Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏସବୁ ସ୍ଥାନକୁ ବୁଲା କୁକୁର ମୁକ୍ତ କରିବା ପାଇଁ ଦେଲେ ନିର୍ଦ୍ଦେଶ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏସବୁ ସ୍ଥାନକୁ ବୁଲା କୁକୁର ମୁକ୍ତ କରିବା ପାଇଁ ଦେଲେ ନିର୍ଦ୍ଦେଶ

Key Points

ବୁଲା କୁକୁର ସମସ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ୮ ସପ୍ତାହ ମଧ୍ୟରେ ସରକାରୀ ପ୍ରତିଷ୍ଠାନ ଓ ରାଜପଥରୁ ବୁଲା ପଶୁଙ୍କୁ ହଟାଇବାକୁ ନିର୍ଦ୍ଦେଶ ।
ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ୮ ସପ୍ତାହ ମଧ୍ୟରେ ସରକାରୀ ପ୍ରତିଷ୍ଠାନ ଓ ରାଜପଥରୁ ବୁଲା ପଶୁଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ହସପିଟାଲ, ସ୍କୁଲ, ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ବୁଲା କୁକୁରଙ୍କ ପ୍ରବେଶକୁ ରୋକିବା ପାଇଁ ଆବଶ୍ୟକ ଅନୁସାରେ ପରିସରକୁ ବାଡ଼ ଦେଇ ସୁରକ୍ଷିତ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ କହିଛନ୍ତି, ସ୍ଥାନୀୟ ପୌର କର୍ତ୍ତୃପକ୍ଷ ନିୟମିତ ଭାବରେ ଯାଞ୍ଚ କରିବେ । ଯାହା ଦ୍ୱାରା ଏହା ନିଶ୍ଚିତ ହେବ ଯେ ସରକାରୀ ପ୍ରତିଷ୍ଠାନ ପରିସରରେ କୌଣସି ବୁଲା କୁକୁର ରହୁନାହାଁନ୍ତି । ପ୍ରତ୍ୟେକ ବୁଲା କୁକୁରକୁ ତୁରନ୍ତ ଏପରି ପରିସରରୁ ବାହାର କରିବା ସହ ବନ୍ଧ୍ୟାକରଣ ପରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅଧିକ ପଢ଼ନ୍ତୁ: 'ରାହୁଲ ଗାନ୍ଧି ମିଥ୍ୟା ତଥ୍ୟର ସୌଦାଗର, ହୋଇଯାଇଛନ୍ତି ମାନସିକ ଦେବାଳିଆ'

ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ବୁଲା କୁକୁର ସମସ୍ୟା ମାମଲାର ଶୁଣାଣି କରି ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଓ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ । କୁକୁର କାମୁଡ଼ାର ବର୍ଦ୍ଧିତ ଘଟଣା ଦେଖି, ଏହି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତ୍ରୁଟିକୁ ଦୂର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୁପ୍ରିମକୋର୍ଟ ତଥ୍ୟ ଦାଖଲ କରିବେ ରାଜ୍ୟ ସରକାର ।

ବସ ଷ୍ଟାଣ୍ଡ ସମେତ ଉପରୋକ୍ତ କୌଣସି ସ୍ଥାନରୁ ଯଦି ବୁଲା କୁକୁର ଦେଖାଯାଉଛନ୍ତି, ତା’ହେଲେ ସେମାନଙ୍କୁ ତୁରନ୍ତ କାବୁ କରି ଆଶ୍ରୟ ସ୍ଥଳରେ ଛଡ଼ାଯିବ। ସେମାନେ ନିଜ ନିଜର ପୁରୁଣା ସ୍ଥାନକୁ ଯେମିତି ନ ଫେରିବେ, ତା’କୁ ନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି।

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ

କେବଳ ବୁଲା କୁକୁର ନୁହନ୍ତି, ଜାତୀୟ ରାଜପଥରୁ ଗାଈଗୋରୁଙ୍କୁ ମଧ୍ୟ ହଟାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜାନୁଆରୀ ୧୩ରେ ଏବେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବୁଲା କୁକୁର(Stray Dogs)ଙ୍କ ଉତ୍ପାତ୍ତ ବଢ଼ି ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଜୁଲାଇ ୨୮ରେ ଏହାର ବିଚାର ନିଜ ଆଡ଼ୁ କରିଥିଲେ। ଏବେ ସେହି ମାମଲା ଅଧୀନରେ ସର୍ବୋଚ୍ଚ ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court Orders Stray Dog-Free Public Places in 8 Weeks | Argus News