Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ

National

Supreme Court Order / ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ

Debashree Debasmita Sahoo
Browse all articles by Debashree Debasmita Sahoo
·8 hours ago·2 min read
ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ୩ମାସ ଭିତରେ ଶୁଣାଅ ସଂରକ୍ଷିତ ରାୟ
Supreme Court

Key Points

ଏଣିକି ୩ ମାସ ଭିତରେ ମିଳିବ ନ୍ୟାୟ
ଆଉ ଚଳିବନି ତାରିଖ୍ ପେ ତାରିଖ୍
ହାଇକୋର୍ଟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ଦୀର୍ଘ ସମୟ ଧରି ଅଦାଲତରେ ପଡ଼ିଥିବା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦେଶର ସମସ୍ତ ହାଇକୋର୍ଟଗୁଡ଼ିକୁ ଏନେଇ ସୁପ୍ରିମକୋର୍ଟ ଏକ ବାଧ୍ୟତାମୂଳକ ନୋଟିସ ଜାରି କରିଛନ୍ତି । କୋର୍ଟରେ ପଡ଼ିଥିବା ସଂରକ୍ଷିତ ରାୟ, ଜାମିନ ଆଦେଶ ଓ ଏହାର କାରଣକୁ ସାର୍ବଜନୀନ କରିବାକୁ ଏକ ସ୍ପଷ୍ଟ ସମୟସୀମା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ କୌଣସି ମାମଲାର ରାୟ ସଂରକ୍ଷିତ ରହିବା ପରେ ଏହାକୁ ଅତିକମରେ ୩ମାସ ଭିତରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଜାମିନ ସହିତ ଜଡ଼ିତ ମାମଲାର ଆଦେଶକୁ ଏହାର ପରଦିନ ଜାରି କରିବା ଉଚିତ, ଯାହାକି ସେହି ଦିନ ଜେଲ୍ ପ୍ରଶାସନଙ୍କ ନିକଟରେ ମଧ୍ୟ ପହଞ୍ଚିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ କୋର୍ଟରେ ଦୀର୍ଘ ଦିନ ଧରି ସଂରକ୍ଷିତ ରାୟଗୁଡ଼ିକ ପଡ଼ି ରହୁଥିବାରୁ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହେଉଥିଲା । ମାମଲା ସହ ଜଡ଼ିତ ଦୁଇ ପକ୍ଷ ମଧ୍ୟ ମାନସିକ ଚିନ୍ତାରେ ରହୁଥିଲେ । ତେବେ ଶୁଣାଣି ପ୍ରକ୍ରିୟାକୁ ଆହୁରି ଶୀଘ୍ର କରି ଚୂଡ଼ାନ୍ତ ରାୟ ପ୍ରଦାନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ଵାରୋପ କରିଛନ୍ତି ।

  • 'ଜାମିନ ପାଇବା ଦିନ କଏଦୀଙ୍କୁ ମୁକ୍ତ କର'
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଅଣ୍ଡରଟ୍ରାଏଲ କଏଦୀଙ୍କୁ ଜାମିନ ମିଳିସାରିଛି, ସେମାନଙ୍କୁ ଜାମିନ ମିଳିବା ଦିନ କିମ୍ବା ଅତିକମରେ ଏହାର ପରଦିନ ଜେଲରୁ ମୁକ୍ତ କରିବା ଉଚିତ । ନୂଆ ନିର୍ଦ୍ଦେଶନାମା ଅନୁସାରେ, କୋର୍ଟ କୌଣସି ମାମଲାର ଶୁଣାଣି କରିବା ସମୟରେ, ଏହାର ପ୍ରଥମ ଆଦେଶକୁ କୋର୍ଟରେ ଶୁଣାଇବେ ଓ ଏହାର ବିସ୍ତୃତ କାରଣ ଆସନ୍ତା ୭ ଦିନ ମଧ୍ୟରେ ୱେବସାଇଟରେ ଅପଲୋଡ୍ କରିବେ । ଏହାସହିତ ଯେଉଁ ରାୟ ସଂରକ୍ଷିତ ହୋଇ ରଖାଗଲା, ଠିକ୍ ସେହିଦିନ ସମ୍ପୃକ୍ତ ହାଇକୋର୍ଟର ୱେବସାଇଟରେ ମଧ୍ୟ ପ୍ରଦର୍ଶିତ ହେବା ଉଚିତ ।

ପଢନ୍ତୁ ଏହି ଖବର: ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ, ଢାବା, ଦୋକାନ ବା ଅନ୍ୟାନ୍ୟ ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ

  • ନିର୍ଦ୍ଦେଶ ନ ମାନିଲେ ଆକ୍ସନ
ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଏହି ନିର୍ଦ୍ଧାରିତ ସମୟ ସୀମାକୁ ପାଳନ କରାଯାଉନାହିଁ, ତେବେ ଉକ୍ତ ମାମଲାକୁ ଅନ୍ୟ କୌଣସି ଖଣ୍ଡପୀଠଙ୍କୁ ହସ୍ତାନ୍ତର କରାଯିବ । ଏହାସହିତ ଯଦି ନିଷ୍ପତ୍ତିର କାରଣ ୩୦ ଦିନ ମଧ୍ୟରେ ଅପଲୋଡ୍ ହେଉନାହିଁ, ତେବେ ମାମଲାକୁ ଫେରାଇ ନେଇ ଅନ୍ୟ ନୂଆ ପୀଠକୁ ପଠାଯିବ । ସର୍ବୋଚ୍ଚ ଅଦାଲତ ସମସ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ନୂଆ ନିୟମଗୁଡ଼ିକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ପହଞ୍ଚାଇବା ସୁନିଶ୍ଚିତ କରନ୍ତୁ, ଯାହାଦ୍ଵାରା ଏହାକୁ ଯଥାଶୀଘ୍ର ସଠିକ୍ ଭାବେ ପାଳନ କରାଯାଇପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court Issues Mandatory Guidelines to High Courts on Pending Cases Management | Argus News