Videos
|
National

Supreme Court Slams Bihar Judge / ‘ବାହୁବଳୀ ଭଳି ବ୍ୟବହାର ବନ୍ଦ କରନ୍ତୁ’, ବିହାର ଜଜ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

Subhramjit Ray
Browse all articles by Subhramjit Ray
·40 mins ago·3 min read
‘ବାହୁବଳୀ ଭଳି ବ୍ୟବହାର ବନ୍ଦ କରନ୍ତୁ’, ବିହାର ଜଜ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ
Photo Source: Social Media/AI

Key Points

ବିହାରର ଜଣେ ସେସନ୍ସ ଜଜ୍‌ଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। FIR ଦାଖଲ ନକରିବା ମାମଲାରେ ପୋଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଘଟଣାରେ ଜଜ୍‌ଙ୍କୁ ଭର୍ତ୍ସନା କରିଛନ୍ତି। ତାଙ୍କ ଆଇନଗତ ଜ୍ଞାନ ଓ କ୍ଷମତା ପରିସର ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।

ଦିଲ୍ଲୀ:  ବିହାରର ଜଣେ ସେସନ୍ସ ଜଜ୍ ଙ୍କୁ କଠୋର ଭାଷାରେ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, "ଆଇନ ଉପରେ ଆପଣଙ୍କର ଜ୍ଞାନ ବହୁତ ନୈରାଶ୍ୟଜନକ। ଆପଣ ଜଣେ ବାହୁବଳୀ ଭାବରେ ବ୍ୟବହାର କରିବା ବନ୍ଦ କରନ୍ତୁ। ଏଫଆଇଆର (FIR) ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ପାଳନ କରିନଥିବାରୁ ପାଇଁ ଜଣେ ପୋଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବଂ ତାଙ୍କ ଉପରେ ଜରିମାନା ଲଗାଇବା ମାମଲାରେ ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ୍ ଜୟମାଲ୍ୟ ବାଗଚି ପଚାରିଥିଲେ, "ବିଚାରପତି କ'ଣ ତାଙ୍କ କ୍ଷେତ୍ରାଧିକାର ମଧ୍ୟରେ ଥିଲେ?" କୋର୍ଟ ବିହାରର ଜଣେ ସେସନ୍ସ ଜଜ୍ ଙ୍କ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ନିର୍ଦ୍ଦେଶ ପରେ ଏଫଆଇଆର ଦାଖଲ ନକରିବା ପାଇଁ ବିଚାରପତି ଜଣେ ପୋଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜରିମାନା ଲଗାଇଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଆଇନଗତ ବୁଝାମଣା ଉପରେ ପ୍ରଶ୍ନ ଉଠାଇ ତାଙ୍କ ମନୋଭାବକୁ ସମାଲୋଚନା କରିଥିଲେ।

ଆପଣଙ୍କର ଆଇନଗତ ଜ୍ଞାନ ପ୍ରକୃତରେ ନୈରାଶ୍ୟଜନକ: SC
ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସମୟରେ, ଜଷ୍ଟିସ୍ ଜୟମାଲ୍ୟ ବାଗଚି କହିଛନ୍ତି ଯେ ଜଣେ ବିଚାରପତି ପ୍ରଥମେ କୋର୍ଟ ଅବମାନନା କିମ୍ବା କୋର୍ଟ ସମ୍ମ୍ମୁଖରେ ହୋଇଥିବା ଅପରାଧର ଆଇନଗତ ପରିସର ବୁଝିବା ଆବଶ୍ୟକ। ଜଷ୍ଟିସ୍ ବାଗଚି କହିଛନ୍ତି ଯେ CrPC ଧାରା ୩୮୪ ଏବଂ ୩୪୫ ପରିସରକୁ ବୁଝିବା ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଉଦାହରଣ ଦେଇ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି କୋର୍ଟ ରୁମରେ କାହାକୁ ଚାପୁଡ଼ା ମାରେ, କୋର୍ଟ ପରିସରରେ ଦୁର୍ବ୍ୟବହାର ପ୍ରଦର୍ଶନ କରେ କିମ୍ବା କୋର୍ଟ ଆଦେଶ ସତ୍ତ୍ୱେ କୋର୍ଟ ଛାଡିବାକୁ ମନା କରେ, ତାହେଲେ ଏହାକୁ କୋର୍ଟ ସମ୍ମୁଖରେ କରାଯାଇଥିବା ଅପରାଧ ଭାବରେ ବିବେଚନା କରାଯିବ। ହେଲେ ତଥାପି, ଯଦି କୋର୍ଟ ଜଣେ ବ୍ୟକ୍ତିଙ୍କୁ FIR ଦାୟର କରିବାକୁ ନିର୍ଦ୍ଦେଶ ଦିଅନ୍ତି ଏବଂ ସେହି ବ୍ୟକ୍ତି FIR ଦାଏର କରିବାରେ ବିଫଳ ହୁଅନ୍ତି, ତାହେଲେ ଏହାକୁ କୋର୍ଟ ସମ୍ମୁଖରେ କରାଯାଇଥିବା ଅପରାଧ ଭାବରେ ବିବେଚନା କରାଯାଇପାରିବ ନାହିଁ। ଜଷ୍ଟିସ୍ ବାଗଚି କହିଛନ୍ତି ଯେ ଆଇନ ବିଷୟରେ ଆପଣଙ୍କର ଜ୍ଞାନ ବହୁତ ନିରାଶାଜନକ। "ଆପଣଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ଏପରି ଯେ ଆପଣ ପୋଲିସ ଅଧିକ୍ଷକଙ୍କୁ ଡକାଇ ସେହି ଦିନ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହା ସହ ପଢନ୍ତୁ: ତାମିଲନାଡୁରେ ହିନ୍ଦୀ ଶିକ୍ଷା ଦେବା ଅସମ୍ଭବ ନୁହେଁ; କାହିଁକି ଏପରି କହିଲେ ସୁପ୍ରିମକୋର୍ଟ

ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକ (ଏସପି) ଙ୍କୁ ସମନ ଏବଂ ସେହି ଦିନ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ କୋର୍ଟ ସେସନ୍ସ ଜଜ୍ ଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସେ ତାଙ୍କ କ୍ଷେତ୍ରାଧିକାର ମଧ୍ୟରେ କାର୍ଯ୍ୟ କରୁଛନ୍ତି କି? ଖଣ୍ଡପୀଠ ପଚାରିଛନ୍ତି ଯେ ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକଙ୍କୁ କୋର୍ଟ ଡାକିବା, ସେମାନଙ୍କ ଅନୁପସ୍ଥିତିକୁ କୋର୍ଟ ସମ୍ମୁଖରେ କରାଯାଇଥିବା ଅପରାଧ ଭାବରେ ବିବେଚନା କରିବା ଏବଂ ସେହି ଆଧାରରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦେବା ବିଚାରପତିଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ଅଛି କି?

'ବାହୁବଳୀ' ଭଳି ବ୍ୟବହାର କରିବା ବନ୍ଦ କରନ୍ତୁ
ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଆବେଦନକାରୀ ବିଚାରପତିଙ୍କ ଓକିଲଙ୍କୁ ତାଙ୍କ ମହକିଲଙ୍କୁ 'ବାହୁବଳୀ' ଭଳି ବ୍ୟବହାର ବନ୍ଦ କରିବାକୁ ପରାମର୍ଶ ଦେବାକୁ କହିଥିଲେ। CrPC ର ୩୮୪ ଏବଂ ୩୪୫ ଧାରାକୁ ଦର୍ଶାଇ କୋର୍ଟ କହିଛନ୍ତି ଯେ ଏହି ବ୍ୟବସ୍ଥା କୋର୍ଟ ସମ୍ମୁଖରେ କିମ୍ବା ଏହାର କାର୍ଯ୍ୟକାଳ ସମୟରେ କିଛି ନିର୍ଦ୍ଦିଷ୍ଟ ଅପରାଧ ଘଟିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କୁ କ୍ଷମତା ପ୍ରଦାନ କରିଥାଏ। ହେଲେ ତଥାପି କୋର୍ଟ ଆଦେଶ ପାଳନ କରିବାରେ ବିଫଳତା ନିଜେ ଏକ ଅପରାଧ ନୁହେଁ। ଏପରି ମାମଲାରେ କାର୍ଯ୍ୟାନୁଷ୍ଠାନ ଆଇନ ଦ୍ୱାରା ନିର୍ଦ୍ଧାରିତ ପୃଥକ ପ୍ରକ୍ରିୟା ଏବଂ କ୍ଷେତ୍ରାଧିକାର ଅନୁସରଣ କରିବା ଆବଶ୍ୟକ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: