ୍ୟ ଏକ ସ୍ଵତନ୍ତ୍ର କମିଟି ନଜର ରଖିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court Unveils Draft Guidelines for AI Use in Judiciary | Argus News