Supreme Court On Reservation / ବାପା ମାଆ IAS ଅଧିକାରୀ ହୋଇଥିଲେ ସେମାନଙ୍କ ସନ୍ତାନଙ୍କୁ କାହିଁକି ମିଳିବ ସଂରକ୍ଷଣ ?: ସୁପ୍ରିମକୋର୍ଟ
·1 hour ago·3 min read

Key Points
ଯଦି ବାପା-ମା’ ଉଚ୍ଚ ସରକାରୀ ପଦରେ ଅଛନ୍ତି, ଯଦି ବାପା-ମାଆ IAS, IPS ହୋଇଛନ୍ତି... ସେମାନଙ୍କ ଛୁଆ ମଧ୍ୟ ସେଇ ସଂରକ୍ଷଣର ଲାଭ ପାଇବା କେତେ ଦୂର ଠିକ୍ ?
ନୂଆଦିଲ୍ଲୀ: ସଂରକ୍ଷଣ... ଆଜିର Zen Z ମାନଙ୍କ ମଧ୍ୟରେ ଏହି ଶବ୍ଦକୁ ନେଇ ଅନେକ ତର୍କ ବିତର୍କ ଦେଖିବାକୁ ମିଳେ । ତଥାପି ସାଧାରଣ ଭାବରେ ମନରେ ଏହି ପ୍ରଶ୍ନଟି ଉଙ୍କିମାରେ, ସଂରକ୍ଷଣର ଲାଭ... ଏକ ଅଧିକାର ନା ଅଭ୍ୟାସ ? କେତେ ପିଢ଼ି ଯାଏ ଏହି ସଂରକ୍ଷଣର ବ୍ୟବସ୍ଥା ରହିବା ଜରୁରୀ ?
ଯଦି ବାପା-ମା’ ଉଚ୍ଚ ସରକାରୀ ପଦରେ ଅଛନ୍ତି, ଯଦି ବାପା-ମାଆ IAS, IPS ହୋଇଛନ୍ତି... ସେମାନଙ୍କ ଛୁଆ ମଧ୍ୟ ସେଇ ସଂରକ୍ଷଣର ଲାଭ ପାଇବା କେତେ ଦୂର ଠିକ୍ ? ଏହା ଚା' ଦୋକାନର ଚର୍ଚ୍ଚା କି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିନାହିଁ । ଏବେ ଏହି ବିଷୟ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଉଠିଛି ।
ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବୋହୂକୁ ଭରଣପୋଷଣ ଦେବେ ଶ୍ୱଶୁର
କ୍ରିମି ଲେୟର କ'ଣ ?
ଓବିସି ସଂରକ୍ଷଣରେ “କ୍ରିମି ଲେୟର” ନେଇ ଏବେ ଠିକ୍ ଏହି ପ୍ରଶ୍ନକୁ ଆଗକୁ ଆଣିଛନ୍ତି ସୁପ୍ରିମକୋର୍ଟ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ କ୍ରିମି ଲେୟର ମାନେ କଣ ? କ୍ରିମି ଲେୟର ହେଉଛି ଏକ ବ୍ୟବସ୍ଥା, ଯାହାଦ୍ୱାରା ସାମାଜିକ ଏବଂ ଆର୍ଥିକ ଭାବେ ସ୍ଵଚ୍ଛଳ ବର୍ଗର ଲୋକଙ୍କୁ ଚିହ୍ନଟ କରିହୁଏ ।
ଏହି ବର୍ଗର ବ୍ୟକ୍ତିବିଶେଷ ସରକାରୀ ଚାକିରି କିମ୍ବା ଶିକ୍ଷାକ୍ଷେତ୍ରରେ ମିଳୁଥିବା OBC ସଂରକ୍ଷଣ ସୁବିଧା ପାଇବା ପାଇଁ ଯୋଗ୍ୟ ହୁଅନ୍ତି ନାହିଁ । ବାର୍ଷିକ ୮ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଆୟ କରୁଥିବା ପରିବାର ଏହି ବର୍ଗରେ ଆସନ୍ତି ।
କେମିତି ହୁଏ ହିସାବ ?
ମାନେ ଯେଉଁ ପରିବାରରେ ବାପା ମାଆଙ୍କ ଦରମା ଏବଂ ଅନ୍ୟାନ୍ୟ ସ୍ରୋତରୁ ଆୟକୁ ମିଶାଇ ଏହି ହିସାବ କରାଯାଏ । ସାମ୍ବିଧାନିକ ପଦବୀ, Class-1 ବା Group-A, ବଡ଼ ବ୍ୟବସାୟୀ କିମ୍ବା ଡାକ୍ତର ଓ ଇଞ୍ଜିନିୟର ଭଳି ପେସାରେ ଥିବା ପରିବାର ସାଧାରଣତଃ କ୍ରିମି ଲେୟରରେ ଆସିଥାନ୍ତି ।
ତେବେ ଏହି ବିଷୟଟି ଗୁରୁତ୍ଵପୂର୍ଣ୍ଣ, କାରଣ ଏହା କେବଳ ଆଇନଗତ ଆଲୋଚନା ନୁହେଁ । ଏହା ସମାଜିକ ନ୍ୟାୟ ସହିତ ଯୋଡ଼ି ହୋଇଥିବା ଏକ ପ୍ରଶ୍ନ । ସୁପ୍ରିମ କୋର୍ଟ ଓବିସି କ୍ରିମି ଲେୟର ଓ ଆରକ୍ଷଣ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ସମୟରେ ଯେଉଁ ମୁଖ୍ୟ ଟିପ୍ପଣୀ ଆସିଛି, ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।
ମାମଲାର ଶୁଣାଣି ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଉଜ୍ଜଳ ଭୁୟାଁଙ୍କ ବେଞ୍ଚ କରିଥିଲେ । ଜଷ୍ଟିସ ବି.ଭି. ନାଗରତ୍ନା ପ୍ରଶ୍ନ କରିଥିଲେ, ଯଦି ବାପା ମାଆ ଆଇଏଏସ ଅଧିକାରୀ, ତେବେ ସେମାନଙ୍କ ସନ୍ତାନଙ୍କୁ ସଂରକ୍ଷଣ କାହିଁକି ମିଳିବା ଉଚିତ୍ ?
ଅଭିଭାବବକଙ୍କ ପରେ ଛୁଆଙ୍କୁ ସଂରକ୍ଷଣ
ଜଷ୍ଟିସ ବି.ଭି. ନାଗରତ୍ନା କହିଛନ୍ତି, "ବ୍ୟବସ୍ଥାରେ କିଛି ସନ୍ତୁଳନ ରହିବା ଉଚିତ । ଲୋକମାନେ ସାମାଜିକ ଓ ଶିକ୍ଷାଗତ ଭାବରେ ପଛୁଆ ହୋଇପାରନ୍ତି, କିନ୍ତୁ ଯେତେବେଳେ ବାପା ମାଆ ସଂରକ୍ଷଣ ଲାଭ ଉଠାଇ ଗୋଟିଏ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପାଇଯାଆନ୍ତି, ସେମାନେ ଦୁହେଁ ଆଇଏଏସ୍ ଅଧିକାରୀ, ଦୁହେଁ ସରକାରୀ ସେବାରେ ଅଛନ୍ତି । ସେମାନେ ଖୁବ ଭଲ ସ୍ଥିତିରେ ଅଛନ୍ତି । ଏହି ପରିସ୍ଥିତିରେ ସେମାନେ ନିଜ ଛୁଆମାନଙ୍କ ପାଇଁ ସଂରକ୍ଷଣ ଦାବି କରିବା ମାନେ ଏହି ବ୍ୟବସ୍ଥାରୁ ଆମେ କେବେ ବାହାରି ପାରିବ ନାହିଁ ।"
ତେବେ ଆମକୁ ଏଠାରେ ଏ ବିଷୟକୁ ଭଲଭାବରେ ହୁଝିବାକୁ ହେବ ଯେ, ସୁପ୍ରିମ କୋର୍ଟ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ରାୟ ଦେଇନାହାନ୍ତି । କୋର୍ଟ ଏକ ପ୍ରଶ୍ନ ଉଠାଇଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଓ ସାମାଜିକ ବିଷୟରେ କେନ୍ଦ୍ର ସରକାରଙ୍କ ମତ ଚାହିଁଛନ୍ତି ।
ଅର୍ଥାତ୍, ଏହା ଏକ ଅବଜର୍ଭେସନ୍, ଏକ ଶୁଣାଣି ସମୟର ଟିପ୍ପଣୀ, ଯାହା ଶେଷ ନିଷ୍ପତ୍ତି ନୁହେଁ । ଏହି ମାମଲାରେ ଓବିସି କ୍ରିମି ଲେୟର ସମ୍ବନ୍ଧୀୟ ସଂରକ୍ଷଣ ବ୍ୟବସ୍ଥାକୁ ନିଶ୍ଚିତ କରିବା କଥା କୁହାଯାଇଥିଲା ।
ଏଥିସହ ପଢ଼ନ୍ତୁ: ୭ ମାସର ବିବାହରେ ସ୍ଵାମୀଙ୍କୁ କନ୍ଦାଇ ଦେଲା ସ୍ତ୍ରୀ; ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ
ସଂରକ୍ଷଣକୁ ନେଇ ଅନେକ ପ୍ରଶ୍ନ
ଏସବୁ ଭିତରେ ପୁଣି ସେହି ସମାନ ପ୍ରଶ୍ନ, ସଂରକ୍ଷଣର ଉଦ୍ଦେଶ୍ୟ କ'ଣ ? ଯେଉଁମାନେ ସତରେ ପଛରେ ପଡ଼ିଛନ୍ତି, ସେମାନଙ୍କୁ ଆଗକୁ ଆଣିବା ? ନା ଏହାର ଲାଭ ସେମାନଙ୍କୁ ମଧ୍ୟ ମିଳିବା ଉଚିତ, ଯେଉଁମାନଙ୍କ ପରିବାର ଆଗରୁ ଶାସନ ଏବଂ ପ୍ରଶାସନର ଉଚ୍ଚ ସ୍ତରକୁ ପହଞ୍ଚି ସାରିଛି ? ସର୍ବୋଚ୍ଚ ଅଦାଲତଙ୍କ ଏହି ପ୍ରଶ୍ନ ଏବେ ନୀତି ଏବଂ ନ୍ୟାୟର ବଡ଼ ଚର୍ଚ୍ଚାକୁ ଆଉଥରେ ଜୀବନ୍ତ କରିଦେଇଛି ।
ସଂରକ୍ଷଣ କାହାକୁ ? କେତେଦିନ ପର୍ଯ୍ୟନ୍ତ ? ଏବଂ କେଉଁ ଆଧାରରେ ? ଏହି ପ୍ରଶ୍ନ ଆଜି କେବଳ କୋର୍ଟ ରୁମରେ ନୁହଁ... ସବୁଠି ଏହି ଆଲୋଚନା । କାରଣ ସଂରକ୍ଷଣ ବିଷୟ ଆସିଲେ, ସେଠାରେ ରାଜନୀତି ମଧ୍ୟ ଅଛି, ଭାବନା ମଧ୍ୟ ଅଛି ଏବଂ ସମାନତାର ଦାବି ମଧ୍ୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories