Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମେ ଗାଡ଼ି ନା ପଦଚାରୀ ? ରାସ୍ତାର ଫୁଟ୍‌ପାଥରେ ଚାଲିବା ନେଇ କ'ଣ କହିଲେ ସୁପ୍ରିମ୍‌କୋର୍ଟ ?

National

Footpaths / ପ୍ରଥମେ ଗାଡ଼ି ନା ପଦଚାରୀ ? ରାସ୍ତାର ଫୁଟ୍‌ପାଥରେ ଚାଲିବା ନେଇ କ'ଣ କହିଲେ ସୁପ୍ରିମ୍‌କୋର୍ଟ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପ୍ରଥମେ ଗାଡ଼ି ନା ପଦଚାରୀ ? ରାସ୍ତାର ଫୁଟ୍‌ପାଥରେ ଚାଲିବା ନେଇ କ'ଣ କହିଲେ ସୁପ୍ରିମ୍‌କୋର୍ଟ ?
Footpaths and Pedestrian Rights

Key Points

ପଦଚାରୀଙ୍କ ଏହି ପଥକୁ କେବେ ପାର୍କିଂ ନାଁରେ ଅବରୋଧ କରାଯାଏ ତ ଆଉେ କେବେ ଦୋକାନୀ ମାଡ଼ି ବସିଥାନ୍ତି । ଆଉ କେବେ କେବେ ଫୁଟ୍‌ପାଥରେ ଅନବରତ ଗଡ଼ୁଥାଏ ଗାଡ଼ି ।
ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ରାସ୍ତା, ସହରର ଭିଡ଼ ଭିତରେ ରହିଛି ଫୁଟ୍‌ପାଥ ଅର୍ଥାତ୍ ପାଦ ଚଲା ରାସ୍ତା । କିନ୍ତୁ ଏହାକୁ ଅନେକ ସମୟରେ ଅବରୋଧ କରି ରଖା ଯାଇଥାଏ । ପଦଚାରୀଙ୍କ ଏହି ପଥକୁ କେବେ ପାର୍କିଂ ନାଁରେ ଅବରୋଧ କରାଯାଏ ତ ଆଉେ କେବେ ଦୋକାନୀ ମାଡ଼ି ବସିଥାନ୍ତି । ଆଉ କେବେ କେବେ ଫୁଟ୍‌ପାଥରେ ଅନବରତ ଗଡ଼ୁଥାଏ ଗାଡ଼ି ।

ଏବେ ଏହି ଫୁଟ୍‌ପାଥକୁ ନେଇ ସୁପ୍ରିମକୋର୍ଟ ଶୁଣାଇଛନ୍ତି ରାୟ । ଯେଉଁଥିରେ ସର୍ବୋଚ୍ଚ କୋର୍ଟ କହିଛନ୍ତି, ନିର୍ଦ୍ଧାରଣ କରାଯାଇଥିବା ଫୁଟ୍‌ପାଥ ହେଉଛି ନାଗରିକଙ୍କୁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାର ।

ଏଥିସହ ପଢ଼ନ୍ତୁ: ସରିଲା ଯୁଦ୍ଧ...ଶସ୍ତା ହେବ କି ପେଟ୍ରୋଲ-ଡିଜେଲ୍ ? ସରକାର ଦେଲେ ସ୍ପଷ୍ଟୀକରଣ 

ସୁପ୍ରିମକୋର୍ଟ କହିଛନ୍ତି, ଫୁଟପାଥରେ ସୁରକ୍ଷିତ ଭାବେ ଚାଲିବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର । ସମ୍ୱିଧାନର ଧାରା ୧୯ (୧) (a) (b) (c) ଏବଂ ଧାରା ୨୧ ବଞ୍ଚିବା ଓ ବ୍ୟକ୍ତିଗତ ସ୍ଵତନ୍ତ୍ରତାକୁ ସୁରକ୍ଷା ଦିଏ ।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଅବରୋଧମୁକ୍ତ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ଦୃଷ୍ଟିରୁ ଫୁଟ୍‌ପାଥ ନିର୍ମାଣ ସରକାରଙ୍କ ଦାୟିତ୍ୱ । ଯଦି ଠିକ୍ ଫୁଟ୍‌ପାଥ ନଥାଏ, ଲୋକମାନେ ରାସ୍ତାରେ ଚାଲିବାକୁ ବାଧ୍ୟ ହେବେ ଏବଂ ଦୁର୍ଘଟଣା ବଢ଼ିପାରେ ।

ପଥଚାରୀଙ୍କ ସୁରକ୍ଷା ପାଇଁ ସ୍ପଷ୍ଟ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଫୁଟପାଥ ଉପରୁ ଅବରୋଧ ହଟାଇବା, ଦିବ୍ୟାଙ୍ଗଙ୍କ ପାଇଁ ସୁବିଧାଜନକ ବ୍ୟବସ୍ଥା କରିବା ଓ ସୁରକ୍ଷିତ ଫୁଟ୍‌ପାଥ ନିଶ୍ଚିତ କରିବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି ।

ମାମଲା କ'ଣ ?

ଗାଡ଼ି ଦୁର୍ଘଟଣାରେ ଜଣେ ୫ ବର୍ଷୀୟ ବାଳକର ମୃତ୍ୟୁ ଓ କ୍ଷତିପୂରଣ ମାମଲାରେ ଏହି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୂଚନା ଅନୁସାରେ, ୫ ବର୍ଷର ପୁଅକୁ ସ୍କୁଲ୍‌ରୁ ଆଣିବା ପାଇଁ ତାଙ୍କ ବାପା ଯାଇଥିଲେ । ସେହି ସମୟରେ ଅକ ଟ୍ୟାଙ୍କର ଟ୍ରକ୍ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥରେ ବାଳକ ଆଖି ବୁଜିଥିଲେ । ଯେତେବେଳେ କି ସେଠାରେ ପଥଚାରୀ ରାସ୍ତା ଅତିକ୍ରମ ପାଇଁ କୌଣସି ବ୍ୟବସ୍ଥା ନଥିଲା ।

ଏଥିସହ ପଢ଼ନ୍ତୁ: ୨୦୨୪ରେ ସଡ଼କ ଦୁର୍ଘଟଣାରେ ୧.୭୭ ଲକ୍ଷ ମୃତ୍ୟୁ, ପ୍ରତି ଘଣ୍ଟାରେ ଯାଉଛି ୨୦ ଜୀବନ 

ମାମଲାରେ କୋର୍ଟ ମୃତ ନାବାଳକଙ୍କ ବାପାଙ୍କୁ ୧୧ ଲକ୍ଷ ୪୪ ହଜାର ୬୨୮ ଟଙ୍କା କ୍ଷତିପୂରଣ ୨ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored