Videos
|
National

Businessman Kidnapped / ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ କାରରେ ଟେକିନେଲେ, ପ୍ରେମିକଙ୍କ ବନ୍ଧାହେଲେ ୩ ଜଣ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ କାରରେ ଟେକିନେଲେ, ପ୍ରେମିକଙ୍କ ବନ୍ଧାହେଲେ ୩ ଜଣ
Businessman Kidnapped at Gunpoint, 3 Arrested

Key Points

ଯୁବତୀଙ୍କ ସହ କଥାବାର୍ତ୍ତା ବନ୍ଦ ହେବାକୁ ତାଙ୍କ ବାପାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ମାମଲାରେ ସୁରଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ସୁରଟ: ସମ୍ପର୍କରେ ଥିଲେ, ହଠାତ୍ ଝିଅ କଥା ହେବା ବନ୍ଦ କରିଦେଲା । ଯୁବତୀଙ୍କ ସହ କଥାବାର୍ତ୍ତା ବନ୍ଦ ହେବାକୁ ତାଙ୍କ ବାପାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ମାମଲାରେ ସୁରଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ଘଟଣାଟି ଅକ୍ଟୋବର ୧ ତାରିଖରେ ଘଟିଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଲ୍ଡର ମୁକେଶ ନାହଟାଙ୍କ ପୁଅ ଋଷଭ ନାହଟା । ସହଯୋଗୀ ଦେବ କେତନ ଅହିର ଓ ଲକ୍ଷ୍ମଣ ରାଠୋଡଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ପୋଲିସ ଅନୁସାରେ, ଋଷଭ ଓ ବ୍ୟବସାୟୀଙ୍କ ଝିଅଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା । ପରେ ଯୁବତୀ ତାଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ । ଏହାକୁ ନେଇ ଋଷଭ ଅସନ୍ତୁଷ୍ଟ ଥିବା ପୋଲିସ କହିଛି ।

ଏଥିସହ ପଢ଼ନ୍ତୁ: ନାଇଟ୍ କ୍ଲବରେ ମହିଳାଙ୍କୁ ଦୁଷ୍କର୍ମ ଓ ମାଡ଼, ଭିଡିଓ ହେଲା ଭାଇରାଲ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅକ୍ଟୋବର ୧ ତାରିଖରେ ଋଷଭ ତାଙ୍କ ଦୁଇ ସାଙ୍ଗଙ୍କ ସହ ଯୁବତୀଙ୍କ ଘରେ ପହଞ୍ଚିଥିଲେ । ସେତେବେଳେ ଯୁବତୀ ଘରେ ନଥିଲେ । ତେଣୁ, ଋଷଭ ତାଙ୍କ ବାପାଙ୍କୁ ଝିଅ କଥା ନ ହେବା ବିଷୟରେ ପଚାରିଥିଲେ । ଏହାକୁ ନେଇ ଉଭୟ ପକ୍ଷରେ ଯୁକ୍ତିତର୍କ ହୋଇଥିଲା ।

ଅଭିଯୋଗ ଅନୁସାରେ, ପରେ ତିନି ଜଣ ଅଭିଯୁକ୍ତ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଜବରଦସ୍ତି କାରରେ ବସାଇ ନେଇଥିଲେ । ଘଟଣାର ଖବର ପାଇବା ପରେ ପୋଲିସ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲା ।

କିଛି ସମୟ ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କ ଲୋକେସନ୍ ସୁରଟର ସିଟି ଲାଇଟ୍ ଅଞ୍ଚଳରେ ଠାବ କରିଥିଲା । ଏହାପରେ ତିନି ଜଣଙ୍କୁ ଧରିବା ସହ ବ୍ୟବସାୟୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ପୋଲିସ ପଚରାଉଚରା ବେଳେ ଋଷଭ ଅଲଗା କାରଣ କହିଥିବା ଜଣାପଡ଼ିଛି । ତାଙ୍କ କହିବା ଅନୁସାରେ, ଯୁବତୀ ତାଙ୍କ ଜଣେ ମହିଳା ବନ୍ଧୁଙ୍କୁ ଫୋନରେ ଅପଶବ୍ଦ କହିଥିଲେ । ଏହାର ସ୍ପଷ୍ଟୀକରଣ ମାଗିବା ପାଇଁ ସେ ଯୁବତୀଙ୍କ ଘରକୁ ଯାଇଥିଲେ । ଯୁବତୀ ଘରେ ନଥିବାରୁ ତାଙ୍କ ବାପାଙ୍କ ସହ କଥା ହୋଇଥିବା ସେ ପୋଲିସକୁ କହିଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ନାବାଳକ ନିଖୋଜ ! ଧାରଣାରେ ବସିଲେ ପରିବାର ଲୋକେ 

ପୋଲିସ କହିଛି, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦେବ ଋଷଭଙ୍କ ସାଙ୍ଗ ଏବଂ ତାଙ୍କ ପାଖରେ ଘଟଣାରେ ବ୍ୟବହୃତ ପିସ୍ତଲ ଥିଲା । ଲକ୍ଷ୍ମଣ ଜଣେ ବିଲ୍ଡରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ପୋଲିସ ପ୍ରାୟ ୪୧.୪୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି । କାର୍, ପିସ୍ତଲ, ଛୁରି ଓ ମୋବାଇଲ୍ ଫୋନ୍ ରହିଛି । ଘଟଣାରେ ଆହୁରି ତଦନ୍ତ ଚାଲିଛି ।