Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଙ୍ଗରୁ ଦେଶାନ୍ତର ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶକାରୀ; ନିର୍ମିତ ହେବ 'ହୋଲ୍ଡିଂ ସେଣ୍ଟର'

National

Bengal Holding Centre / ବଙ୍ଗରୁ ଦେଶାନ୍ତର ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶକାରୀ; ନିର୍ମିତ ହେବ 'ହୋଲ୍ଡିଂ ସେଣ୍ଟର'

Subhramjit Ray
Browse all articles by Subhramjit Ray
·3 weeks ago·2 min read
ବଙ୍ଗରୁ ଦେଶାନ୍ତର ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶକାରୀ;  ନିର୍ମିତ ହେବ 'ହୋଲ୍ଡିଂ ସେଣ୍ଟର'
Bengal Holding Centre

Key Points

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧିନ ପଶ୍ଚିମବଙ୍ଗ ସରକାର ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ପାଇଁ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ହୋଲ୍ଡିଂ ସେଣ୍ଟର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଅବୈଧ ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଅଟକ ରଖାଯିବ ପରେ ଦେଶାନ୍ତର କରାଯିବ।
iillegal immigrants deportation in bengal: ରାଜ୍ୟରେ ବେଆଇନ ଭାବରେ ବସବାସ କରୁଥିବା ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ସେମାନଙ୍କୁ ଚିହ୍ନଟ କରି ଗୋଟିଏ ସ୍ଥାନରେ ରଖିବାା ଲାଗି ରାଜ୍ୟରେ ନିର୍ମିତ ହେବ "ହୋଲ୍ଡିଂ ସେଣ୍ଟର"।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗା ଅନୁପ୍ରବେଶକାରୀଙ୍କୁ ରଖିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ "ହୋଲ୍ଡିଂ ସେଣ୍ଟର" ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ବାଂଲାଦେଶୀ କିମ୍ବା ରୋହିଙ୍ଗା ଅନୁପ୍ରବେଶକାରୀ ସନ୍ଦେହରେ ଅଟକ ରଖାଯାଇଥିବା ଲୋକଙ୍କୁ ରଖାଯିବ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଏହି "ହୋଲ୍ଡିଂ ସେଣ୍ଟର" ଠାରେ ୩୦ ଦିନ ପର୍ଯ୍ୟନ୍ତ ଅଟକ ରଖାଯାଇ ପାରିବ।

ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ରାଜ୍ୟରେ ନିର୍ମିତ ହେବାକୁ ଯାଉଥିବା "ହୋଲ୍ଡିଂ ସେଣ୍ଟର" କେବଳ ଅନୁପ୍ରବେଶକାରୀ ସନ୍ଦେହରେ ସମ୍ପ୍ରତି ଅଟକ ରଖାଯାଇଥିବା ଲୋକଙ୍କୁ ରଖିବା ପାଇଁ ବ୍ୟବହାର କରାଯିବ ନାହିଁ। ବରଂ ପୂର୍ବରୁ ଗିରଫ ହୋଇଥିବା, ଜେଲ୍ ରେ ରହିଥିବା ଏବଂ ବର୍ତ୍ତମାନ ନିର୍ବାସିତ ହେବାକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ବ୍ୟବହାର କରାଯିବ।

କ'ଣ ରହିଛି ପଶ୍ଚିମବଙ୍ଗ ସରକାରଙ୍କ ପୁରା ଯୋଜନା?
ବେଆଇନ ଅନୁପ୍ରବେଶକାରୀଙ୍କୁ ଅଟକ ରଖିବା ପାଇଁ ସଚିବାଳୟ "ନବାନ୍ନ" ଠାରୁ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ବଙ୍ଗଳାଦେଶୀ ହୁଅନ୍ତୁ କିମ୍ବା ରୋହିଙ୍ଗା, ଅବୈଧ ଭାବରେ ପଶ୍ଚିମବଙ୍ଗରେ ରହିବା ଅବସ୍ଥାରେ ଧରାପଡ଼ିଥିବା ଲୋକଙ୍କୁ ଦେଶାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ଯେଉଁଥିରେ ଆହୁରି ଉଲ୍ଲେଖ ରହିଛି ଯେ ଏହି ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ "ହୋଲ୍ଡିଂ ସେଣ୍ଟର" ସ୍ଥାପନ କରାଯିବ। ଏହି କେନ୍ଦ୍ରକୁ ଅବୈଧ ପ୍ରବାସୀଙ୍କ ସହିତ ରାଜ୍ୟର ବିଭିନ୍ନ ଜେଲ୍ରୁ ମୁକ୍ତ ହୋଇଥିବା ବିଦେଶୀ କଏଦୀଙ୍କୁ ରଖିବା ପାଇଁ ବ୍ୟବହୃତ ହେବ।

ଏହା ସହ ପଢନ୍ତୁ: ଅନୁପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ: କହିଲେ...

ପୂର୍ବରୁ ରାଜ୍ୟରେ ରହୁଥିବା ଅବୈଧ ପ୍ରବାସୀଙ୍କ ଅବୈଧ ପ୍ରବାସୀଙ୍କ ଉଦ୍ଦେଶ୍ୟରେ କଠୋର ଚେତାବନୀ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏନେଇ ସେ କହିତିଲେ ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ରେ ଯେଉଁମାନଙ୍କ ନାମ ଅନ୍ତର୍ଭୂକ୍ତ ହୋଇନାହିଁ ସେମାନଙ୍କୁ ପୋଲିସ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରିବା ପରେ ଦେଶାନ୍ତର କରିବ। ଏହି ଆଇନ ଗତ ବୁଧବାର (୨୦ ମେ) ଠାରୁ ଲାଗୁ ହେଉଛି।

ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକରଣ (NRC) କାର୍ଯ୍ୟକାରୀ କରିବାକୁ ନେଇ ବେଶ କିଛି ବର୍ଷ ଧରି କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଚାଲିଥଲା। ଯଦିଓ କେନ୍ଦ୍ର ସରକାର ସିଏଏ (CAA) ନିୟମକୁ ଅଧିସୂଚିତ କରିବା ସହ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ହେଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସରକାର ସାର୍ବଜନୀନ ଭାବରେ ଘୋଷଣା କରିଥିଲେ ଯେ ସିଏଏ କିମ୍ବା ଏନଆରସି (NRC) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ରାଜ୍ୟ କେନ୍ଦ୍ର ସରକାରଙ୍କ ସହିତ ପ୍ରଶାସନିକ ତଥ୍ୟ ବାଣ୍ଟିବା ଏବଂ ପ୍ରକ୍ରିୟା ଆରମ୍ଭ କରିବାରେ ବିଳମ୍ବ କରିଥିଲା। ଏହା ଫଳରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।














Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Suvendu Adhikari: Holding Centers to Deport Bangladeshi-Rohingyas | Argus News