Aravalli Hills / ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ବିବାଦ; 'ଆରାବଳି'କୁ ନେଇ କେନ୍ଦ୍ର ମନ୍ତ୍ରୀ କହିଦେଲେ ବଡ଼ କଥା
·6 months ago·2 min read

Key Points
ଲୋପ ପାଇଯିବ କି 'ଆରାବଳି' ପର୍ବତମାଳା ? ଉତ୍ତର ଭାରତ ଉପରୁ ହଟିଯିବ ସୁରକ୍ଷା କବଚ । ନିକଟରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମାରେ କହିଛନ୍ତି, ୧୦୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ପାହାଡ଼କୁ ଜଙ୍ଗଲ ବିବେଚନା କରାଯିବ ନାହିଁ ।
ନୂଆଦିଲ୍ଲୀ: ବିତର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଲୋପ ପାଇଯିବ କି 'ଆରାବଳି' ପର୍ବତମାଳା ? ଉତ୍ତର ଭାରତ ଉପରୁ ହଟିଯିବ ସୁରକ୍ଷା କବଚ । ନିକଟରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମାରେ କହିଛନ୍ତି, ୧୦୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ପାହାଡ଼କୁ ଜଙ୍ଗଲ ବିବେଚନା କରାଯିବ ନାହିଁ ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପରିବେଶବିତ୍ଙ୍କ ମଧ୍ୟରେ ଆତଙ୍କ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉତ୍ତର ଭାରତର ସୁରକ୍ଷା କବଚ 'ଆରାବଳି' ପାହାଡ଼କୁ ଦୁର୍ବଳ କରି ଦେଇପାରେ । ଯାହାକୁ ନେଇ ବିତର୍କ ତେଜୁଥିବା ବେଳେ ସମସ୍ତେ ଆପତ୍ତି କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ମହଙ୍ଗା ହେଲା ରେଳ ଯାତ୍ରା; ଭଡ଼ା ବଢ଼ାଇଲା ରେଲୱେ, ଜାଣନ୍ତୁ କେବେଠୁ ହେବ ଲାଗୁ ?
ଲୋକଙ୍କ ମଧ୍ୟରେ ବିରୋଧ ବଢ଼ୁଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ରବିବାର ପୂର୍ବ ରିପୋର୍ଟ ଗୁଡ଼ିକୁ କେନ୍ଦ୍ର ସରକାର ଖାରଜ କରି ନୂଆ ଦାବି ରଖିଛନ୍ତି । ଭୂପେନ୍ଦ୍ର ସ୍ପଷ୍ଟ କରିଛନ୍ତି, "ସମଗ୍ର ଆରାବଳି ପର୍ବତମାଳା ଅଞ୍ଚଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ପୂର୍ବରୁ ଖନନ ଉପରେ ପ୍ରତିବନ୍ଧକ ଲାଗିଛି । ଏବେ କୋର୍ଟ ଦେଇଥିବା ନିର୍ଦ୍ଦେଶ ଆରାବଳି ପର୍ବତମାଳାର ଢାଞ୍ଚାକୁ ଆହୁରି ମଜଭୁତ ସଂରକ୍ଷଣ ପ୍ରଦାନ କରିବ ।"
କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, "ଆରାବଳି କ୍ଷେତ୍ରର ୯୦ ପ୍ରତିଶତରୁ ଅଧିକ ଅଂଶ ସଂରକ୍ଷିତ ଅଞ୍ଚଳ ଭିତରେ ଆସୁଛି । ତେବେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସମସ୍ତ ରାଜ୍ୟର ନିଷ୍ପତ୍ତି ରହିଛି ।"
ପରିବେଶ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ମେ ୨୦୨୪ରେ ଆରାବଳି ସହ ଜଡ଼ିତ ମାମଲାକୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଯେଉଁ କମିଟି ଏକ ସମାନ ପରିଭାଷା ଦେବ, ଯାହାଦ୍ଵାରା ଖନନ ସମୟରେ ଭିନ୍ନ ଭିନ୍ନ ରାଜ୍ୟ ଆପଣାଉଥିବା ଭିନ୍ନ ମାନଦଣ୍ଡ ଗୋଟିଏ ହୋଇ ପାରିବ ।
ଏଥିସହ ପଢ଼ନ୍ତୁ: ସବୁ ବିଗାଡ଼ି ଦେଇଥିଲା ଶ୍ରେୟାଙ୍କ ଅଭିଯୋଗ; ହ୍ୟୁମାନଙ୍କ ଜୀବନରେ କ'ଣ ଥିଲା ଅର୍ପିତାଙ୍କ ରୋଲ୍ ?
ଉକ୍ତ କମିଟି ପରିବେଶ ମନ୍ତ୍ରଣାଳଯର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା । ଯେଉଁଥିରେ ରାଜସ୍ଥାନ, ହରିୟାଣା, ଗୁଜରାଟ ଓ ଦିଲ୍ଲୀର ପ୍ରତିନିଧିଙ୍କ ସହ ବୈଷୟିକ ସଂସ୍ଥାର ସଦସ୍ୟ ସାମିଲ୍ ହୋଇଥିଲେ ।
'ଆରାବଳି' ପର୍ବତମାଳା ଭାରତର ୪ ରାଜ୍ୟ- ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ଗୁଜାରଟ ପର୍ଯ୍ୟନ୍ତ ବ୍ୟାପିଛି । 'ଆରାବଳି' କ୍ଷେତ୍ର ୩୯ ଜିଲ୍ଲାରେ ପରିବ୍ୟାପ୍ତ । ୧୯୮୫ରୁ 'ଆରାବଳି'କୁ ନେଇ ଅନେକ ଆବେଦନ କୋର୍ଟରେ ଚାଲିଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଞ୍ଚଳରେ ଖନନକୁ ରୋକିବା ଏବଂ ସ୍ପଷ୍ଟ ନିୟମ ଲାଗୁ କରିବା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories