Cricket / କ୍ରିକେଟ୍ରେ ମିଳୁନି ପାକିସ୍ତାନକୁ ଅନ୍ୟ ବୋର୍ଡର ସମର୍ଥନ; ବୟକଟ୍ ପ୍ଲାନ୍ ଫ୍ଲପ୍
·1 month ago·2 min read

Key Points
ଟି-ଟ୍ଵେଣ୍ଟି ବିଶ୍ଵକପ୍ ବିବାଦ ପୁଣି ନୂଆ ମୋଡ଼ ନେଇଛି । କାରଣ ପାକିସ୍ତାନ ବିଶ୍ଵକପ୍ ଖେଳିବାକୁ ହଁ ତ ଭରିଛି । ହେଲେ ଭାରତ ବିପକ୍ଷ ମ୍ୟାଚ୍କୁ ବହିଷ୍କାର କରିବ କହିଛି ।
ନୂଆଦିଲ୍ଲୀ: ତୋଡ଼ ଦେଖାଉଥିଲା ପାକିସ୍ତାନ, ଏବେ ଦାନ୍ତ କାମୁଡ଼ି ମୁହଁ ମାଡ଼ି ପଡ଼ିଲାଣି । ଟି-ଟ୍ଵେଣ୍ଟି ବିଶ୍ଵକପ୍ ବିବାଦ ପୁଣି ନୂଆ ମୋଡ଼ ନେଇଛି । କାରଣ ପାକିସ୍ତାନ ବିଶ୍ଵକପ୍ ଖେଳିବାକୁ ହଁ ତ ଭରିଛି । ହେଲେ ଭାରତ ବିପକ୍ଷ ମ୍ୟାଚ୍କୁ ବହିଷ୍କାର କରିବ କହିଛି ।
ଫେବ୍ରୁଆରୀ ୧୫ରେ କଲୋମ୍ବୋରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବାର ଅଛି । ତେବେ ପାକିସ୍ତାନ ଉକ୍ତ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନର ଏହି ନିଷ୍ପତ୍ତି ଫଳରେ ସ୍ଥିତି ଜଟିଳ ହୋଇ ପଡ଼ିଛି ।
ଏଥିସହ ପଢ଼ନ୍ତୁ: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍ ପରେ ପୁଣି ବଢ଼ିଲା
ଯାହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ରାତି ଅଧିଆ ଅନ୍ୟ କ୍ରିକେଟ୍ ବୋର୍ଡ ସହ ସମ୍ପର୍କ କରିବାକୁ ପ୍ରୟାସ କରିଛି । କିନ୍ତୁ ପାକିସ୍ତାନକୁ ଅନ୍ୟ କୌଣସି କ୍ରିକେଟ୍ ବୋର୍ଡ ସମର୍ଥନ କରି ନାହାନ୍ତି । ସୋମବାର ରାତି ସୁଦ୍ଧା ପାକିସ୍ତାନ ଏହି ମାମଲାରେ ଆଇସିସି ସହ ସମ୍ପର୍କ କରି ନାହିଁ ।
କୌଣସି କ୍ରିକେଟ୍ ପାକିସ୍ତାନକୁ ସମର୍ଥନ ଦେଉ ନଥିବାରୁ ପାକିସ୍ତାନ ଏକା ହୋଇ ଯାଇଛି । ଅନ୍ୟ ବୋର୍ଡ କହିଛନ୍ତି, 'ମାମଲାରେ ପାକିସ୍ତାନର କୌଣସି ହକ୍ ନାହିଁ ।' ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଖେଳୁଥିବା ବେଳେ ୧୫ ତାରିଖରେ ମହିଳା ଦଳର ମ୍ୟାଚ୍ ଖେଳୁଛି । ତେବେ ଭାରତୀୟ ପୁରୁଷ ଦଳ ବିପକ୍ଷରେ ୧୫ ତାରିଖରେ ମ୍ୟାଚ୍ ନ ଖେଳିବାର କୌଣସି କାରଣ ହିଁ ନାହିଁ ।
ଏଥିସହ ପଢ଼ନ୍ତୁ: ନୂଆ ଖଣିଜ ନିୟମ ଲାଗୁ; ବାଲି ଓ ପଥର ଖଣି ଲିଜ୍ ପାଇଁ ହେବ ଇ-ଲଟେରୀ, ଦର ସ୍ଥିର କରିବେ ସରକାର
ସୂଚନା ଯୋଗ୍ୟ, ବାଂଲାଦେଶକୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ରୁ ଆଇସିସି ବାଦ୍ ଦେବା ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି । କାରଣ ବାଂଲାଦେଶ ମ୍ୟାଚ୍ ଖେଳିବା ଲାଗି ଭାରତ ଆସିବାକୁ ମନା କରିଥିଲା । ସୁରକ୍ଷା କାରଣ ଦର୍ଶାଇ ଭାରତ ବାହାରକୁ ମ୍ଯାଚ୍ ସ୍ଥାନାନ୍ତରଣ ପାଇଁ ଆଇସିସିକୁ ଅନୁରୋଧ କରିଥିଲା ବିସିସିଆଇ । କିନ୍ତୁ ଆଇସିସି ମନା କରିବା ସହ ମ୍ୟାଚ୍ ସୂଚୀରେ ପରିବର୍ତ୍ତନ ହୋଇ ପାରିବ ନାହିଁ ବୋଲି କହିଥିଲା ।
PCB ଉପରେ କ'ଣ ପଡ଼ିବ ପ୍ରଭାବ ?
ତେବେ ପାକିସ୍ତାନ, ଭାରତ ବିପକ୍ଷ ମ୍ୟାଚ୍କୁ ବହିଷ୍କାର କରିବା ଯୋଗୁଁ ପିସିବିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ । ପାକିସ୍ତାନ ସୁପର୍ ଲିଗ୍ (PSL)ରେ ବିଦେଶୀ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ସହ ଜରିମାନା ଲାଗିପାରେ । ଏହାଛଡ଼ା ପିସିବି ଉପରେ ଅନ୍ୟ ପ୍ରତିବନ୍ଧକ ଲଗାଇପାରେ ଆଇସିସି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories