Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୁପ୍ରିମକୋର୍ଟଙ୍କ ବଡ଼ ରାୟ ; ତଲାକ୍ ପରେ ସ୍ବାମୀଙ୍କଠୁ ଭରଣପୋଷଣ ପାଇପାରିବେ ମୁସଲିମ ମହିଳା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସୁପ୍ରିମକୋର୍ଟଙ୍କ ବଡ଼ ରାୟ ; ତଲାକ୍ ପରେ ସ୍ବାମୀଙ୍କଠୁ ଭରଣପୋଷଣ ପାଇପାରିବେ ମୁସଲିମ ମହିଳା

ଅର୍ଗସ ବ୍ୟୁରୋ : ତଲାକ୍ ନେଇଥିବା ଯେ କୌଣସି ମୁସଲିମ ମହିଳା ନିଜ ସ୍ବାମୀଙ୍କଠାରୁ ପାଇପାରିବେ ଭରଣପୋଷଣ। ଏ ନେଇ ଆଜି  ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସିଆରପିସିର ଧାରା 125 ଆଧାରରେ ସ୍ତ୍ରୀ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାର ହକଦାର। ଏଥିପାଇଁ ସେ ଭରଣପୋଷଣ ପାଇଁ ଅଦାଲତରେ ମାମଲା ଦାଏର କରିପାରିବେ। ସୁପ୍ରିମକୋର୍ଟର ଜଷ୍ଟିସ ବି. ବି ନାଗରତ୍ନା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ରାୟ ଶୁଣାଣିରେ କହିଛନ୍ତି ଯେ ମୁସଲମାନ ମହିଳା ଭରଣ ପୋଷଣ ପାଇଁ ଆଇନଗତ ଅଧିକାରର ବ୍ୟବହାର କରିପାରିବେ। ସେ ଏ ସମ୍ପର୍କିତ ଦଣ୍ଡ ପ୍ରକ୍ରିୟା ସଂହିତା ବା ସିଆରପିସିର ଧାରା 125 ଆଧାରରେ ମାମଲା ରୁଜୁ କରିପାରିବେ । ଅଦାଲତ କହିଛନ୍ତି ଯେ ମୁସଲମାନ ମହିଳାଙ୍କ ଛାଡ଼ପତ୍ର ନେଇ ଅଧିକାରର ସଂରକ୍ଷଣ ଅଧିନିୟମ 1986, ଧର୍ମନିରପେକ୍ଷ ଆଇନକୁ ଏଡ଼ାଇ ଦେଇପାରିବ ନାହିଁ। ବହୁ ମାମଲାରେ ଛାଡ଼ପତ୍ର ନେଇଥିବା ମୁସଲମାନ ମହିଳାଙ୍କୁ ଭରଣପୋଷଣ ମିଳିପାରେ ନାହିଁ।

ଅଧିକ ପଢନ୍ତୁ : ବ୍ରିଟିଶ ଆଇନର ହେଲା ଭାରତୀୟକରଣ

କେତେକ ଭରଣପୋଷଣ ପାଆନ୍ତି ତ ତାହା କେବଳ ଇଦ୍ଦତର ଅବଧି ଯାଏଁ। ଇଦ୍ଦତ ଏକ ଇସଲାମିକ ପରମ୍ପରା। ଏହା ଅନୁସାରେ ଯଦି କୌଣସି ମହିଳାଙ୍କୁ ତାଙ୍କ ସ୍ବାମୀ ତଲାକ ଦିଅନ୍ତି ବା ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ମହିଳା ଜଣକ ଇଦ୍ଦତ ଅବଧି ଯାଏଁ ଦ୍ବିତୀୟ ବିବାହ କରିପାରିବେ ନାହିଁ। ଇଦ୍ଦତର ଅବଧି ପ୍ରାୟ 3 ମାସ ଯାଏଁ ରହିଥାଏ। ଏହି ଅବଧି ପରେ ତଲାକ ପାଇଥିବା ମହିଳା ଦ୍ବିତୀୟ ବିବାହ କରିପାରିବେ। ଯଦିଓ 2022ରେ ଏକ ମାମଲାର  ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ନିଜ ରାୟରେ କହିଥିଲେ ଯେ ତଲାକ ପାଇଥିବା ମୁସଲମାନ ମହିଳା ଇଦ୍ଦତର ଅବଧି ପରେ ବି ଭରଣ ପୋଷଣ ପାଇବାକୁ ହକଦାର ଏବଂ ସେ ସେତେପର୍ଯ୍ୟନ୍ତ ଭରଣପୋଷଣ ପାଇବେ ଯେ ପର୍ଯ୍ୟନ୍ତ ସେ ଦ୍ବିତୀୟ ବିବାହ ନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court verdict; A Muslim woman can get maintenance from her husband after divorce | Argus News